ମୋ କୂଳରେ ଘର କରନି, ମୁଁ ସମୁଦ୍ର ଫେରି ଆସିବି ନିଶ୍ଚିୟ: ଫଡନାଭିସ

ଫଡନାଭିସଙ୍କ ପାଲଟା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ କେବେ ମଧ୍ୟ କୁହନି, ମୁଁ ଫେରି ଆସିବି । ସେପଟେ ଆଜି ଅର୍ଥାତ ରବିବାର ମହା ବିକାଶ ଅଘାଡ଼ିର ପ୍ରାର୍ଥୀ ତଥା କଂଗ୍ରେସ ବିଧାୟକ ନାନା ପଟୋଲେଙ୍କୁ ନିର୍ବିରୋଧ ଭାବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ କରାଯାଇଛି ।

ମୋ କୂଳରେ ଘର କରନି, ମୁଁ ସମୁଦ୍ର ଫେରି ଆସିବି ନିଶ୍ଚିୟ: ଫଡନାଭିସ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ପୁଣିଥରେ କ୍ଷମତାକୁ ଫେରିବାର ସଙ୍କେତ ଦେଇଛନ୍ତି । ମୁଁ କେବେ ଫେରି ଆସିବି, ତାହା ମୋତେ ଜଣା ନାହିଁ କିନ୍ତୁ ମୁଁ ନିଶ୍ଚୟ ଫେରି ଆସିବି ବୋଲି ରବିବାର ଫଡନାଭିସ କହିଛନ୍ତି । ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ ପାଣି କମିବାକୁ ଦେଖି ମୋ କୂଳରେ ଘର କର ନାହିଁ, ମୁଁ ସମୁଦ୍ର ପୁଣିଥରେ ନିଶ୍ଚୟ ଫେରି ଆସିବି ।

ଅନ୍ୟପକ୍ଷେ ଫଡନାଭିସଙ୍କ ପାଲଟା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ କେବେ ମଧ୍ୟ କୁହନି, ମୁଁ ଫେରି ଆସିବି । ସେପଟେ ଆଜି ଅର୍ଥାତ ରବିବାର ମହା ବିକାଶ ଅଘାଡ଼ିର ପ୍ରାର୍ଥୀ ତଥା କଂଗ୍ରେସ ବିଧାୟକ ନାନା ପଟୋଲେଙ୍କୁ ନିର୍ବିରୋଧ ଭାବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ କରାଯାଇଛି । ଏହି ଅବସରରେ ଉଦ୍ଧବ ଠାକରେ ଫଡନାଭିସଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି । ଠାକରେ ଏହା ମଧ୍ୟ କହିଛନ୍ତି ଯେ ଫଡନାଭିସଙ୍କୁ ମୁଁ ବିରୋଧୀ ନେତା ଭାବେ ଦେଖି ପାରୁ ନାହିଁ ।

ଠାକରେ ନିଜ ଶୁଭେଚ୍ଛା ଭାଷଣରେ କହିଛନ୍ତି ଯେ ମୁଁ କେବେ ମଧ୍ୟ କହି ନାହିଁ ମୁଁ ଆସିବି, କିନ୍ତୁ ମୁଁ ଏହି ସଦନରେ ଆସିଛି । ଏହି ସଦନରୁ ମହାରାଷ୍ଟ୍ର ଜନତାଙ୍କୁ ଆଶ୍ୱସ୍ତ କରୁଛି ଯେ ମୁଁ ମଧ୍ୟରାତ୍ରିରେ କିଛି କରିବି ନାହିଁ । ମୁଁ ଲୋକଙ୍କ ହିତରେ କାମ କରିବି । ଉଦ୍ଧବ ରବିବାର ସଦନରେ ଫଡନାଭିସଙ୍କ ପ୍ରଶଂସା କରି କହିଛନ୍ତି ଯେ ମୁଁ ଫଡନାଭିସ ଠାରୁ ବହୁତ କିଛି ଶିଖିଛି । ମୁଁ ସର୍ବଦା ତାଙ୍କର ବନ୍ଧୁ ରହିବି । ବିଗତ ୫ ବର୍ଷରେ ମୁଁ ସରକାର ସହ କୌଣସି ବିଶ୍ୱାସଘାତ କରି ନାହିଁ ।