ବୌଜ୍ଞାନିକଙ୍କ ସନ୍ଦେହ ମୁତାବକ କୋରୋନା ଭାଇରସ ଜୀବଜନ୍ତୁଙ୍କ ଠାରୁ ମଣିଷକୁ ବ୍ୟାପିଛି
Trending Photos
ଚୀନ: କଥାରେ ଅଛି 'ମଣିଷ ଗାତରେ ପଡିଲେ ବାଟକୁ ଆସେ' । ଆଉ ଆଜି ଚୀନ ଗାତରେ ପଡିଲା ପରେ ବାଟକୁ ଆସିଛି । ଚୀନ ସିନଜେହେନ ସହରରେ କୁକୁର ବିଲେଇ ଆଉ ହିଂସ୍ର ଜୀବଜନ୍ତୁକୁ ମାରି ଖାଇବା ଟ୍ରେଣ୍ଡ ଉପରେ ପ୍ରତିବନ୍ଧକ ଲଗାଇଛି । ବୌଜ୍ଞାନିକଙ୍କ ସନ୍ଦେହ ମୁତାବକ କୋରୋନା ଭାଇରସ ଜୀବଜନ୍ତୁଙ୍କ ଠାରୁ ମଣିଷକୁ ବ୍ୟାପିଛି । ଆଉ ସେହି ସନ୍ଦେହରେ ଚୀନ୍ର ସର୍ବୋଚ୍ଚ ବିଧାନସଭାରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ଯେ ହିଂସ୍ର ଜୀବଜନ୍ତୁଙ୍କୁ କେହି ଖାଦ୍ୟ ରୂପେ ଗ୍ରହଣ କରି ପାରିବେ ନାହିଁ ।
ପୂର୍ବରୁ ମଧ୍ୟ କିଛି ସଂକ୍ରମଣ ମଣିଷଙ୍କୁ ବାଦୁଡି, ସାପ ଆଦି ଖାଇବା ଦ୍ୱାରା ହୋଇଥିବା ସନ୍ଦେହ କରିଛନ୍ତି ବୌଜ୍ଞାନିକମାନେ । କୋରୋନାର କେନ୍ଦ୍ରସ୍ଥଳୀ ବୁହାନ ସହରରେ ବାଦୁଡ଼ି, ସାପ ପରି ଜୀବଜନ୍ତୁଙ୍କ ବଜାର ଥିଲା, ଆଉ ପ୍ରତିଦିନ ମୂଷାଠାରୁ ଆରମ୍ଭ କରି ବାଦୁଡି ଯାଏ ମରା ଯାଇ କିଣା ବିକା ହେଉଥିଲା । ଆଉ ସେହି ସହରରେ ହିଁ ତାଣ୍ଡବ ରଚିବା ଆରମ୍ଭ କରିଥିଲା କୋରୋନା ଭାଇରସ । କୋରୋନା ଦ୍ୱାରା ସାରା ବିଶ୍ୱରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୫୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।
ଦକ୍ଷିଣ ଚାଇନାର ଟେକ୍ନୋଲୋଜି ହବର ଅଧିକାରୀମାନେ କହିଛନ୍ତି ଯେ ମଇ ୧ ତାରିଖରୁ କୁକୁର ଓ ବିଲେଇ ଖାଇବା ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଯିବ । ଆଉ ସେବେଠାରୁ ଏହି ସବୁ ଖାଦ୍ୟ ଗ୍ରହଣ କରିବା ଆଇନଗତ ଅପରାଧ ହୋଇଯିବ ।
ଅନ୍ୟ ଜୀବଜନ୍ତୁଙ୍କ ଠାରୁ କୁକୁର ଓ ବିଲେଇ ମଣିଷର ଖୁବ ନିକଟତର ଓ ପୋଷା ଜୀବଜନ୍ତୁ ଭାବେ ପାଳନ କରାଯାଉଥିବାରୁ ଏହି ଜୀବକୁ ହତ୍ୟା କରି ଖାଇବା ଏକ ଦଣ୍ଡନୀୟ ଅପରାଧ ହେବ ବୋଲି ହଙ୍ଗକଙ୍ଗ ଓ ଟାଇୱାନ ପରି ସହରର ସରକାର ନିର୍ଦ୍ଦେଶ ଦେଇଛନ୍ତି ।