ସିସିଟିଭି ନାହିଁ ତ ପରୀକ୍ଷା କେନ୍ଦ୍ର ନାହିଁ ; ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଲାଗି କଡ଼ା ଆଭିମୁଖ୍ୟ
Advertisement
Article Detail0/zeeodisha/odisha616722

ସିସିଟିଭି ନାହିଁ ତ ପରୀକ୍ଷା କେନ୍ଦ୍ର ନାହିଁ ; ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଲାଗି କଡ଼ା ଆଭିମୁଖ୍ୟ

ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି 

ସିସିଟିଭି ନାହିଁ ତ ପରୀକ୍ଷା କେନ୍ଦ୍ର ନାହିଁ ; ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଲାଗି କଡ଼ା ଆଭିମୁଖ୍ୟ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର : ପରୀକ୍ଷା ପାଇଁ କାଉଁଣ୍ଟଡାଉନ୍ । ସିସିଟିଭି ନାହିଁ ତ ପରୀକ୍ଷା ନାହିଁ । ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ବିଶେଷ କରି ସିସିଟିଭି କ୍ୟାମେରା ଯୁକ୍ତ ପରୀକ୍ଷାକେନ୍ଦ୍ର କରିବାକୁ ପରିଷଦ ନିଷ୍ପତ୍ତି ନେଇଥିବା ବେଳେ ସ୍ଵତନ୍ତ୍ର ଟିମ୍ ବୁଲି ଏହାର ଭିତ୍ତିଭୂମି ଯାଞ୍ଚ  କରିବ ।

ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଲାଗି କଡା ଆଭୁମୁଖ୍ୟ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିନା ସିସିଟିଭି କ୍ୟାମେରାରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ସଫା ସଫା ମନାକରିଦେଇଛି ପରିଷଦ । ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଗଳିତ ଓ ସୁପରିଚାଳନା ସହ କପି ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପରିଷଦର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ଯାଞ୍ଚ କରିବା ସହ ସମସ୍ତ ମାପଦଣ୍ଡ ପୂରଣ କରୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହିଁ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଜଣାପଡିଛି । ପରେ ପରୀକ୍ଷା ପରିଷଦର ସ୍ଵତନ୍ତ୍ର ବୌଠକ ବସି ଚୂଡାନ୍ତ ପରିକ୍ଷାକେନ୍ଦ୍ର ତାଲିକା ନିଷ୍ପତ୍ତି କରାଯିବ । ଏହାସହ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା, ଏବଂ ମୋବାଇଲ ଫୋନ ବ୍ୟବହାର ମନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୨୦୨ ଟି ହବ୍ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର କେନ୍ଦ୍ରକୁ ପଠାଯିବ । ତେବେ ସମସ୍ତ ପ୍ରାକ୍ ପ୍ରସ୍ତୁତି ସଠିକ ଭାବେ କରାଯାଉଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି ।

ସେପଟେ ପରୀକ୍ଷାକୁ ଆଉ କେଇ ମାସ ବାକି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ ବେଶ୍ ତତ୍ପରତା ପ୍ରକାଶ ପାଇଛି । ତେବେ ଚଳିତ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରଥମ ଥର ପାଇଁ ଗଣଶିକ୍ଷା ବିଭାଗର ଜଣେ ଲେଖାଏଁ ପ୍ରତି ଜିଲ୍ଲାର ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବେ ବୋଲି ପୂର୍ବରୁ ବିଭାଗ ସ୍ପଷ୍ଟ କରିଛି ।