ଏକ ଟ୍ରିଲିୟନରେ କେତୋଟି ଜିରୋ, ସମ୍ବିତ ପାତ୍ରଙ୍କୁ ଏଭଳି ପ୍ରଶ୍ନ କରି ଚର୍ଚ୍ଚାକୁ ଆସିଥିଲେ ଗୌରବ ।
Trending Photos
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିପକ୍ଷରେ ଲଢିବେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ବଲ୍ଲଭ । ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଗୌରବଙ୍କୁ ଜମଶେଦପୁର-ପୂର୍ବରୁ ପ୍ରାର୍ଥୀ କରିଛି ଦଳ । ଏହି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ପ୍ରତିନିଧିତ୍ୱ କରୁଛନ୍ତି । ଏକ କଡା ଟକ୍କର ପାଇଁ କଂଗ୍ରେସ ଏପ୍ରକାର ରଣନୀତି ଆପଣେଇଛି ।
ଶନିବାର ରାତିରେ କଂଗ୍ରେସ ପକ୍ଷରୁ ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଜମଶେଦପୁର-ପୂର୍ବରୁ ଗୌରବ ଏବଂ ରାମଗଡରୁ ମମତା ଦେବୀଙ୍କୁ ଦଳ ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୌରବ । କହିଛନ୍ତି, ''ମୁଁ ଏହି ଲଢେଇକୁ ସ୍ୱୀକାର କରୁଛି । ଏହି ନିର୍ବାଚନ ମଣ୍ଡଳୀ ଏବଂ ସମଗ୍ର ଝାଡଖଣ୍ଡରେ ଗତ ୫ ବର୍ଷ ଭିତରେ ଲୋକଙ୍କ ସହ କେବଳ ଧୋକା ହୋଇଛି । ରଘୁବର ସରକାରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଲୋକେ ପ୍ରସ୍ତୁତ ଅଛନ୍ତି । ''
କିଛିଦିନ ପୂର୍ବରୁ ଏକ ଡିବେଟ ସୋରେ ବେଶ ଚର୍ଚ୍ଚାକୁ ଆସିଥିଲେ ଗୌରବ ବଲ୍ଲଭ । ବିଜେପି ମୁଖମାତ୍ର ସମ୍ବିତ ପାତ୍ରଙ୍କ ସହ ମୁହାଁମୁହିଁ ହୋଇଥିଲେ ଗୌରବ । ୫ ବର୍ଷରେ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବାକୁ ଡିଣ୍ଡିମ ପିଟୁଥିବା ବିଜେପିକୁ ସେ କଟାକ୍ଷ କରିଥିଲେ । ଏକ ଟ୍ରିଲିୟନରେ କେତୋଟି ଶୂନ ଅଛି ଜାଣିଛନ୍ତି କି ବୋଲି ସମ୍ବିତଙ୍କୁ ପ୍ରଶ୍ନ କରିଥିଲେ ଗୌରବ । ଯେଉଁ ଭିଡିଓ ଖୁବ ଭାଇରାଲ ହୋଇଥିଲା ।
ଖୁବଶୀଘ୍ର ଅବସର ନେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ
ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରୁ ୫ଟି ପର୍ଯ୍ୟାୟରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବ । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢୁଥିବା ବେଳେ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟ କରି ମଇଦାନକୁ ଓହ୍ଲାଉଛନ୍ତି । କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି ।