କୋରୋନା ମୁକାବିଲାକୁ ନେଇ ଉଦ୍ଧବ ସରକାରଙ୍କୁ କଂଗ୍ରେସର ଟାର୍ଗେଟ
Advertisement
Article Detail0/zeeodisha/odisha695885

କୋରୋନା ମୁକାବିଲାକୁ ନେଇ ଉଦ୍ଧବ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

କୋରୋନା ମୁକାବିଲାକୁ ନେଇ ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛି  କଂଗ୍ରେସ |

କୋରୋନା ମୁକାବିଲାକୁ ନେଇ ଉଦ୍ଧବ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ମୁମ୍ବାଇ: ସମଗ୍ର ବିଶ୍ୱ ସମେତ ଭାରତରେ ତାଣ୍ଡବ ମଚାଇଛି କୋରୋନା ଭାଇରସ | ଆଉ ଏହି ମହାମାରୀରେ ଦେଶରେ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଙ୍କ ତାଲିକାରେ ରହିଛି ମହାରାଷ୍ଟ୍ର | କୋଭିଡ19 ମୁକାବିଲା କରିବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳତାକୁ ନେଇ ଟ୍ୱିଟ ମାଧ୍ୟମରେ ଟାର୍ଗେଟ କରିଛନ୍ତି ସହଯୋଗୀ ଦଳ କଂଗ୍ରେସର ନେତା ସଞ୍ଜୟ ନିରୂପମ |      

ଏନେଇ ସେ କହିଛନ୍ତି, କୋରୋନାର ଅନ୍ତିମ ପର୍ଯ୍ୟାୟ ଆସିବା ବାକି ରହିଛି |  ମୁମ୍ବାଇରେ ୧୧୮୧ଟି ଆଇସିୟୁସ ବେଡ ଉପଲବ୍ଧ ଥିବା ବେଳେ, ୧୧୬୭ଟି ବେଡରେ କୋରୋନାସ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି | ଅନ୍ୟପଟେ ୫୩୦ ଭେଣ୍ଟିଲେଟରର୍ସ ମଧ୍ୟରୁ ୪୯୭ଟି ବ୍ୟବହୃତ ଅବସ୍ଥାରେ ରହିଛି | ବିଗତ ଦୁଇଲ ମାସରେ କୋରନା ମୁକାବିଲାକୁ ନେଇ ଏଭଳି ପ୍ରସ୍ତୁତି ଚାଲିଥିଲା ବୋଲି ରାଜ୍ୟରେ କ୍ଷମତାସୀନ ଥିବା ଉଦ୍ଧବ ଠାକରେ ସରକାରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ସେ |      

ଅନ୍ୟ ଏକ ଟ୍ୱିଟରେ ଶିବସେନାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୂପମ କହିଛନ୍ତି ଭ୍ରଷ୍ଟାଚାର ପାଇଁ କୁଖ୍ୟାତ ବିଏମସି ଶବ ସଂସ୍କାର ପାଇଁ ବ୍ୟବହାର ହେଉଥିବା କଫିନ କଣିବାରେ ବଡ ଧରଣର ଘୋଟଲା ହୋଇଛି | ୩୦୦ ଟଙ୍କାର ବ୍ୟାଗକୁ ୬୦୦୦ ଟଙ୍କାରେ କିଣାଯାଇଛି | ବ୍ରିହାନ ମୁମ୍ବାଇ ମହାନଗର ନିଗମରେ ପ୍ରାୟ ୩୦ ବର୍ଷ ଧରି କ୍ଷମତାରେ ରହିଛି ଶିବସେନା | ମାତ୍ର କୋଭିଡ19 ମୁକାବିଲା ପାଇଁ ସେମାନେ କେତେ ପ୍ରସ୍ତୁତ ଅଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି |  

ମୁମ୍ବାଇରେ କୋରାନ ପାଇଁ ପରୀକ୍ଷାଗାର କମ ରହିଛି | ଯାହାର ଫଳସ୍ୱରୂପ ଟେଷ୍ଟିଂ କମ ହେଉଛି  ଏବଂ ଟେଷ୍ଟିଂ ଲ୍ୟାବ ଉପରେ ଅଧିକ ବୋଝ ପଡୁଛି | ଦୈନିକ ପ୍ରାୟ ୪୦୦୦ କୋଭିଡ19 ଜନିତ ରିପୋର୍ଟ ଆସୁଛି | ଏଥିପାଇଁ ୪ରୁ ୫ ଦିନ ସମୟ ଲାଗୁଛି | ସେତେବେଳକୁ ଆକ୍ରାନ୍ତଙ୍କ ଅବସ୍ଥା ବିଗିଡବାରେ ଲାଗିଛି | ଏପରି ଅବ୍ୟବସ୍ଥା କାରଣରୁ ଆମେ କୋରୋନା ମୁକାବିଲା କରିବାରେ ବିଫଳ ହୋଇଥିବା ନେଇ କହିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୂପମ |      

ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି  ମହାରାଷ୍ଟ୍ର | ଜୁନ ୧୪ ତାରିଖ ରବିବାର ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ୧,୦୪,୫୬୮ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୮୩୦ ଲୋକଙ୍କ ମୃତ୍ୟୁ ଘଟିଛି | ସେହିପରି ୫୧,୩୯୨ ମାମଲା ସକ୍ରିୟ ଥିବା ବେଳେ, ୪୯୩୪୬ ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି |