ସିଏଏକୁ ନେଇ ଫିଲ୍ମ ନିର୍ମାତାଙ୍କ ଟ୍ୱିଟ: ପୁଅ ପଚାରିଲା, ଆମେ କ'ଣ ହିନ୍ଦୁ...
Advertisement
Article Detail0/zeeodisha/odisha611684

ସିଏଏକୁ ନେଇ ଫିଲ୍ମ ନିର୍ମାତାଙ୍କ ଟ୍ୱିଟ: ପୁଅ ପଚାରିଲା, ଆମେ କ'ଣ ହିନ୍ଦୁ...

ଛୁଆଙ୍କ ଉପରେ ସିଏଏ ପ୍ରଭାବ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟୁଛି । ବିଶେଷ କରି ପୂର୍ବୋତ୍ତରରେ ଏନେଇ ଉଦବେଗ ପ୍ରକାଶ ପାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ପୋଲିସ ଓ ଆନ୍ଦୋଳନକାରୀଙ୍କର ମଧ୍ୟରେ ଦୁଇ ଥର ଖଣ୍ଡ ଯୁଦ୍ଧ ହେଲାଣି । ତେବେ ଏହାରି ଭିତରେ ସିଏଏକୁ ନେଇ ଜଣେ ଫିଲ୍ମ ନିର୍ମାତାଙ୍କ ଟ୍ୱିଟ ଭାଇରାଲ ହୋଉଛି । ବିରୋଧ ପ୍ରଦର୍ଶନ ଘଟଣା ଛୋଟ ପିଲାଙ୍କ ଉପରେ କିପରି ପ୍ରଭାବ ପକାଉଛି, ତାହା କହିବାକୁ ଚାହିଁଛନ୍ତି ଏହି ଫିଲ୍ମ ନିର୍ମାତା ।

ଫିଲ୍ମ ନିର୍ମାତା ସଞ୍ଜୟ କୁମାର CAAକୁ ନେଇ ଟ୍ୱିଟ କରିଛନ୍ତି । ଲେଖିଛନ୍ତି, ''ମୋ ଦୁଇଟି ସନ୍ତାନ । ଜଣକୁ ୬ ବର୍ଷ, ଅନ୍ୟଟିକୁ ୮ ବର୍ଷ । ଉଭୟଙ୍କୁ ଜଣାନାହିଁ ଧର୍ମ କ'ଣ ? ହେଲେ ଗୋଟିଏ ପୁଅ ତା ମା'କୁ ପଚାରୁଛି, ଆମେ କ'ଣ ହିନ୍ଦୁ ? ମୋ ପତ୍ନୀଙ୍କ ପାଖରୁ ଉତ୍ତର ଆସୁଛି, ନା ଆମେ ଭାରତୀୟ । '' 

ସଞ୍ଜୟ କହିଛନ୍ତି, ମୁଁ ଏଇଥି ପାଇଁ ଚିନ୍ତାପ୍ରକଟ କରୁଛି ଯେ କାହିଁକି ଛୋଟ ଛୁଆଙ୍କ ଭିତରେ ଏଭଳି ପ୍ରଶ୍ନ ଆସୁଛି ? ଏଥିପାଇଁ ଦାୟୀ କିଏ ? ଦେଶର ଧାର୍ମିକ ସ୍ଥିତି ଏବଂ କଟ୍ଟର ଚିନ୍ତାଧାରାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତା । ତେବେ ସଞ୍ଜୟଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । 

କହିରଖୁଛୁ, ନାଗରିକତା ଆଇନକୁ ନେଇ ମଙ୍ଗଳବାର ଜାମିଆ ପରେ ଜାଫରାବାଦରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଛି ।  ସ୍କୁଲ ବସ ଉପରେ ଆକ୍ରମଣ ସହ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି ଆନ୍ଦୋଳକାରୀ ।  ଜାଫରାବାଦରେ ହିଂସା ପରେ ସୁରକ୍ଷା କାରଣରୁ କିଛି ସମୟ ପାଇଁ ୭ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିଲା । ସୀଲମପୁର, ମୌଜାପୁର, ଗୋକୁଲପୁର ଷ୍ଚେସନ ବନ୍ଦ ହେବା ସହ ଆନ୍ଦୋଳନ ଯୋଗୁଁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ହିଂସାକାଣ୍ଡର ଭିଡିଓ ଫୁଟେଜ ସଂଗ୍ରହ କରିବା ସହ ପୋଲିସ ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ସେପଟେ ଜାମିଆ ମାମଲାରେ ଗିରଫ ୧୦ ଅଭିଯୁକ୍ତଙ୍କୁ ୧୪ ଦିନିଆବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ଅନ୍ୟପଟେ ଝାଡଖଣ୍ଡ ନିର୍ବାଚନୀ ରାଲିରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ପ୍ରହାର କରିଥିଲେ। ଦମ ଅଛି ତ ନାଗରିକତା ଆଇନ, ଟ୍ରିପଲ ତଲାକ, ଧାରା ୩୭୦ ଉଚ୍ଛେଦକୁ ପ୍ରତ୍ୟାହାର କରି ଦେଶବାସୀଙ୍କୁ ଦେଖାଇବାକୁ ଚାଲେଞ୍ଜ ଦେଇଛନ୍ତି ମୋଦି । ଦେଶର ମୁସଲମାନ ସହ ଅନ୍ୟ ସଂଖ୍ୟାଲଘୁଙ୍କୁ ଡରାଇବାକୁ କଂଗ୍ରେସ ସବୁ ଶକ୍ତିର ପ୍ରୟୋଗ କରିଛି ବୋଲି ସେ କହିଥିଲେ । ନାଗରିକତା ଆଇନ ଦ୍ୱାରା ସଂଖ୍ୟାଲଘୁ ସଂପ୍ରଦାୟର କୌଣସି କ୍ଷତି ହେବ ନାହିଁ ଜାଣିବା ପରେ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଚି ପାଇଁ ପ୍ରୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢନ୍ତୁ; 'ଆଇନକୁ ଯେତେ ବିରୋଧ କରୁଛ କର, ଶୁଣାଯିବ ନାହିଁ'