କୋରୋନା ପ୍ରଭାବରେ ଭୁଶୁଡୁଛି ବଜାର
Advertisement

କୋରୋନା ପ୍ରଭାବରେ ଭୁଶୁଡୁଛି ବଜାର

କୋରୋନା ପ୍ରଭାବରେ ଭୁଶୁଡ଼ୁଛି ବିଶ୍ୱ ବଜାର...

କୋରୋନା ପ୍ରଭାବରେ ଭୁଶୁଡୁଛି ବଜାର

ନୂଆଦିଲ୍ଲୀ: କୋରୋନା ପ୍ରଭାବରେ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଗତ ୬ ଦିନ ଧରି କ୍ରମାଗତ ଭାବେ କ୍ଷତି ସହୁଛି ବିଶ୍ୱ ବାଣିଜ୍ୟ । ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ଦେଖିବାକୁ ମିଳିଛି। ଶୁକ୍ରବାର ଭାରତୀୟ ବଜାରରେ ବ୍ୟାପକ ଭାବେ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । 

ଶୁକ୍ରବାର ଭାରତୀୟ ବଜାରରେ ସେନସେକ୍ସ ୧୪୪୮ ଅଙ୍କ ଓ ନିଫ୍ଟି ୪୩୨ ଅଙ୍କ ଖସି ଗୁରୁତର କ୍ଷତି ସହିଥିଲେ ନିବେଶକ। କେବଳ ଶୁକ୍ରବାର ହିଁ ପାଖାପାଖି ୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ ନିବେଶକ। ଦୁର୍ବଳ ଅର୍ଥନୀତି କାରଣରୁ ଧାତୁ, ଆଇଟି, ଅଟୋଶିଳ୍ପ ଭଳି ସମସ୍ତ କ୍ଷେତ୍ରରେ ବ୍ୟାପକ ଭାବେ କ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା। 

କାରବାର ଆରମ୍ଭରୁ ହିଁ ବଜାରରେ କ୍ଷତି ଦେଖିବାକୁ ମିଳିଥିଲା । ତେବେ ସେନସେକ୍ସ ୧୫୨୫ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଯଦିଓ ପରେ ୧୪୪୮ ପଏଣ୍ଟ ହ୍ରାସ ପାଇ ୩୮୨୯୭.୨୯ ପଏଣ୍ଟରେ ବନ୍ଦ ହୋଇଥିଲା | ସେହିଭଳି ନିଫ୍ଟି 431.55 ପଏଣ୍ଟ ହରାଇ ୧୧୨୦୧.୭୫ରେ ବନ୍ଦ ହୋଇଥିଲା | ଟେକ୍ ମହିନ୍ଦ୍ରା ଆଠ ପ୍ରତିଶତ ଦୁର୍ବଳ ହେବା ସହିତ ସେନ୍ସେକ୍ସରେ ସବୁଠାରୁ ବଡ ଅଂଶ ହରାଇଥିଲେ । ଏହା ବ୍ୟତୀତ ଟାଟା ଷ୍ଟିଲ, ମହିନ୍ଦ୍ରା ଏବଂ ମହିନ୍ଦ୍ରା, ଏଚସିଏଲ, ଟେକ୍, ଇନଫୋସିସ୍, ଏସବିଆଇ ଏବଂ ବଜାଜ ଫାଇନାନ୍ସ ୭.୫୦ ପ୍ରତିଶତ ହ୍ରାସ ପାଇଛି।

ସେପଟେ ବିଗତ ୬ ଦିନ ମଧ୍ୟରେ ପ୍ରାୟ ୧୧.୭୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ନିବେଶକ । ବିଗତ ୬ ଦିନ ମଧ୍ୟରେ ମୋଟ ୭.୩ ପ୍ରତିଶତ ହ୍ରାସ ପାଇଁ ୨୯୭୪ ପଏଣ୍ଟ ଖସି ଥିବାବେଳେ ସପ୍ତାହର ଅନ୍ତିମ ଦିନରେ ୩୮୨୯୭ ପଏଣ୍ଟରେ ବନ୍ଦ ହୋଇଥିଲା । ବୁଧବାର ୪୧୩୨୩ ପଏଣ୍ଟରୁ ବଜାର ଆରମ୍ଭ ହୋଇଥିବା ବେଳେ ସେହିଦିନ ବଜାର ବନ୍ଦ ବେଳକୁ ପ୍ରାୟ ୫.୪୬ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଫଳରେ ବଜାର ବନ୍ଦ ବେଳକୁ ୧୪୬.୯୩ ଲକ୍ଷ କୋଟି ଟଙ୍କା ରହିଯାଇଥିଲା ।