ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ
Advertisement
Article Detail0/zeeodisha/odisha624394

ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ

'ପଦ୍ମ' ହାତରୁ ଖସିବ ମହିଳା ଭୋଟ୍ ବ୍ୟାଙ୍କ୍ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଗେରୁଆ ଦଳର ନୂଆ ଫର୍ମୁଲା । ଦେଶରେ ତ ବିଜେପିର ଆତ୍ମସମ୍ମାନ ଗଲାଣି ! କିନ୍ତୁ ଦିଲ୍ଲୀରୁ ଏହାକୁ ପୁଣି ଥରେ ଫେରାଇ ଆଣିବା ପାଇଁ ବିଜେପି କରୁଛି ସ୍ୱତନ୍ତ୍ର ରଣନୀତି । ହ୍ୟାଟ୍ରିକ୍ ପରାଜୟରୁ ରକ୍ଷା ପାଇବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଏଥିପାଇଁ କେଜ୍ରିୱାଲଙ୍କ ସ୍କିମକୁ କାଉଣ୍ଟର କରିବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ଜନତା ପାର୍ଟି ଆଉ ଖେଳିଛି ଆତ୍ମସମ୍ମାନର କାର୍ଡ ।

ଆପର ମାଗଣା ସ୍କିମ୍ ବନାମ ବିଜେପିର ତଥାକଥିତ ଆତ୍ମସମ୍ମାନ । ବିଜେପିକୁ ଘାଇଲା କରୁଛି ଆପ୍ ସରକାରଙ୍କ ମାଗଣା ସ୍କିମ୍ । ୨୦ ହଜାର ଲିଟର ପାଣି ଏବଂ ୨ ଶହ ୟୁନିଟ ବିଜୁଳି ଦିଲ୍ଲୀବାସୀଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି କେଜ୍ରିୱାଲ ସରକାର । ଦେଶର ରାଜଧାନୀ ଦିଲ୍ଲୀରେ ଉଭୟ ସ୍କିମ୍ ବେଶ୍ ଆଦୃତ । କିନ୍ତୁ ଆରମ୍ଭରୁ ଉଭୟ ସ୍କିମକୁ ବିରୋଧ କରୁଥିବା ବିଜେପି ଏବେ ଏହାକୁ କାଉଣ୍ଟର କରିବାରେ ପୂରା ନାକେଦମ୍ ହୋଇପଡ଼ିଛି । ସେଥିପାଇଁ ଗେରୁଆ ଦଳ କେଜ୍ରିୱାଲଙ୍କ ସ୍କିମକୁ କପି କରିବାରେ ପଛାଇ ନାହିଁ । 

ଯଦି ବିଜେପି ଉଭୟ ସ୍କିମକୁ ବିରୋଧ କରୁଛି, ତେବେ ଦିଲ୍ଲୀବାସୀଙ୍କ ସମର୍ଥନ ଆଶା କରିବା ଦିବାସ୍ୱପ୍ନ ହୋଇଯିବ ! ବୋଧହୁଏ ଗେରୁଆ ଦଳ ଏକଥା ବୁଝି ସାରିଲାଣି । ତେଣୁ ଦିଲ୍ଲୀରେ ଆତ୍ମସମ୍ମାନର କାର୍ଡ ଖେଳିଛି ବିଜେପି । ଯଦି ସରକାରକୁ ଆସେ ତେବେ ବିପିଏଲ ପରିବାରଙ୍କୁ ପାଣି ଓ ବିଜୁଳି ୧ ଟଙ୍କାରେ ଯୋଗାଇ ଦେବାକୁ ଘୋଷଣା କରିଛି । ଟୋକନ୍ ପାଇଁ ଟଙ୍କାଟିଏ ହିଁ ନେଇ ପାଣି ଓ ବିଜୁଳି ଯୋଗାଇବ ଭାରତୀୟ ଜନତା ପାର୍ଟି ! ପଶ୍ଚିମ ଦିଲ୍ଲୀ ସାଂସଦ ପରଭେଶ ସିଂହ ବର୍ମା ଏହି ସୂଚନା ଦେଇଛନ୍ତି । 

