ଚିନ୍ତା ବଢାଇଛି ନିଜାମୁଦ୍ଦିନ ମରକଜ: ୭ ମୃତ, ୨୪ କୋରୋନା ପଜିଟିଭ
Advertisement

ଚିନ୍ତା ବଢାଇଛି ନିଜାମୁଦ୍ଦିନ ମରକଜ: ୭ ମୃତ, ୨୪ କୋରୋନା ପଜିଟିଭ

ମରକଜ ବଢାଇବ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଚିନ୍ତା ବଢାଇଛି ନିଜାମୁଦ୍ଦିନ ମରକଜ: ୭ ମୃତ, ୨୪ କୋରୋନା ପଜିଟିଭ

ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ କରିବା ପାଇଁ ସମଗ୍ର ରାଷ୍ଟ୍ରରେ ଏବେ ଲକଡାଉନ ସ୍ଥିତି ଜାରି ରହିଛି. ତେବେ ଏହାରି ମଧ୍ୟରେ ଏହି ନିୟମକୁ ଉଲ୍ଲଂଘନ କରି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ  ଏକତ୍ରିତ ହୋଇଥିଲେ. ତେବେ ପୋଲିସ ସେମାନଙ୍କ ମଧ୍ୟରୁ ସୋମବାର ୩ ଶହ ଲୋକଙ୍କ କୋରୋନା ଟେଷ୍ଟ କରାଇଥିଲା. ଆଉ ଏହି ଟେଷ୍ଟ ରିପୋର୍ଟ ଯାହା ଆସିଛି, ତାହା ବର୍ତ୍ତମାନ ସମଗ୍ର ଦେଶ ପାଇଁ ଏକପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି. 

ମଙ୍ଗଳବାର ତମଲିଗି ଜମାତର ଦିଲ୍ଲୀ ମୁଖ୍ୟାଳୟ ଓ ମରକଜ ନିଜାମୁଦ୍ଦିନକୁ ପୋଲିସ ସିଲ ଦେଇଛି. ଏହା ସହିତ ସେଠାରେ ଥିବା ୮ ଶହ ଲୋକଙ୍କୁ ଏକ ବସରେ ସହରର ବିଭିନ୍ନ ସ୍ଥାନକୁ ନିଆଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି. ତେବେ ସେପଟେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ୨୪  ଜଣଙ୍କ ନିକଟରେ କୋରୋନା ପଜିଟିଭ ରହିଛନ୍ତି. ତେବେ ଏଭଳି କାର୍ଯ୍ୟ କରି ସେମାନେ ଏକ ଗୁରୁତର ଅପରାଧ କରିଛନ୍ତି ବୋଲି ସେ କହିଛନ୍ତି.

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏଭଳି କାର୍ଯ୍ୟ କରି ଲକ୍ଷାଧିକ ଲୋକଙ୍କ ଜୀବନକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ମାରାତ୍ମକ କୋରୋନା ଭାଇରସରୁ ବଞ୍ଚିବା ପାଇଁ ସରକାର ଲକ ଡାଉନ ପରିସ୍ଥିତି ଜାରି କରିବା ସହିତ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି. ମାତ୍ର ନିଜାମୁଦ୍ଦିନରେ ଥିବା ଶହେ ବର୍ଷରୁ ଊର୍ଦ୍ଧ୍ୱ କୋଠାରେ ଦୁଇଦିନ ଧରି ଏହି ତବଲିଗି ଜମାତ ପାଳନ କରାଯାଇଥିଲା. 

ତବଲିଗି ଜମାତ ହେଉଛି ଏକ ମିଶନାରୀ ଆନ୍ଦୋଳନ. ଏହି ଆନ୍ଦୋଳନକୁ ୧୯୨୬ ମସିହାରେ ଆରମ୍ଭ କରାଯାଇଥିଲା. ଏହି ଆନ୍ଦୋଳନରେ ବିଭିନ୍ନ ରାଜ୍ୟରୁ ଶତାଧିକ ଲୋକମାନେ ସାମିଲ ହୋଇଥିଲେ. ତେବେ ତେଲଙ୍ଗାନାର ୬ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି. ସେହିପରି ଶ୍ରୀନଗରର ମଧ୍ୟ ଜଣକର ମୃତ୍ୟୁ ହୋଇଛି. ସେହିପରି କୋରୋନା ସଂକ୍ରମିତ କିଛି ଲୋକ ଦେଶ ବାହାରକୁ ମଧ୍ୟ ଯାଇଥିବା ଜଣାପଡ଼ିଛି. ଏମାନଙ୍କ ମଧ୍ୟରୁ ୧୦ ଜଣ ଆଣ୍ଡାମାନ ନିକୋବରକୁ ମଧ୍ୟ ଯାଇଥିବା ସୂଚନା ମିଳିଛି. 

ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ନେପାଳ, ମିଆଁମାର, କିର୍ଗିସ୍ତାନ, ସାଉଦୀ ଆରବରୁ ଲୋକମାନେ ଆସିଥିବା ସୂଚନା ରହିଛି. କାର୍ଯ୍ୟକ୍ରମରେ ଆଫଗାନିସ୍ତାନ, ଆଲଜେରିଆ, ଜିବୁତୀ, ଶ୍ରୀଲଙ୍କା, ବାଂଲାଦେଶ, ଇଂଲଣ୍ଡ, ଫିଜି, ଫ୍ରାନ୍ସ ଏବଂ କୁଓ୍ୱେତରୁ ମଧ୍ୟ ଧର୍ମୀୟ ମାନେ ଆସିଥିବା ଜଣାପଡ଼ିଛି. ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିବା ପରେ ଦକ୍ଷିଣ ଭାରତର କିଛି ସ୍ଥାନକୁ ଏହି ଲୋକମାନେ ଯାଇଥିବା ଜଣାପଡ଼ିଛି. ଗତ ସପ୍ତାହରେ ଶ୍ରୀନଗର ଯାଇଥିବା ଜଣେ ମୌଲାନା ଗୁରୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି. ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଗୁରୁ ଜଣକ ଉତ୍ତରପ୍ରଦେଶ ଯାଇଥିବା ଜଣାପଡ଼ିଛି.