ଦୁଷ୍କର୍ମ ବିରୋଧୀ ନିଆଁରେ ଘିଅ ଢାଳିଲା ‘ମର୍ଦ୍ଦାନୀ-୨’
Advertisement
Article Detail0/zeeodisha/odisha609350

ଦୁଷ୍କର୍ମ ବିରୋଧୀ ନିଆଁରେ ଘିଅ ଢାଳିଲା ‘ମର୍ଦ୍ଦାନୀ-୨’

ଗୋଟିଏ ପଟେ ଦୁଷ୍କର୍ମ ଓ ଦୁଷ୍କର୍ମକାରୀଙ୍କୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ହାଇଦ୍ରାବାଦ ଓ ଉନ୍ନାଓ ପୀଡ଼ିତାଙ୍କୁ ହତ୍ୟା ନେଇ ସଂସଦରେ ଝଡ଼ ଉଠିଛି । ଠିକ୍ ସେହି ସମୟରେ ଫ୍ରାଇଡେରେ ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ।  ନିଜେ ଫିଲ୍ମକୁ ନେଇ ରାଣୀ ମୁଖାର୍ଜୀ ଆଶାବାଦୀ ଅଛନ୍ତି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଗୋଟିଏ ପଟେ ଦୁଷ୍କର୍ମ ଓ ଦୁଷ୍କର୍ମକାରୀଙ୍କୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ହାଇଦ୍ରାବାଦ ଓ ଉନ୍ନାଓ ପୀଡ଼ିତାଙ୍କୁ ହତ୍ୟା ନେଇ ସଂସଦରେ ଝଡ଼ ଉଠିଛି । ଠିକ୍ ସେହି ସମୟରେ ଫ୍ରାଇଡେରେ ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ।  ନିଜେ ଫିଲ୍ମକୁ ନେଇ ରାଣୀ ମୁଖାର୍ଜୀ ଆଶାବାଦୀ ଅଛନ୍ତି । 

ଦିଲ୍ଲୀରେ ନିର୍ଭୟା ଘଟଣା ପରେ ଦୁଷ୍କର୍ମ କମିବା ବଦଳରେ ବଢିଛି । ଫିଲ୍ମର ପ୍ରମୋଶନ ବେଳେ ରାଣୀ ଅନେକ ମହିଳା ପୋଲିସ୍ ଅଧିକାରୀଙ୍କୁ  ଭେଟି ଏଭଳି ଏକ ସେନସିଟିଭ୍ ଇସ୍ୟୁ ଉପରେ ଆଲୋଚନା କରିଛନ୍ତି । ଫିଲ୍ମରେ ରାଣୀଙ୍କୁ ଦେଖିବାକୁ ମିଳିଛି ପୋଲିସ୍ ଗେଟଅପରେ । ଚରିତ୍ରର ନାଁ ରହିଛି ଶିବାନୀ ରାୟ। ଯିଏ ଜଣେ ଷ୍ଟ୍ରିଟ୍ ପୋଲିସ ଅଫିସର । ନାରୀ ଅସମାନତା ଓ ନାରୀ ସୁରକ୍ଷା ନେଇ ଶିବାନୀ ଇନଭେଷ୍ଟିଗେଟ୍ କରୁଛନ୍ତି । ପ୍ରତ୍ୟେକଟି ରେପିଷ୍ଟଙ୍କୁ ଜେଲର ଚାରିକାନ୍ଥ ଦେଖାଇଛନ୍ତି ଶିବାନୀ ରାୟ । 

fallback

ଫିଲ୍ମର କାହାଣୀ ମଧ୍ୟ ମହିଳାଙ୍କ ସହ ବଢୁଥିବା ଦୁଷ୍କର୍ମକୁ ନେଇ ଆଧାରିତ । କିଭଳି କମ୍ ବୟସର ମହିଳାଙ୍କ ସହ କ୍ରୁରତା କରେ ଅପରାଧୀ, ତାହା ଦେଖିବାକୁ ମିଳିବ ‘ମର୍ଦ୍ଦାନୀ-୨’ରେ  । ଭିଲେନ ଭୂମିକାରେ ଅଭିନୟ କରି ବିଶାଲ ଜେଠବା ମଧ୍ୟ ଦର୍ଶକଙ୍କ ପ୍ରଂଶସା ସାଉଁଟିଛନ୍ତି । ଏହାରି ଭିତରେ ଫିଲ୍ମକୁ ନେଇ ଚୁଜି ହୋଇଯାଇଥିବା ରାଣୀ କହିଛନ୍ତି, ଶହେ କୋଟି କ୍ଲବରେ କିମ୍ବା ୱିକେଣ୍ଡ୍ କଲେକସନରେ ସାମିଲ୍ ହେବା ଭଳି ଫିଲ୍ମ ନୁହେଁ, ବରଂ ସମାଜକୁ ସଚେତନତା ଦେବା ଭଳି ଫିଲ୍ମ କରିବାକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି ।

ସାରା ଦେଶରେ ରେପ୍ ଓ ରେପିଷ୍ଟଙ୍କୁ ଦଣ୍ଡ ନେଇ ବିକ୍ଷୋଭ ଜାରି ରହିଥିବା ବେଳେ, ରାଣୀ ମୁଖାର୍ଜୀ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ଲୋକଙ୍କ ମଧ୍ୟରେ କେତେ ସଚେତନତା ସୃଷ୍ଟି କରିପାରିବ, ତାହା ଦେଖିବାକୁ ବାକି ରହିଲା ।

ଆହୁରି ପଢନ୍ତୁ; ସଂସଦରେ 'ରେପ୍ ଇନ ଇଣ୍ଡିଆ' ଝଡ, ରାହୁଲଙ୍କ ସପକ୍ଷରେ ଛିଡା ହେଲେ କାନିମୋଝି