ଖୁବଶୀଘ୍ର ଅବସର ନେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ
Advertisement

ଖୁବଶୀଘ୍ର ଅବସର ନେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ରାଜନୀତିରୁ ଖୁବଶୀଘ୍ର ଅବସର ନେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଖୋଦ ଗିରିରାଜ ଏନେଇ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜନୀତିରୁ ଖୁବଶୀଘ୍ର ଅବସର ନେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଖୋଦ ଗିରିରାଜ ଏନେଇ ସୂଚନା ଦେଇଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆଇନ ଲାଗୁ ହେବା ପରେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଗିରିରାଜ । 

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କହିବା କଥା ହେଲା, ଦୁଇଟି ମୁଖ୍ୟ ମୁଦ୍ଦା ନେଇ ସେ ରାଜନୀତିକୁ ଆସିଥିଲେ । ପ୍ରଥମ ମୁଦ୍ଦା ରାମ ମନ୍ଦିର ଏବଂ ଦ୍ୱିତୀୟ ମୁଦ୍ଦା ଜନସଂଖ୍ୟା ନିୟନ୍ତ୍ରଣ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇସାରିଛି । ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏବେ କେବଳ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆଇନ ଲାଗୁ ବାକି ଅଛି । ଆଉ ଏହା ଲାଗୁ ହେବା ପରେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି ଗିରିରାଜ । 

ବିବାଦୀୟ ବୟାନ ଦେଇ ସବୁବେଳେ ବେଶ ଚର୍ଚ୍ଚାରେ ଥାଆନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ମଧ୍ୟ ସେ ବିଭିନ୍ନ ସମୟରେ ବୟାନ ଦେଇଛନ୍ତି । ଦେଶରେ ହୁ ହୁ ହୋଇ ବଢିଚାଲିଥିବା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଧ୍ୟାନ ଦେବା ଜରୁରୀ ବୋଲି ସବୁବେଳେ କହିଆସିଛନ୍ତି କେନ୍ଦ୍ରମନ୍ତ୍ରୀ । 

fallback

କିଛିଦିନ ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆସାମ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଦୁଇରୁ ଅଧିକ ସନ୍ତାନ ଜନ୍ମ ଦେଲେ, ଜନ୍ମଦାତାଙ୍କୁ ସରକାରୀ ଚାକିରିରୁ ବାଦ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ମୁଖ୍ୟ ବଦରୁଦ୍ଦୀନ ଅଜମଲ ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । 

ବଦରୁଦ୍ଦୀନ ଅଜମଲ କହିଥିଲେ, ''ମୁସଲମାନଙ୍କୁ ଚାକିରିରୁ ବାଦ ଦେବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହେଲେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ । ମନଇଚ୍ଛା ସନ୍ତାନ ଉତ୍ପତ୍ତି ଜାରି ରହିବ ।''

ଗୌତମ ଗମ୍ଭୀର ନିଖୋଜ !

ଆଉ ଅଜମଲଙ୍କ ଏପରି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ହିନ୍ଦୁସ୍ଥାନରେ ଇସଲାମ କେବଳ ସନ୍ତାନ ଜନ୍ମ କରିବାର ଫ୍ୟାକ୍ଟ୍ରି କି ବୋଲି ସେ ପ୍ରଶ୍ନ କରିଥିଲେ । ଇରାନ, ଇଣ୍ଡୋନେସିୟା ଏବଂ ମାଲେସିଆରେ ବି ଇସଲାମ ଅଛନ୍ତି । ହେଲେ ସେହି ଦେଶଗୁଡିକରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା କହିଥିଲେ ଗିରିରାଜ ।