citizen amendment bill: ଜାଣନ୍ତୁ ପୂର୍ବରୁ କଣ ଥିଲା ନିୟମ ଆଉ ବର୍ତ୍ତମାନ କଣ ବଦଳିବାକୁ ଯାଉଛି
Advertisement
Article Detail0/zeeodisha/odisha607364

citizen amendment bill: ଜାଣନ୍ତୁ ପୂର୍ବରୁ କଣ ଥିଲା ନିୟମ ଆଉ ବର୍ତ୍ତମାନ କଣ ବଦଳିବାକୁ ଯାଉଛି

ନାଗରିକ ସଂଶୋଧନ ବିଧେୟକ ସହ ଜଡ଼ିତ ଥିବା ସମସ୍ତ ତଥ୍ୟ ଜାଣନ୍ତୁ

file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲ ଦ୍ୱାରା ଦେଶକୁ ଆସୁଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ନେଇ ନିୟମ ପରିବର୍ତ୍ତନ ହେବ । 

ଅନୁଚ୍ଛେଦ ୩୭୦, NRC ପରେ ଏବେ ମୋଦି ସରକାର ଆଉ ଏକ ବିଲ ଆଗତ କରିଛନ୍ତି । ଏହି ବିଲ ଆଗତ ହେବା ପରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ଏହି ବିଲ ପାସ ହେଲେ ଭାରତୀୟ ନାଗରିକତାକୁ ନେଇ ଥିବା ସମସ୍ତ ନିୟମ ପରିବର୍ତ୍ତନ ହୋଇଯିବ । ତେବେ ଜାଣନ୍ତୁ ବିଲ ସହ ଯୋଡ଼ିତ ହୋଇ ଥିବା ୧୦ଟି ଖାସ୍ କଥା ।

ମୋଦି ସରକାର ଯେଉଁ ନୂତନ ବିଲ ଆଣିଛନ୍ତି ତାକୁ ନାଗରିକ ସଂଶୋଧନ ବିଧେୟକ(citizen amendment bill)ର ନାମ ଦିଆଯାଇଛି । ଏହି ବିଲ ଆସିବା ଦ୍ୱାରା ନାଗରିକ ଏକ୍ଟ ୧୯୫୫ରେ ଆସିବ ପରିବର୍ତ୍ତନ ।

ନାଗରିକତା ସଂଶୋଧନ ବିଲ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ବିନା ବୈଧ ପ୍ରମାଣପତ୍ରରେ ଭାରତ ଆସିଛନ୍ତି, କିମ୍ବା ବୈଧ ପ୍ରମାଣପତ୍ରର ସମୟ ସୀମା ଶେଷ ହୋଇଛି, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରମାଣ ପତ୍ର ମିଳିପାରିବ । ଏଥି ସହିତ ସମସ୍ତ ଶରଣାର୍ଥୀଙ୍କୁ ଭାରତରେ ଅବୈଧ ବୋଲି ମଧ୍ୟ କୁହାଯିବ ନାହିଁ । 

ସମସ୍ତ ଶରାଣାର୍ଥୀଙ୍କୁ ଭାରତରେ ନାଗରିକତା ପାଇବା ପାଇଁ ଅତି କମରେ ୬ବର୍ଷ ସମୟ ରହିବାକୁ ହେବ । ୧୯୫୫ ଆକ୍ଟ ଅନୁସାରେ ଭାରତରେ ୧୧ ବର୍ଷ ରହିବା ପରେ ନାଗରିକତା ମିଳୁଥିଲା । ଆଉ ସେତେ ପର୍ଯ୍ୟନ୍ତ ଶରଣାର୍ଥୀମାନଙ୍କୁ ସଂଘର୍ଷ କରିବା ପାଇଁ ପଡୁଥିଲା ।

ଅରୁଣାଞ୍ଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ମିଜୋରାମ ପରି ଇନର ପରମିଟ ସୀମାକୁ ଏହି ଆଇନଠୁ ଦୂରେଇ ରଖାଯାଇଛି । 

ଏହି ବିଲ୍ ଆଇନରେ ପରିଣତ ହେଲେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ୬ ଅଣ ମୁସଲମାନ ସଂଖ୍ୟାଲଘୁ ସମୂହର ଲୋକଙ୍କୁ ନାଗରିକତା ହାସଲ କରିବାରେ ଦେଖାଯାଇଥିବା ସମସ୍ୟା ଦୂର ହୋଇପାରିବ ।

ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ

ପୂର୍ବରୁ ଲୋକସଭାରେ NRC ବିଲ୍ ପାରିତ ହୋଇଥିଲେ ବି ରାଜ୍ୟସଭାରେ ପାସ ହୋଇପାରି ନ ଥିଲା । ସଂଶୋଧିତ ବିଲକୁ ପୁଣି ଥରେ ମୋଦି ସରକାର ଲୋକସଭାରେ ଆଗତ କରାଇଛନ୍ତି । ବର୍ତ୍ତମାନ ମଧ୍ୟ ଅନେକ ବିରୋଧୀ ଏହି ବିଲକୁ ବିରୋଧ କରୁଛନ୍ତି ।

ଲୋକସଭାରେ ବିଲ ଚର୍ଚ୍ଚାକୁ ନେଇ ଭୋଟିଂ ହୋଇଛି । ଏଥିରେ ବିଲ ସପକ୍ଷରେ ୨୯୩ ଭୋଟ ମିଳିଥିବାବେଳେ ବିଲ ବିପକ୍ଷରେ ୮୩ ଭୋଟିଂ ହୋଇଥିବା ଜଣାପଡ଼ଛି । ଦ୍ୱିତୀୟ ଥର ପାଇଁ ସଂସଦରେ CAB ଉପସ୍ଥାପନ ହୋଇଛି । ଲୋକସଭାରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଲ ଉପସ୍ଥାପନ ପରେ ଗୃହରେ ବିତର୍କ ହୋଇଛି । ବିରୋଧୀ ନାଗରିକତା ସଂଶୋଧନ ବିଲକୁ ସମ୍ବିଧାନ ବିରୋଧୀ କହିଥିବାବେଳେ ଅମିତ ଶାହ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । CAB ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶାହ । ଏହାସହିତ ବିଲକୁ ନେଇ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ।