କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର
Advertisement

କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର

ରାଜ୍ୟର କୋରୋନା ସ୍ଥିତିକୁ ନଜରରେ ରଖି ପ୍ରାୟ ୧୭,୦୦୦ କଏଦୀଙ୍କୁ ପାରୋଲରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର |     

 କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାମାରୀ କୋରୋନାର ପ୍ରଭାବ ବିଶ୍ୱର କୋଣ ଅନୁକୋଣରେ ଅନୁଭୂତ ହୋଇଛି | ଏହା ଯୋଗୁଁ ଖାଲି ସ୍ୱାସ୍ଥ୍ୟ ନୁହେଁ ଅର୍ଥନୀତି, ପ୍ରଶାସନିକ  ସେବା ମଧ୍ୟ ପ୍ରଭାବିତ ହୋଇଛି | ଏଥିରୁ ବାଦ ପଡିନାହିଁ ଭାରତ | ଦେଶର ବିଭିନ୍ନ ପ୍ରାନ୍ତରେ କାୟା ମେଲାଇଛି ଏହି ଭାଇରସ |

କୋରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | ଏହାର ମୁକାବିଲା କରିବା ମହାରାଷ୍ଟ୍ର ସରକାରଙ୍କ ପାଇଁ କାଠିକର ପାଠ ହୋଇପଡିଛି | ଏପରିକି ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି |  ପରିସ୍ଥିତି ଏପରି ହୋଇଛି ଯେ, ଜେଲରେ ଥିବା କଏଦୀ ମଧ୍ୟ କୋରୋନା କବଳରୁ ବର୍ତ୍ତି ପାରିନାହାନ୍ତି |

ରାଜଧାନୀ ମୁମ୍ବାଇସ୍ଥିତି ଆର୍ଥର ରୋଡ ଜେଲରେ ଥିବା କଏଦୀ କୋରୋନା କବଳିତ ହୋଇଯାଇଛନ୍ତି | ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର |              ହସ୍ତଗତ ହୋଇଥିବା ଖବର ଅନୁସାରେ ରାଜ୍ୟ ସରକାର ମହାରାଷ୍ଟ୍ର ବିଭିନ୍ନ ଜେଲରେ ଥିବା ପ୍ରାୟ ସତର ହଜାର କଏଦୀଙ୍କୁ ଜେଲରୁ ମୁକ୍ତି ଦେବେ |   

ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ଗୃହ ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି | ଯାହାର ସଦସ୍ୟ ଅଛନ୍ତି ଏ ଏ ସୟଦ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଚାହେନ୍ଦେ,  ଜେଲ ବିଭାଗ ଡିଜି ଏସଏନ ପାଣ୍ଡେ |  ଜେଲରେ ଥିବା କଏଦୀଙ୍କୁ ବର୍ତ୍ତମାନ ସମୟରେ ପାରୋଲରେ ଛାଡିବାକୁ ପ୍ରସ୍ତାବ ଦେଇଥିଲା | 

ଏହା ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଯେଉଁ କଏଦୀଙ୍କ ବିରୁଦ୍ଧରେ ଗୁରୁତର ମାମଲା ରହିଛି ସେମାନଙ୍କୁ ଛଡାଯିବ ନାହିଁ | ରାଜ୍ୟରେ ଲକ ଡାଉନ ଲାଗୁ ହେବା ପରଠୁ କୋଭିଡ19 ସମ୍ପର୍କିତ  ପ୍ରାୟ ୧ ଲକ୍ଷ ୪ ହଜାର ମାମଲା ରୁଜ୍ଜୁ ହୋଇସାରିଛି |  ଅନ୍ୟପଟେ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ହେବା ଭଳି  ୨୧୨ କେସ ଦାଏର ହୋଇଛି | ଏ ଘଟଣାରେ  ୭୫୦ ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ |