ବନ୍ଦ ହେବ ପର୍ଣ୍ଣ ସାଇଟ ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିହାର ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha611039

ବନ୍ଦ ହେବ ପର୍ଣ୍ଣ ସାଇଟ ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିହାର ମୁଖ୍ୟମନ୍ତ୍ରୀ

ଦେଶରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ଦେଖି ସାରାଦେଶ ଆଜି ଚିନ୍ତିତ । ଦେଶରେ ପ୍ରତି ୧୩ ମିନିଟରେ ଏକ ଦୁଷ୍କର୍ମ ଘଟଣା ଘଟୁଛି ଏବଂ ଏଥିରୁ ମାତ୍ର ୩୨.୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତରଫରୁ ଏହି ରେକର୍ଡ ଜାରି କରାଯାଇଛି । ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ଏଭଳି ଅଧିକ ଘଟଣା ଘଟୁଛି। ହେଲେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ଏହି ଅପରାଧ କମିବାର ନା ନେଉନାହିଁ । ନିର୍ଭୟା ଭଳି ଅନେକ ଘଟଣା ପ୍ରତିଦିନ ଘଟୁଥିବା ବେଳେ ସରକାର ଏଥିପ୍ରତି କଠୋର ଦଣ୍ଡ ବିଧାନ କରୁ ନ ଥିବା ମଧ୍ୟ ସାଧରଣରେ ଅଭିଯୋଗ ହେଉଛି । 

ଦିଲ୍ଲୀରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଘଟଣାକୁ ଆଜି ପୂରିଛି ୭ବର୍ଷ । ଆଉ ଆଜି ବି ସ୍ଥିତି ପୂର୍ବପରି ହିଁ ରହିଛି । ଦେଶରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନୀତିଶ ମୋଦିଙ୍କୁ ପର୍ଣ୍ଣ ସାଇଟକୁ ବ୍ୟାନ କରିବାପାଇଁ ଅନୁରୋଧ କରିଛନ୍ତି । ପର୍ଣ୍ଣ ସାଇଟ ଲୋକଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି ଯାହା ଦୁଷ୍କର୍ମ ପରି ଜଘନ୍ୟ କାଣ୍ଡ ଘଟାଉଥିବା ନିଜ ଚିଠିରେ ଲେଖିଛନ୍ତି ନୀତିଶ । 

fallback

ପୂର୍ବରୁ ମଧ୍ୟ ଭାରତରେ ପର୍ଣ୍ଣ ସାଇଟ ବନ୍ଦ କରିବାକୁ ଅନେକେ ଦାବି କରିଥିବାବେଳେ ପର୍ନ ଦେଖିବାରେ ଭାରତ ତୃତୀୟ ସ୍ଥାନରେ ଅଛି ।