ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ସେଙ୍ଗାରକୁ ଆଜୀବନ କାରାଦଣ୍ଡ
Advertisement
Article Detail0/zeeodisha/odisha612899

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ସେଙ୍ଗାରକୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ସେଙ୍ଗାରକୁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡ । ଆଜି ଏହି ଘଟଣାର ଶୁଣାଣି କରି ଦିଲ୍ଲୀର ତିସହଜାରୀ କୋର୍ଟ  ପୀଡ଼ିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ଦଣ୍ଡାଦେଶରେ ଶୁଣାଇଛନ୍ତି । ଏହା ପୂର୍ବରୁ କୋର୍ଟରେ ଏହି ମାମଲାକୁ ନେଇ ବେଶ ଯୁକ୍ତିତର୍କ ହୋଇଥିଲା। ଯ଼ୁକ୍ତିତର୍କ ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ   ମାତ୍ର ଏହାକୁ ସେଙ୍ଗାରଙ୍କ ଓକିଲ ବିରୋଧ କରିଥିଲେ  

ଶୁଣାଣି ସମୟରେ ଉଭୟ ପକ୍ଷର ଓକିଲ ମଝଭୁତ ଭାବେ ପକ୍ଷ ରଖିଥିଲେ । ପୀଡ଼ିତାଙ୍କୁ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଥିଲେ କି, କୁଲଦୀପ ଜଣେ ଜନନେତା । ସେ ବିଧାୟକ ରହିଛନ୍ତି । ସେ ତାଙ୍କ କ୍ଷମତାର ଭୁଲ ବ୍ୟବହାର କରିଛନ୍ତି । ଫଳରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସେ ଦାବି ଉପସ୍ଥାପିତ କରିଥିଲେ  

 
ଏହା ପୂର୍ବରୁ ବିଚାରପତି କହିଥିଲେ କି, ଘଟଣା ସମୟରେ ଯ଼େଉଁ ଧାରା ଆଧାରରେ ସେଙ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲେ, ସେହି ଧାରା ଅନୁଯାୟୀ ଅତି କମରେ 10 ବର୍ଷ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ସେପଟେ ଏଭଳି କ୍ଷେତ୍ରରେ ସେଙ୍ଗାରରୁ କଠିନରୁ କଠିନ ଦଣ୍ଡ ଦେବାର ଆବଶ୍ୟକତା ରହିଛି ବୋଲି ବିଚାରପତି କହିଥିଲେ 
 
ରାୟ ଶୁଣାଣି ବେଳେ କୋର୍ଟ କହିଥିଲେ କି, ବିଧାୟକ ଥିବା ସେଙ୍ଗାରଙ୍କ ବିରୋଧରେ ଲଢିବା ପାଇଁ ପୀଡ଼ିତା ସାହାସ ଯୁଟାଇ ପାରିନଥିଲେ । ପରବର୍ତ୍ତି ସମୟରେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଚିଠି ମାଧ୍ୟମରେ ଜଣାଇଥିଲେ । ପରେ ତାଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖିନ ମଧ୍ୟ ହୋଇଥିଲେ । ସେହିପରି ସିବିଆଇ ଚାର୍ଜସିଟ ଦାଖଲ କରିବାରେ ବହୁ ବିଳମ୍ବ କରିବାରୁ ଘଟଣାର ଶୁଣାଣି ହେବାରେ ବିଳମ୍ବ ହୋଇଛି ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଘଟଣାର ପ୍ରାୟ ଏକ ବର୍ଷେ ପରେ ସେଙ୍ଗାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା  
 

ସୂଚନାଯୋଗ୍ୟ ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ସେହିଭଳି ଗତ 16 ତାରିଖରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ମୋଟ 5ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ  ଏହା ସହିତ ଚଳିତ ମାସ 19 ତାରିଖରେ ସେଙ୍ଗାରଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ବୋଲି କୋର୍ଟ କହିଥିଲେ । ମାତ୍ର ତାହା ଆଜି ଅର୍ଥାତ 20 ତାରିଖକୁ ଘୁଞ୍ଚିଥିଲା