Budget 2020: ଚାଷୀଙ୍କ ପାଇଁ '୧୬ ସୂତ୍ରୀ ଯୋଜନା', ଜାଣନ୍ତୁ କ'ଣ ରହିଛି ଯୋଜନାରେ
Advertisement
Article Detail0/zeeodisha/odisha633812

Budget 2020: ଚାଷୀଙ୍କ ପାଇଁ '୧୬ ସୂତ୍ରୀ ଯୋଜନା', ଜାଣନ୍ତୁ କ'ଣ ରହିଛି ଯୋଜନାରେ

ଜାଣନ୍ତୁ ୧୬ ସୁତ୍ରୀ ଯୋଜନାରେ କୃଷକଙ୍କ ଖେତ ପାଇଁ କଣ ରହିଛି ଖୁସି ଖବର...

Budget 2020: ଚାଷୀଙ୍କ ପାଇଁ '୧୬ ସୂତ୍ରୀ ଯୋଜନା', ଜାଣନ୍ତୁ କ'ଣ ରହିଛି ଯୋଜନାରେ

ପ୍ରଜ୍ଞାପାରମିତା ପତ୍ରୀ, ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୦-୨୧ । ବଜେଟ ଉପସ୍ଥାପନ କରୁଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ସମସ୍ତ ବର୍ଗର ଲୋକଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଚେଷ୍ଟା କରିଥିବାବେଳେ ଜାଣନ୍ତୁ କୃଷକଙ୍କୁ ଖୁସି କରିବା ପାଇଁ ନିର୍ମଳାଙ୍କ ବଜେଟରେ କମ ରହିଛି । 

କୃଷକଙ୍କ ପାଇଁ ୧୬ ସୁତ୍ରୀ ଯୋଜନାର ଘୋଷଣା କରିଛନ୍ତି ନିର୍ମଳା । ବଜେଟ ଉପସ୍ଥାପନ କରିବାବେଳେ ନିର୍ମଳା କହିଛନ୍ତି ଯେ ୨୦୨୨ ମସିହା ସୁଦ୍ଧା ଆମ ସରକାର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରତିବନ୍ଧିତ ଅଛନ୍ତି । ବଜେଟରେ କୃଷକଙ୍କୁ ଫୋକସ କରି କହିଥିଲେ ଯେ କୃଷକଙ୍କ ପାଇଁ ସବୁଠାରୁ ବଡ଼ ଯୋଜନା ଲାଗୁ କରାଯାଇଛି । ସରକାରଙ୍କ ତରଫରୁ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକ ଲାଭବାନ ହୋଇଛନ୍ତି ।

ଜାଣନ୍ତୁ ୧୬ ସୁତ୍ରୀ ଯୋଜନାରେ କୃଷକଙ୍କ ଖେତ ପାଇଁ କଣ ରହିଛି ଖୁସି ଖବର...

୧. Agricultural land leasing act 2016, Produce life stock act 2017, Services facilitation 2018 କୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଛି ।

୨. ଜଳଭାବକୁ ଆଖି ଆଗରେ ରଖି ୧୦୦ ଜିଲ୍ଲାକୁ ଜଳ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ବଡ଼ ଯୋଜନା କରାଯିବ, ଯେଉଁଥିରେ କୃଷକଙ୍କୁ ଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 

୩. 'ପିଏମ କୁସୁମ ସ୍କିମ' ସାହାର୍ଯ୍ୟରେ କୃଷକଙ୍କ ପମ୍ପକୁ ସୋଲାର ପମ୍ପରେ ଯୋଡ଼ାଯିବ । ଏତଦବ୍ୟତୀତ ୧୫ ଲକ୍ଷ କୃଷକଙ୍କ ଗ୍ରିଡ୍ ପମ୍ପକୁ ମଧ୍ୟ ସୋଲାର ପମ୍ପ ସହିତ ଯୋଡ଼ାଯିବ ।

୪. ଚାଷ ଜମିର ଉର୍ବରତା ବଢାଇବା ପାଇଁ ଅଧିକ ଫୋକସ କରାଯିବ । ରାସାୟନିକ ସାରର ପ୍ରୟୋଗକୁ ନେଇ ସମସ୍ତ କୃଷକଙ୍କୁ ସୂଚନା ଦିଆଯିବ । 

