ଇରାନର ମିସାଇଲ ମାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟୁକ୍ରେନ ବିମାନ !
Advertisement
Article Detail0/zeeodisha/odisha622321

ଇରାନର ମିସାଇଲ ମାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟୁକ୍ରେନ ବିମାନ !

ବ୍ଲାକବକ୍ସ ଦେବାକୁ ମନାକରୁଛି ଇରାନ, ସତ କହୁଛି କାନାଡ଼ା ! 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ବେଶ୍ ହୃଦୟ ବିଦାରକ ଥିଲା ବୁଧବାର ସକାଳୁ ଇରାନରେ ଘଟିଥିବା ବିମାନ ଦୁର୍ଘଟଣା । ଇରାନ୍ ରାଜଧାନୀ ତେହରାନରୁ ୟୁକ୍ରେନର ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଦୁର୍ଘଟଣା ଘଟିଥିଲେ । ଏହି ଦୁର୍ଘଟଣାରେ ବିମାନରେ ବସିଥିବା ସମସ୍ତ ୧୭୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ବିମାନ ଦୁର୍ଘଟଣା ନେଇ ଏବେ ଆସୁଛି ବେଶ୍ ସଙ୍ଘାତିକ ବୟାନ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନରେ ସେତେବେଳେ ବିମାନ ଦୁର୍ଘଟଣା ଘଟିଛି ଯେତେବେଳେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ତେଣୁ ଏହା ଯେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଘଟିଛି, ଏକଥାକୁ ସହଜରେ ଗ୍ରହଣ କରିହେଉନାହିଁ । ଆଉ ସେମିତିରେ ବି ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଦେବାକୁ ଇରାନ ମନା କରୁଥିବାରୁ ସନ୍ଦେହ ଆହୁରି ଦୃଢିଭୂତ ହେଉଛି । ଏହି ଦୁର୍ଘଟଣାରେ କାନାଡ଼ାର ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ବିମାନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠାଇଛି କାନାଡ଼ା । 

ବିମାନ ଦୁର୍ଘଟଣା ନେଇ ସିଧାସଳଖ ଇରାନକୁ ଟାର୍ଗେଟ କରିଛି କାନାଡ଼ା । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ନୁହେଁ, ଇରାନର ମିସାଇଲ ମାଡ଼ରେ ବିମାନ ଦୁର୍ଘଟଣା ହୋଇଥିବା କହିଛି କାନାଡ଼ା । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଦାବି କରିଛନ୍ତି । ଦେଶର ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଏହି ସୂଚନା ମିଳିଥିବା ସେ କହିଛନ୍ତି । ଆଉ ଯାହାକୁ ନେଇ ଏବେ ସନ୍ଦେହ ଆହୁରି ବଢ଼ୁଛି । 

ଆହୁରି ପଢ଼ନ୍ତୁ; ନିର୍ଭୟା ଦୋଷୀ କରିବେ ଅଙ୍ଗଦାନ !

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ କଥା କହିଥିଲେ । କାନାଡ଼ା ମିସାଇଲ ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରମ୍ପ ଉଠାଇଥିଲେ । ସେପଟେ ଇରାନକୁ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ମାଗିଛି ୟୁକ୍ରେନ । ହେଲେ ଏହା ଦେବାକୁ ଇରାନ୍ ରାଜି ହୋଇନାହିଁ । ତେଣୁ ଏହାରି ଉପରେ ସନ୍ଦେହ ବଢ଼ୁଛି । 

ଯଦିଓ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ୟୁକ୍ରେନ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନ ପକ୍ଷରୁ କୁହାଯାଇଛି, ତେବେ ଏହାକୁ ସହଜରେ ଗ୍ରହଣ କରାଯାଇପାରୁନି । ବିଶେଷ କରି ୟୁକ୍ରେନ ସହ ଆମେରିକା ଏବଂ କାନାଡ଼ା ଏକଥାକୁ ଗ୍ରହଣ କରିପାରୁନାହାଁନ୍ତି । ତେବେ ଯଦି ସତରେ ଇରାନର ମିସାଇଲ ମାଡ଼ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼େ, ତେବେ ଇରାନ ଉପରେ ବିଶ୍ୱର ଏକ ଭିନ୍ନ ନଜର ଆସିବା ସ୍ୱାଭାବିକ । 

ଆହୁରି ପଢ଼ନ୍ତୁ; କଥା କଥାରେ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଶୁଣାଇଲା 'ଦିବ୍ୟଜ୍ଞାନ'