'ନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେପି ଜାଣିଶୁଣି ହିଂସା ଘଟାଉଛି'
Advertisement
Article Detail0/zeeodisha/odisha611962

'ନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେପି ଜାଣିଶୁଣି ହିଂସା ଘଟାଉଛି'

ନିର୍ବାଚନ ପାଇଁ ବିଜେପି ଘଟାଉଛି ହିଂସା 

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ଦେଖାଦେଇଥିବା ହିଂସାକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ କେଜରିୱାଲ । କେଜରିଓ୍ୱାଲ କହିଛନ୍ତି ଆଗକୁ ନିର୍ବାଚନ ଆସୁଥିବାରୁ ଏହା ପ୍ରତିବାଦ ଓ ହିଂସା ବିରୋଧୀଙ୍କର ଚାଲ ଅଟେ । ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ହିଁ ଆଖି ଆଗରେ ରଖି ବିରୋଧୀ ଦିଲ୍ଲୀର ମାହୋଲ ଖରାପ କରିବାକୁ ଚାହୁଁଛନ୍ତି । ଗତବର୍ଷ ନିର୍ବାଚନରେ ମଧ୍ୟ ବିରୋଧୀ ଜାଣିଶୁଣି ଦିଲ୍ଲୀର ମାହୋଲ ଖରାପ କରିଥିଲା । ତ୍ରିଲୋକପୁରୀ ଓ ବବାଲାରେ ଗତବର୍ଷ ଜାଣିଶୁଣି ହିଂସାକାଣ୍ଡ ଘଟାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି କେଜିରୱାଲ । 

କେଜରିୱାଲ ଏହା ମଧ୍ୟ କହିଛନ୍ତି ଯେ ସେହି ଦଳ ଦଙ୍ଗା କରିଥାଆନ୍ତି, ଯେଉଁମାନଙ୍କୁ ଏଥିରୁ କିଛି ଫାଇଦା ମିଳିଥାଏ । ମାତ୍ର ଏହିପରି ହିଂସାରୁ ଦଳକୁ ଲାଭ ପରିବର୍ତ୍ତେ ଅଧିକ କ୍ଷତି ହୋଇଥାଏ ବୋଲି ସେ କହିଥିଲେ । ସେ କହିଥିଲେ ଯେ, ସ୍ୱାଧୀନ ଭାରତରେ ବିରୋଧ କରିବାର ସମସ୍ତଙ୍କର ଅଧିକାର ରହିଛି. ମାତ୍ର ତାହା ଆଇନର ପରିଧି ମଧ୍ୟରେ କରିବାର ରହିଛି । କୌଣସି ପ୍ରକାର ରାଜନୈତିକ ଦଳ ହିଂସାକୁ ସମର୍ଥନ କରିବା ଉଚିତ ନୁହେଁ । ଆଉ ଏସବୁରୁ ଜଣାପଡ଼ୁଛି ଯେ ଆଗାମୀ ନିର୍ବାଚନରେ ଆମ ଦଳ ବହୁମତ ସହ ବିଜୟ ହାସଲ କରିବା । 

କେଜିରୱାଲ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ଏପରି କୌଣସି ଦଳକୁ ସମର୍ଥନ ଦିଅନ୍ତୁ ନାହିଁ ଏବଂ ତାଙ୍କର ଲକ୍ଷ୍ୟ ହାସଲ କରିବାକୁ ଦିଅନ୍ତୁ ନାହିଁ ଯିଏ ଜାଣିଶୁଣି ହିଂସାକାଣ୍ଡ ଘଟାଉଛି ଓ ଲୋକଙ୍କ ଶାନ୍ତିରେ ବିଭ୍ରାଟ ସୃଷ୍ଟି କରୁଛି । ଆଉ ଏହି ଭଳି ସମସ୍ତ କାଣ୍ଡର ଜବାବ ଆଗାମୀ ନିର୍ବାଚନରେ ଦେବାକୁ ହେବ । ଆପ ଏପରି ହିଂସାକାଣ୍ଡ କାହିଁକି ଘଟାଇବ ? ଏଥିରେ ଦଳକୁ କଣ ଫାଇଦା ମିଳିବ ବୋଲି ସାଧାରଣ ଜନତାଙ୍କୁ ପ୍ରଶ୍ନ କରିଥିଲେ କେଜରିୱାଲ । 

ଯେତେବେଳେ କେଜରିୱାଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ଯେଉଁ ବିରୋଧୀ ଦଳ ଉପରେ ଆରୋପ ଲଗାଉଛନ୍ତି ତାହା କେଉଁ ଆଧାରରେ ତ ସେ ଉତ୍ତରରେ କହିଥିଲେ 'ସମସ୍ତେ ଜାଣିଛନ୍ତି ଯେ ଏହିଭଳି ଦଙ୍ଗା କିଏ ଓ କାହାର କ୍ଷମତା ଅଛି ଏପରି ଦଙ୍ଗା କରାଇବ, ଏସବୁ ମୋତେ କିଛି କହିବାର ଆବଶ୍ୟକତା ହିଁ ନାହିଁ  ।'