ରାହୁଲଙ୍କୁ ବିଜେପିର ଜବାବ, ସେନାଧ୍ୟକ୍ଷଙ୍କୁ ବିରୋଧୀଙ୍କ ଟାର୍ଗେଟ
Advertisement
Article Detail0/zeeodisha/odisha615988

ରାହୁଲଙ୍କୁ ବିଜେପିର ଜବାବ, ସେନାଧ୍ୟକ୍ଷଙ୍କୁ ବିରୋଧୀଙ୍କ ଟାର୍ଗେଟ

ରାହୁଲ ଗାନ୍ଧୀଙ୍କୁ ବିଜେପିର କଡ଼ା ଜବାବ । ଏନଆରସି ଡିଟେନସନ ସେଣ୍ଟର ନେଇ ବିଦେଶୀ ମିଡିଆରେ ପ୍ରକାଶିତ ଖବର ବିଷୟରେ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ଅଭିଯୋଗ ଉପରେ ରାହୁଲଙ୍କୁ ଟ୍ୱିଟ କରି କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ଫାଇଲ ଫଟୋ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧୀଙ୍କୁ ବିଜେପିର କଡ଼ା ଜବାବ । ଏନଆରସି ଡିଟେନସନ ସେଣ୍ଟର ନେଇ ବିଦେଶୀ ମିଡିଆରେ ପ୍ରକାଶିତ ଖବର ବିଷୟରେ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ଅଭିଯୋଗ ଉପରେ ରାହୁଲଙ୍କୁ ଟ୍ୱିଟ କରି କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ରାହୁଲ ଗାନ୍ଧୀ କିଛି ଜାଣିବାକୁ ଚାହୁଁ ନାହାଁନ୍ତି କିନ୍ତୁ ସବୁକିଛି କହିବାକୁ ଚାହାଁନ୍ତି ବୋଲି ସେ ଆକ୍ଷେପ କରିଛନ୍ତି ।  ଦେଶର ରାଜନୀତି ବଦଳରେ ଏବେ ରାହୁଲ ବିଦେଶୀ ଗଣମାଧ୍ୟମ ଉପରେ ବେଶୀ ଭରଷା କରୁଛନ୍ତି ବୋଲି ବିଜେପି କହିଛି । କଂଗ୍ରେସ ଦଳ  ଏବେ ରାଜନୈତିତ ଦଳ ନୁହେଁ ବରଂ ନର୍ସରୀ ପାର୍ଟି ହୋଇଯାଇଛି ବୋଲି ବିଜେପି ନେତା ଜିଭିଏଲ ନରସିଂହ ରାଓ କହିଛନ୍ତି ।  ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଶାହନୱାଜ ହୁସେନ ।

RSSର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଥିଲେ ରାହୁଲ । ଅଭିଯୋଗ ଉପରେ ରାହୁଲଙ୍କୁ ଟ୍ୱିଟ କରି କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ରାହୁଲ ଗାନ୍ଧୀ କିଛି ଜାଣିବାକୁ ଚାହୁଁ ନାହାଁନ୍ତି କିନ୍ତୁ ସବୁକିଛି କହିବାକୁ ଚାହାଁନ୍ତି ବୋଲି ସେ ଆକ୍ଷେପ କରିଛନ୍ତି ।  ସେପଟେ ବିଜେପି ନେତା ଗିରିରାଜ ସିଂହ ରାହୁଲଙ୍କ ବିରୋଧରେ  ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କ ପ୍ରତି ସମର୍ପିତ ବୋଲି ସେ କହିଛନ୍ତି । ଏହାସହିତ ଦେଶରେ ଡିଟେନସନ ସେଣ୍ଟର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିବାକୁ କଂଗ୍ରେସକୁ ସେ ଚାଲେଞ୍ଜ ଦେଇଛନ୍ତି । ଦେଶର ରାଜନୀତି ବଦଳରେ ଏବେ ରାହୁଲ ବିଦେଶୀ ଗଣମାଧ୍ୟମ ଉପରେ ବେଶୀ ଭରଷା କରୁଛନ୍ତି ବୋଲି ବିଜେପି କହିଛି । କଂଗ୍ରେସ ଦଳ  ଏବେ ରାଜନୈତିତ ଦଳ ନୁହେଁ ବରଂ ନର୍ସରୀ ପାର୍ଟି ହୋଇଯାଇଛି ବୋଲି ବିଜେପି  ନେତା ଜିଭିଏଲ ନରସିଂହ ରାଓ ରାହୁଲଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ RSS ପ୍ରଧାନମନ୍ତ୍ରୀ କହି ପୁଣି ଥରେ ରାହୁଲ ପିଲାଳିଆ ମାନସିକତାର ପରିଚୟ ଦେଇଛନ୍ତି ବୋଲି ଶାହନୱାଜ ହୁସେନ କହିଛନ୍ତି । ରାହୁଲଙ୍କୁ ମହଙ୍ଗା ପଡ଼ିଛି ବିଦେଶୀ ମିଡିଆ ରିପୋର୍ଟକୁ ଟ୍ୱିଟରରେ ସେୟାର କରିବା । NRC କିମ୍ବା CAA ପ୍ରସଙ୍ଗରେ ରାହୁଲଙ୍କର କୌଣସି ଧାରଣା ନାହିଁ ବୋଲି କହିବାକୁ ବିଜେପିକୁ ପୁଣି ଥରେ ସୁଯୋଗ ଦେଇଛନ୍ତି ରାହୁଲ ।  ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ମାନହାନୀ ମାମଲାରୁ ବର୍ତ୍ତିଥିବା ରାହୁଲ ପୁଣି ସମାନ ଧରଣର ଭୁଲକୁ ଦୋହରାଇଛନ୍ତି ।

