Budget 2020: LICକୁ ନେଇ ବଡ଼ ଘୋଷଣା
Advertisement
Article Detail0/zeeodisha/odisha633816

Budget 2020: LICକୁ ନେଇ ବଡ଼ ଘୋଷଣା

ଏଲଆଇସିର ଶେୟାର ବିକିବେ କେନ୍ଦ୍ର ସରକାର

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ନିର୍ମଳାଙ୍କ ବହି ଖାତାରେ LIC ଉପରେ ଫୋକସ । LICର ଶେୟାର ବିକ୍ରି କରିବେ କେନ୍ଦ୍ର ସରକାର । ବଜେଟ-୨୦୨୦ ଉପସ୍ଥାପନ ବେଳେ ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । 

ବଜେଟ ଉପସ୍ଥାପନ ବେଳେ ବୀମା କମ୍ପାନୀ LICକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଏଲଆଇସିର ଆଇପିଓ ଏବେ ଜାରି କରିବେ ସରକାର।  ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସିର ଅଂଶଧନ ସରକାର ବିକ୍ରି କରିବେ ବୋଲି କହିଛନ୍ତି ।

ସଂସଦରେ ବଜେଟ ଉପସ୍ଥାପନ ବେଳେ ନିର୍ମଲା ସୀତାରମଣ କହିଛନ୍ତି, ଅର୍ଥବ୍ୟବସ୍ଥାର ଆଧାର ମଜଭୁତ ଅଟେ । ସେହିପରି ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣରେ ରହିଛି । ଏହି ବଜେଟ ଆୟ ଓ କ୍ରୟ ଶକ୍ତି ବଢ଼ାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ଲାଭଦାୟକ ରୋଜଗାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । 

ଭାରତୀୟ ରେଳ ସେବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମାନବ ବିହୀନ ରେଳ ଫାଟକକୁ ସମାପ୍ତ କରାଯାଇଛି ।
୨୭୦୦୦ କିଲୋମିଟର ଲମ୍ବ ରେଳ ଲାଇନକୁ ବିଦ୍ୟୁତକରଣ କରାଯିବ ।
ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ହାଇସ୍ପିଡ ରେଳ କାମ କରାଯିବ ।
୫୫୦ ରେଳ ଷ୍ଟେସନରେ ୱାଇଫାଇ ସେବା ଆରମ୍ଭ ହୋଇସାରିଛି । 
ରେଳ ସହ ସୋଲାର ପ୍ଲାଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ 

କୃଷକଙ୍କ ପାଇଁ ବଜେଟରେ କ'ଣ ସବୁ ରହିଛି ? 

Competitive ଫାର୍ମିଙ୍ଗରେ କୃଷକଙ୍କ ସ୍ଥିତିର ସୁଧାର ଆଣିବା
୨୦୨୨ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣ କରିବା
କୃଷି କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା
କେନ୍ଦ୍ରୀୟ ନିୟମ ଆଧାରରେ କୃଷିଭିତ୍ତିକ ରାଜ୍ୟକୁ ପ୍ରୋତ୍ସାହନ
ଜଳସେଚନ ଉପରେ ଫୋକସ
କୁସୁମ ଯୋଜନାରେ ବିଜୁଳି ସେବା
ଜଳସେଚନ ସମସ୍ୟାର ଗମ୍ଭୀରତା
ସୋଲାର ପମ୍ପ ପାଇଁ ସାହାଯ୍ୟ
ପଡ଼ିଆ ପଡ଼ିଥିବା ଜମିରେ ସୋଲାର ପ୍ଲାଣ୍ଟ
କୃଷକଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ
ବ୍ଲକ ସ୍ତରରେ Warehouse
କୃଷି ଉଡ଼ାଣ ଯୋଜନର ଆରମ୍ଭ
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହେବ ଯୋଜନା
One Product-One District ଯୋଜନା

ଆହୁରି ପଢ଼ନ୍ତୁ; Budget 2020: ଚାଷୀଙ୍କ ପାଇଁ '୧୬ ସୂତ୍ରୀ ଯୋଜନା', ଜାଣନ୍ତୁ କ'ଣ ରହିଛି ଯୋଜନାରେ