ସୋନିଆ-ଉଦ୍ଧବଙ୍କ ମଧ୍ୟରେ ହୋଇଛି ଆଲୋଚନା, ଶିବସେନାକୁ ବାହାରୁ ସମର୍ଥନ ଦେବ କଂଗ୍ରେସ!
Advertisement
Article Detail0/zeeodisha/odisha595555

ସୋନିଆ-ଉଦ୍ଧବଙ୍କ ମଧ୍ୟରେ ହୋଇଛି ଆଲୋଚନା, ଶିବସେନାକୁ ବାହାରୁ ସମର୍ଥନ ଦେବ କଂଗ୍ରେସ!

ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମହାରାଷ୍ଟ୍ର କଂଗ୍ରେସର ବଡ଼ ନେତାଙ୍କ ବୈଠକ ଜାରି ରହିଛି । ସେହିପରି ଜୟପୁରରେ ଥିବା ମହାରାଷ୍ଟ୍ରର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ମଧ୍ୟ ସୋନିଆ ଆଲୋଚନା କରିଛନ୍ତି । ବିଧାୟକମାନେ ଶିବସେନାକୁ ସମର୍ଥନ ଦେବା ପକ୍ଷରେ ମତ ଦେଇଛନ୍ତି ।

ସୋନିଆ-ଉଦ୍ଧବଙ୍କ ମଧ୍ୟରେ ହୋଇଛି ଆଲୋଚନା, ଶିବସେନାକୁ ବାହାରୁ ସମର୍ଥନ ଦେବ କଂଗ୍ରେସ!

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସ୍ଥିତି ଧୀର ଧୀରେ ସ୍ପଷ୍ଟ ହେବାକୁ ଲାଗିଛି । ସରକାର ଗଠନ ପାଇଁ ଶିବସେନା-ଏନସିପି ସରକାରକୁ ବାହ୍ୟ ସମର୍ଥନ ଦେବ କଂଗ୍ରେସ ବୋଲି ଖବର ଆସୁଛି । ଦୁଇ ଦଳର ବିଚାରଧାରା ଅଲଗା ହୋଇଥିବାରୁ କଂଗ୍ରେସ ବାହାରେ ରହି ଶିବସେନାକୁ ସମର୍ଥନ ଦେବାକୁ ଚାହୁଁଛି । 

ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମହାରାଷ୍ଟ୍ର କଂଗ୍ରେସର ବଡ଼ ନେତାଙ୍କ ବୈଠକ ଜାରି ରହିଛି । ସେହିପରି ଜୟପୁରରେ ଥିବା ମହାରାଷ୍ଟ୍ରର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ମଧ୍ୟ ସୋନିଆ ଆଲୋଚନା କରିଛନ୍ତି । ବିଧାୟକମାନେ ଶିବସେନାକୁ ସମର୍ଥନ ଦେବା ପକ୍ଷରେ ମତ ଦେଇଛନ୍ତି । ଅନ୍ୟପକ୍ଷେ ବିଧାୟକମାନେ ସରକାରର ସାମିଲ ହେବା ପାଇଁ ଇଚ୍ଛା କରିଛନ୍ତି ବୋଲି ଜଣାପଡିଛି ।  

ଏହାପୂର୍ବରୁ ସୋମବାର ସକାଳେ କଂଗ୍ରେସ ୱର୍କିଂ କମିଟି ବା ସିଡବ୍ଲୁସି ବୈଠକ ପରେ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ମହାରାଷ୍ଟ୍ର ଉପରେ ବିସ୍ତାରିତ ଭାବେ ଆଲୋଚନା କରାଯାଇଛି । ଆଗାମୀ ଚର୍ଚ୍ଚା ପାଇଁ ମହାରାଷ୍ଟ୍ରର ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇଛି । ଏହାପରେ ସରକାର ଗଠନକୁ ନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପକ୍ଷେ ସୋମବାର କଂଗ୍ରେସ ସହଯୋଗୀ ଏନସିପି କୋର କମିଟର ମଧ୍ୟ  ବୈଠକ ହୋଇଛି । ଏହି ବୈଠକ ପରେ ଏନସିପି ନେତା ନବାବ ମଲିକ କହିଛନ୍ତି ଯେ ଏନସିପି କଂଗ୍ରେସ ସହ ଆଲୋଚନା କରି ନିଷ୍ପତ୍ତି ନେବ । କଂଗ୍ରେସର ସନ୍ଧ୍ୟା ବେଳେ ବୈଠକ ରହିଛି । ତାହା ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସର ନିଷ୍ପତ୍ତି ପରେ ଏନସିପି ଓ କଂଗ୍ରେସ ମିଶି ନିଜ ନିର୍ଣ୍ଣୟ ନେବ । ଏବେ ମହାରାଷ୍ଟ୍ରର କ୍ଷମତାର ଚାବି ଦିଲ୍ଲୀର ୧୦ ଜନପଥ ଅର୍ଥାତ ସୋନିଆ ଗାନ୍ଧୀଙ୍କ ଆବାସରେ ଆସି ରହିଛି ।