ସେପଟେ ନାଗରିକତା ଆଇନ ବିରୋଧୀ ହିଂସା ଉପରେ ସେନାଧ୍ୟକ୍ଷ ବଡ଼ ବୟାନ ଦେଇଛନ୍ତି ।  ଆଇନ ବିରୋଧୀ ହିଂସାରେ କଲେଜ ଛାତ୍ରଙ୍କ ଅଂଶ ଗ୍ରହଣକୁ ସେ ନିନ୍ଦା କରିଛନ୍ତି । ସଠିକ୍ ଦିଗରେ ଦେଶକୁ ଆଗେଇନେବା ହିଁ ନେତୃତ୍ୱର ଅର୍ଥ । କିନ୍ତୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଅଯଥା ବିବାଦରେ ସାମିଲ ହୋଇ ଦେଶର ବିକାଶରେ ଭାଗୀଦାର ହେଉନାହାଁନ୍ତି ବୋଲି ବିପିନ ରାୱତ କହିଛନ୍ତି । ଦେଶବାସୀଙ୍କୁ ଯୁବ ସମାଜଠାରୁ ଅନେକ କିଛି ଆଶା କରୁଛନ୍ତି ବୋଲି ସେ କହିଛନ୍ତି । ସେନାଧ୍ୟକ୍ଷଙ୍କ ବୟାନକୁ ଆରମ୍ଭ ହୋଇଛି ରାଜନୀତି । ସେନାଧ୍ୟକ୍ଷ ରାଜନୈତିତ ବୟାନରୁ ଦୂରେଇ ରହିବାକୁ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି । ସେପଟେ ସେନାଧ୍ୟକ୍ଷ ନିଜ କାର୍ଯ୍ୟର ସୀମା ଜାଣିବା  ଆବଶ୍ୟକ ବୋଲି ଆକ୍ଷେପ କରିଛନ୍ତି AIMIM ନେତା ଅସଉଦ୍ଦୀନ ଓୱେସୀ । ସରକାରଙ୍କ ବରୋଧରେ ଅଭିଯୋଗ କରୁଥିବା କଂଗ୍ରେସ ହିଁ ୨୦୧୧ରେ NRC ଓ NPR ପ୍ରସ୍ତାବ ରଖିଥିବା ଜଣା ପଡ଼ିଛି । ୨୦୦୮-୦୯ରେ ଗୃହ ମନ୍ତ୍ରଣାଳୟ ରିପୋର୍ଟରୁ ଏକଥା ଜଣା ପଡ଼ିଛି । NRC ଲାଗୁ କରିବା ପାଇଁ NPR ପ୍ରଥମେ ସୋପାନ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।  ପ୍ରସ୍ତାବ ନେଇ ୨୦୧୨ରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ ମଧ୍ୟ ଦିଆଯାଇଥିଲା ।  

ସେପଟେ କଂଗ୍ରେସ ପକ୍ଷରୁ ଆସନ୍ତା ୨୮ ତାରିଖରେ ଆସାମର ଗୁଆହାଟିରେ ରାଲ କରାଯିବ ବୋଲି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି । କଂଗ୍ରେସ ପରେ ଆସନ୍ତା ଜାନୁଆରୀ ପହିଲାରୁ ୭ ଜାନୁଆରୀ ପର୍ଯ୍ୟନ୍ତ ବାମଦଳ ଗୁଡିତ ମିଳିତ ଭାବରେ NRC ଓ NPR ବିରୋଧରେ ରାଲି କରିବେ ବୋଲି ଘୋଷଣା କରିଛନ୍ତି ।  CAA ବିରୋଧୀ ହିଂସାରେ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ହିଂସାକାଣ୍ଡରେ ୨୮୮ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କାର୍ଯ୍ୟାନୁଷ୍ଠାନରେ ମୋଟ ୧୧୧୩ ଜଣଙ୍କୁ ଗିରଫ କରିବା ସହ  ୩ ଶହ ୭୨ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ନୋଟିସ ଜାରି କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ହିଂସାକାଣ୍ଡରେ କାଶ୍ମୀର ଲିଙ୍କ ଥିବା ଜଣା ପଡ଼ିଛି । ଲକ୍ଷ୍ନୌରେ ହିଂସାକାଣ୍ଡ ଘଟାଇବା ପାଇଁ କାଶ୍ମୀରରୁ ପଥର ଫିଙ୍ଗାଳିଙ୍କୁ ଅଣାଯାଇଥିଲା ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଲକ୍ଷ୍ନୌର ବିଭିନ୍ନ ହୋଟେଲରେ କାଶ୍ମୀର ଯୁବକଙ୍କୁ ଠାବ କରାଯାଇଛି । ସେପଟେ ଦିଲ୍ଲୀରେ ଶାନ୍ତି ଭଙ୍ଗ କରିବାକୁ ଟୁକଡେ ଟୁକଡେ ଗ୍ୟାଙ୍ଗ ଉଦ୍ୟମ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