୫. ଦେଶର ଥିବା ଶୀତଳ ଭଣ୍ଡାରକୁ ନାବାର୍ଡ ନିଜ ଅଣ୍ଡରକୁ ନେଇ ତାକୁ ଡେଭଲପ କରିବ । ଦେଶରେ ଆହୁରି ଅନେକ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଆଉ ଏସବୁ କାର୍ଯ୍ୟ PPP ମଡେଲ ମାଧ୍ୟମରେ କରାଯିବ । 

୬. ମହିଳା କୃଷକଙ୍କ ପାଇଁ 'ଧନ ଲକ୍ଷ୍ମୀ' ଯୋଜନାର ଘୋଷଣା କରାଯାଇଛି । 

୭. କ୍ଷୀର, ମତ୍ସ୍ୟ, ମାଂସ, ଭଳି ଶ୍ରୀଘ୍ର ନଷ୍ଟ ହୋଇଯାଉଥିବା ଜିନିଷକୁ ବଞ୍ଚାଇବା ପାଇଁ 'କିଶାନ ରେଳ' ଚଳାଯିବ ।

୮. କୃଷି ଉଡାନ ଯୋଜନାର ଆରମ୍ଭ କରାଯିବ । ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ ହେବ । 

୯. ହଟିକଲଚର କୃଷକଙ୍କ ପାଇଁ ଜିଲ୍ଲାସ୍ତରରେ ଯୋଜନା ଲାଗୁ କରାଯିବ । 

୧୦, ଇଣ୍ଟ୍ରିଗ୍ରେଟେଡ ପ୍ରଣାଳୀରେ ମହୁଚାଷ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । 

୧୧. କୃଷକଙ୍କ କ୍ରେଡିଟ କାର୍ଡ ଯୋଜନାକୁ ୨୦୨୧ ପର୍ଯ୍ୟନ୍ତ ବଢାଇଦିଆଯିବ ।

୧୨. କ୍ଷୀର ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ସରାକାରଙ୍କ ପକ୍ଷରୁ ନୂତନ ଯୋଜନା ଆରମ୍ଭ କରାଯିବ । ଯଦ୍ୱାରା ୨୦୨୫ ମସିହା ପର୍ଯ୍ୟନ୍ତ କ୍ଷୀର ଉତ୍ପାଦନ(୧୦୮ ମିଲିୟନ ମ୍ୟାଟ୍ରିକ ଟନ୍) ବୃଦ୍ଧି ପାଇବ ।  

୧୩. ମନରେଗା ଯୋଜନା ପରି ଚାରାଗାର ଯୋଜନାକୁ ମଧ୍ୟ ସାମିଲ କରାଯିବ ।

୧୪. ନୀଳ ଅର୍ଥନୀତି ଅନୁସାରେ ମତ୍ସ୍ୟ ପାଳନକୁ ବୃଦ୍ଧି କରାଯିବ । ମାଛ ପ୍ରସେସିଂକୁ ବୃଦ୍ଧି କରାଯିବ ।

୧୫. ଯୁବକ ଓ ମତ୍ସ୍ୟ ବିସ୍ତାର ଉପରେ କାର୍ଯ୍ୟ ହେବ । ୩୦୭୭ ସାଗର ମିତ୍ର ବନାଯିବ । ଯଦ୍ୱାରା ସମୁଦ୍ର କୂଳବର୍ତ୍ତି ଯୁବକଙ୍କୁ ରୋଜଗାର ମିଳିବ ।

୧୬. କୃଷକଙ୍କୁ ଦିଆଯାଉଥିବା ସାହାର୍ଯ୍ୟକୁ 'ଦୀନ ଦୟାଲ ଯୋଜନା'ରେ ସାମିଲ କରାଯିବ । 

ଆହୁରି ପଢନ୍ତୁ: Budget 2020: SC, ST, OBCଙ୍କ ପାଇଁ ବଡ଼ ଘୋଷଣା