Advertisement
Article Detail0/zeeodisha/odisha665023
Zee OdishaOther Newsସରକାରଙ୍କୁ ସମାଲୋଚନା କଲେ ଚିଦାମ୍ବରମ

ସରକାରଙ୍କୁ ସମାଲୋଚନା କଲେ ଚିଦାମ୍ବରମ

ଦେଶରେ କୋରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନେଉଥିବା ପଦକ୍ଷେପକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ। ସେ କହିଛନ୍ତି କି, ସରକାର ନେଇଥିବା ପଦକ୍ଷେପ ଏଭଳି ସଂକଟ ସମୟରେ ଦେଶବାସୀଙ୍କ ପାଇଁ ଯଥେଷ୍ଟ ନୁହେଁ। ଏହି ସମୟରେ ଅନେକ ବେରୋଜଗାର ହୋଇପଡ଼ିଥିବା ଅନେକ ଖାଇବାକୁ ମଧ୍ୟ ପାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।&n

ସରକାରଙ୍କୁ ସମାଲୋଚନା କଲେ ଚିଦାମ୍ବରମ

ନୂଆଦିଲ୍ଲୀ: ଦେଶରେ କୋରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନେଉଥିବା ପଦକ୍ଷେପକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ। ସେ କହିଛନ୍ତି କି, ସରକାର ନେଇଥିବା ପଦକ୍ଷେପ ଏଭଳି ସଂକଟ ସମୟରେ ଦେଶବାସୀଙ୍କ ପାଇଁ ଯଥେଷ୍ଟ ନୁହେଁ। ଏହି ସମୟରେ ଅନେକ ବେରୋଜଗାର ହୋଇପଡ଼ିଥିବା ଅନେକ ଖାଇବାକୁ ମଧ୍ୟ ପାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

ସେ ଟ୍ୱିଟ ଜରିଆରେ କହିଛନ୍ତି କି, ବର୍ତ୍ତମାନ ଦେଶରେ ୨୩ ପ୍ରତିଶତ ବେକାରି ଓ ଦିନ ମଜୁରିଆମାନେ ସମସ୍ୟାରେ ଦୈନିକ ପଡ଼ୁଛନ୍ତି। ସରକାର ଏମାନଙ୍କ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଗରିବମାନଙ୍କୁ ତତ୍କାଳୀନ ଭାବେ ଆର୍ଥିକ ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ସେ ଟ୍ୱିଟ ମାଧ୍ୟମରେ ସରକାରଙ୍କୁ ସୂଚନା ଦେଇଛନ୍ତି।

ଗରୀବ ମାନଙ୍କ ପ୍ରତି ଏହି ସଂକଟ ସମୟରେ ସରକାର ବେଶ ଅବହେଳା ଓ ଅଣଦେଖା କରୁଛନ୍ତି। ଫଳରେ ସେମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ଚିଦାମ୍ବରମ ଆହୁରି ମଧ୍ୟ କହିଥିଲେ କି, ଆସନ୍ତା ୧୪ ତାରିଖରେ ଶେଷ ହେବାକୁ ଥିବା ଏହି ଲକଡାଉନ ପିରିୟଡ଼କୁ ସରକାର ଘୁଞ୍ଚାଇ ଦିଅନ୍ତୁ। ସରକାର ଯଦି ଏଭଳି ନିଷ୍ପତ୍ତି ନିଅନ୍ତି ତେବେ ତାହାକୁ ମୁଁ ନିଶ୍ଚିତ ପକ୍ଷେ ସ୍ୱାଗତ କରିବି ବୋଲି ସେ କହିଥିଲେ।  

Add Zee News as a Preferred Source

ତେବେ ଚିଦାମ୍ବରମ ଏହି ଲକଡାଉନ ସମୟରେ ସରକାର ଭୁଲି ଯାଇଥିବା କିଛି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ମଧ୍ୟ ଚିଦାମ୍ବରମ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ଏକାଧିକ ଅଞ୍ଚଳର ଗରିବ ମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟଙ୍କାଟିଏ ପାଇନଥିବା ସେ କହିଥିଲେ। 

 

About the Author