କେଜ୍ରିୱାଲ ସରକାରଙ୍କୁ କାଉଣ୍ଟର କରିବାକୁ ଯାଇ ପରଭେଶ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ବେଶ୍ ଗୁରୁତ୍ୱବହନ କରୁଛି । କାହିଁକିନା ଆପ୍ ସରକାରର ମାଗଣା ସ୍କିମ୍ ଉପରେ ଆତ୍ମସମ୍ମାନର କାର୍ଡ ଖେଳିଛନ୍ତି ପରଭେଶ । ସେ କହିଛନ୍ତି, ''ଆମେ ସରକାରକୁ ଆସିଲେ ପାଣି ଓ ବିଜୁଳି ଟଙ୍କାକରେ ଯୋଗାଇବୁ । ଦିଲ୍ଲୀବାସୀଙ୍କ ଆତ୍ମସମ୍ମାନ ପାଇଁ ଟଙ୍କାଟିଏ ନେବୁ।''

fallback

ଦିଲ୍ଲୀ ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୮ରେ ନିର୍ବାଚନ ହେବ ଏବଂ  ୧୧ରେ ରେଜଲ୍ଟ ବାହାରିବ । ତେଣୁ, ଦିଲ୍ଲୀବାସୀଙ୍କ ଦିଲ୍ ଜିତିବାକୁ ବିଜେପି ଏବେଠାରୁ ଅଣ୍ଟା ଭିଡ଼ିଛି । ସିଏଏ, ଏନଆରସି ଏବଂ ଏନପିଆରକୁ ନେଇ ବିଜେପି ସମାଲୋଚନାର ଶିକାର ହେବା ପରେ ଜିଲ୍ଲୀ ନିର୍ବାଚନ ଫଳ ନେଇ ଦଳ ଚିନ୍ତିତ ଅଛି । ସେହିପରି ନିଆଁରେ ଘିଅ ଢାଳିବା ପରି ଶାହିନବାଗରେ ମହିଳାମାନଙ୍କ ବିରୋଧ ପ୍ରଦର୍ଶନ ବିଜେପି ପାଇଁ ନିହାତି ଭାବେ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସିଏଏ ଓ ଏନଆରସିକୁ ନେଇ ମହିଳା ମାନେ ଯେଉଁଭଳି ଭାବେ ତାତି କି ଅଛନ୍ତି, ସେଥିପାଇଁ ମହିଳା ଭୋଟ୍ ବ୍ୟାଙ୍କ୍ ବିଜେପି ହାତରୁ ଖସି ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ଦେଶର ମାନ୍ଦାବସ୍ଥା ମଧ୍ୟ ଗେରୁଆ ଦଳକୁ ଦିଲ୍ଲୀରେ ଲଜ୍ଜିତ କରିପାରେ, ଏଥିରେ ସନ୍ଦେହ ନାହିଁ । ଝାଡ଼ଖଣ୍ଡରେ 'ମହା' ଝଟକା ପରେ ଦିଲ୍ଲୀ ଆତ୍ମସମ୍ମାନର କଥା । ତେଣୁ ନିଜ ଆତ୍ମସମ୍ମାନକୁ ବଞ୍ଚାଇବାକୁ ଯାଇ ଦିଲ୍ଲୀବାସୀଙ୍କ ପାଖରେ ଆତ୍ମସମ୍ମାନର କାର୍ଡ ଖେଳିଛି ଗେରୁଆ ଦଳ । ହେଲେ ପ୍ରଶ୍ନ, ଦିଲ୍ଲୀବାସୀ କ'ଣ ବିଜେପିର ତଥାକଥିତ ଆତ୍ମସମ୍ମାନରେ ଭାସିବେ ? 

ଆହୁରି ପଢ଼ନ୍ତୁ; ଝାଡ଼ଖଣ୍ଡର 'ମହା' ଝଟକାକୁ 'ବାଲିସେକ' ଦେବ ଦିଲ୍ଲୀ !