ଶିବସେନା ନାଁ ଶୁଣିଲେ ରକ୍ତ ଚାଉଳ ଚୋବାଉଛି ବିଜେପି !
Advertisement
Article Detail0/zeeodisha/odisha616479

ଶିବସେନା ନାଁ ଶୁଣିଲେ ରକ୍ତ ଚାଉଳ ଚୋବାଉଛି ବିଜେପି !

ବିଜେପି ଆମକୁ ନେଇ ଜଳୁଛି: ଆଦିତ୍ୟ ଠାକରେ

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଏବେ ମହାରାଷ୍ଟ୍ରରେ ଚାଲିଛି ମହା ବିକାଶ ଅଘାଡି ସରକାର । ଏନସିପି-କଂଗ୍ରେସ ଓ ଶିବସେନା ମିଶି ସରକାର ଗଠନ କରିଛନ୍ତି । ଶିବସେନା ମୁଖ୍ୟ ଉଦ୍ଧାବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସଂଖ୍ୟା ଗରିଷ୍ଠ ଦଳ ବିଜେପି ବିରୋଧୀ ଭୂମିକା ଲିଭାଉଛି । ଶିବସେନା ସହ ଝଗଡା ପରେ ବିଜେପି ଭୋଗୁଛି ଏପରି ଦଶା । ସେଞ୍ଚୁରି ମାରିକି ମିଳିଛି ବିରୋଧୀ ଆସନ । ଅନ୍ୟପଟେ ହାପ୍ ସେଞ୍ଚୁରି ମାରି ନ ଥିବା କଂଗ୍ରେସ ସରକାରରେ ରହିଛି । ତେବେ ଏହାକୁ ନେଇ ଶିବସେନା ଉପରେ ବିଜେପି ଜଳୁଥିବା କହିଛନ୍ତି ଶିବସେନା ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ । 

ଶୁକ୍ରବାର ବରଲୀ ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି, ''ଶିବସେନା ଉପରେ ବିଜେପି ଜଳୁଛି, କାହିଁକି ନା ଏବେ ସେ ସତ୍ତା ବାହାରେ ଅଛି । କ୍ଷମତା ବାହାରେ ଥିବାରୁ ବିଜେପି ଦୁଃଖି ରହିଛି । ଆମେ ବିଜେପିର ଦୁଃଖ ବୁଝିପାରୁଛୁ । ହେଲେ ଆମେ ଆମ କାମ ଉପରେ ଧ୍ୟାନ ଦେଉଛୁ । ଲୋକମାନେ ଯେଉଁ ବିଶ୍ୱାସ ଆମ ଉପରେ ରଖିଛନ୍ତି, ଆମେ ତାକୁ ପୁରା କରିବା ଦିଗରେ ଆଗେଇ ଚାଲିଛୁ । ଏହାର ଅୟମାରମ୍ଭ ସ୍ୱରୂପ କୃଷିଋଣ ଛାଡ, ୧୦ ଟଙ୍କାରେ ଆହର ଇତ୍ୟାଦି କାମ କରାଯାଇଛି।''

fallback

ଆଦିତ୍ୟ ଆହୁରି ମଧ୍ୟ କହିଥିଲେ, ଆମେ(ମହା ବିକାଶ ଅଘାଡି) ମହାରାଷ୍ଟ୍ର ପାଇଁ କାମ କରିଚାଲିବୁ । ବିଜେପି ଆମକୁ ନେଇ କଟାକ୍ଷ କରୁ, ସେଥିରେ ଆମର କିଛି ଯାଏ ଆସେ ନାହିଁ । ବିଜେପିକୁ ଏବେ ଏହି କାମ କରିବାକୁ ଦିଆଯାଉ । ହେଲେ ଆମେ ମହାରାଷ୍ଟ୍ର ଲୋକଙ୍କ ପାଇଁ ସବୁବେଳେ କାମ କରିଚାଲିବୁ ବୋଲି କହିଥିଲେ ଆଦିତ୍ୟ ଠାକରେ ।  

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