ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ
Advertisement
Article Detail0/zeeodisha/odisha609748

ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ

ଭୟରେ ଡୁବିଲେଣି 'ନିର୍ଭୟା' ଅପରାଧୀ !

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଅବସାଦରେ ନିର୍ଭୟା ଅପରାଧୀ । କେତେବେଳେ ବି ହୋଇପାରେ ଫାଶୀ ! ସାମ୍ନାରେ ମୃତ୍ୟୁକୁ ଦେଖି ସମସ୍ତ ୪ ଅପରାଧୀଙ୍କ ନିଦ ହଜିଯାଇଛି । ଖାଇବା ପିଇବା ମଧ୍ୟ କମିଗଲାଣି । ଏବେ ଆଉ ଭୋକ ଶୋଷ ବି ହଉନି । ବିଶ୍ୱସ୍ତ ସୂତ୍ରରୁ ଏଭଳି କିଛି ସୂଚନା ମିଳିଛି । 

ଯାହା କୁହାଯାଉଛି, ପୂର୍ବାପେକ୍ଷା ଅପରାଧିଙ୍କ ଖାଇବା ପିଇବା ଏବେ କମିଯାଇଛି । ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା କିଛିଦିନ ହେଲା ଅବସାଦରେ ରହୁଛନ୍ତି । ବୋଧେ ମୃତ୍ୟୁ ଭୟ ଏହି ଅପରାଧିଙ୍କ ନିଦ ହଜାଇ ଦେଇଛି । ଖୁବଶୀଘ୍ର ସେମାନେ ଫାଶୀ ପାଇବା ସୁନିଶ୍ଚିତ, ଏକଥା ଭଲରେ ବୁଝିଗଲେଣି ସମସ୍ତ ଦୋଷୀ । 

ଫାଶୀ ପୂର୍ବରୁ ଯେପରି ଅପରାଧୀମାନେ ଖାଦ୍ୟ ପେୟ କମ କରି ଶରୀରକୁ କ୍ଷତି ନ ପହଞ୍ଚାଇବେ, ସେ ଉପରେ ଜେଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏଥିପାଇଁ ୫ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ସମସ୍ତ ୪ ଅଭିଯୁକ୍ତଙ୍କୁ ପୁରା ନଜରରେ ରଖାଯାଇଛି । 

ଆହୁରି ପଢନ୍ତୁ; ଦୁଷ୍କର୍ମ ବିରୋଧୀ ନିଆଁରେ ଘିଅ ଢାଳିଲା ‘ମର୍ଦ୍ଦାନୀ-୨’