ବିଜେଡ଼ି ପାଳିବ 22ତମ ପ୍ରତିଷ୍ଠା ଦିବସ
Advertisement
Article Detail0/zeeodisha/odisha614979

ବିଜେଡ଼ି ପାଳିବ 22ତମ ପ୍ରତିଷ୍ଠା ଦିବସ

ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ତାହାର ପ୍ରତିଷ୍ଠା ଦିବସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠନ କରାଯାଇଥିବା ଦଳ ୨୨ ବର୍ଷରେ ପାଦ ଥାପିବାକୁ ଯାଉଛି ।  ୧୯୯୭ ମସିହା ଡ଼ିସେମ୍ବର ୨୬  ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ଦଳ ଗଠନ ପରଠାରୁ ବିଜେଡ଼ି ସବୁବେଳେ କ୍ଷମତାରେ ରହିଆସିଛି । ଓଡ଼ିଶାବାସୀଙ୍କ ପାଇଁ ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ହେଉ କି ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା କିମ୍ବା ବିରୋଧିଙ୍କ ଦୁର୍ବଳ ସ୍ଥିତି, ସେ ଯାହା ବି ହେଉ ଦଳ ଗଠନ ପରଠାରୁ ଦଳର ସଫଳତାର ହାର ବଢିବଢି ଚାଲିଛି ।

ବିଜେଡ଼ି ପାଳିବ 22ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ତାହାର ପ୍ରତିଷ୍ଠା ଦିବସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠନ କରାଯାଇଥିବା ଦଳ ୨୨ ବର୍ଷରେ ପାଦ ଥାପିବାକୁ ଯାଉଛି ।  ୧୯୯୭ ମସିହା ଡ଼ିସେମ୍ବର ୨୬  ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ଦଳ ଗଠନ ପରଠାରୁ ବିଜେଡ଼ି ସବୁବେଳେ କ୍ଷମତାରେ ରହିଆସିଛି । ଓଡ଼ିଶାବାସୀଙ୍କ ପାଇଁ ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ହେଉ କି ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା କିମ୍ବା ବିରୋଧିଙ୍କ ଦୁର୍ବଳ ସ୍ଥିତି, ସେ ଯାହା ବି ହେଉ ଦଳ ଗଠନ ପରଠାରୁ ଦଳର ସଫଳତାର ହାର ବଢିବଢି ଚାଲିଛି ।

ପଞ୍ଚମ ଥର ପାଇଁ କ୍ଷମତାର ଡୋର ଧରିଥିବା ବିଜେଡି କ୍ୟାଡ଼ର ଭିତିକ ଦଳର ମାନ୍ୟତା ବି ପାଇଲାଣି । ବର୍ତ୍ତମାନ ଦଳରେ ୪୦ ଲକ୍ଷ କର୍ମୀ ଥିବାବେଳେ ଏଥର ତାହାକୁ ୬୦ ଲକ୍ଷରେ ପହଁଞ୍ଚାଇବା ପାଇଁ ଟାର୍ଗେଟ କରିଛି ବିଜେଡି । ସାଧାରଣ କର୍ମୀ ଏବଂ ସକ୍ରିୟ କର୍ମୀ ଭାବରେ ଦୁଇ ପ୍ରକାର ସଦସ୍ୟ ଗ୍ରହଣ କରିବ ଦଳ । ୨୫ ଜଣ ସାଧାରଣ କର୍ମୀ ଦଳରେ ସାସିଲ କରାଇପାରିଲେ ଜଣଙ୍କୁ ସକ୍ରିୟ କର୍ମୀ ହିସାବରେ ଗ୍ରହଣ କରାଯିବ । ବିଜେଡିର ଏହି ପ୍ରତିଷ୍ଠା ଦିବସରେ ସୁପ୍ରିମୋ ନବୀନ ପଟ୍ଟନାୟକ ସକ୍ରିୟ କର୍ମୀ ମାନଙ୍କ ପାଇଁ ବୀମା ଲାଗୁ କରିବା ନେଇ ଚର୍ଚ୍ଚା ହେଉଛି । ଏହା ସହ କିଛି ବଡ ଘୋଷଣା ମଧ୍ୟ କରିପାରନ୍ତି ନବୀନ । ପ୍ରତିଷ୍ଠା ଦିବସରେ ଦଳ ତାହାର ଆଗାମୀ ରଣନୀତି ନେଇ ଘୋଷଣା କରିପାରେ ।  

ଏଥର କେବଳ ରାଜ୍ୟସ୍ତରୀୟ ନୁହେଁ ପ୍ରତି ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା କରାଯାଇଛି । ଚଳିତ ବର୍ଷ ୨୬ ତାରିଖରେ ସୂର୍ଯ୍ୟପରାଗ ପଡ଼ୁଥିବାରୁ ପୂର୍ବାହ୍ନ ବଦଳରେ ଅପରାହ୍ନରେ ପ୍ରତିଷ୍ଠା ଉତ୍ସବ ପାଳନ ହେବ ବୋଲି ବିଜେଡି କହିଛି ।