ଶିଳ୍ପ ତାଲିମ କେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ
Advertisement
Article Detail0/zeeodisha/odisha616023

ଶିଳ୍ପ ତାଲିମ କେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଶିଳ୍ପ ତାଲିମ କେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ! ସେପ୍ଟି ଟ୍ୟାଙ୍କ ପାଇଁ ସିମେଣ୍ଟ ବଦଳରେ ମାଟି ବ୍ୟବହାର । ଗଜପତି ମୋହନା ବ୍ଲକର କାଳିଆପଟା ଗାଁରେ ନିର୍ମାଣାଧିନ ଥିବା ଶିଳ୍ପ ତାଲିମ କେନ୍ଦ୍ରରୁ ଆସିଛି ଏପରି ଅଭିଯୋଗ । 

ଶିଳ୍ପ ତାଲିମ କେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଗଜପତି: ଶିଳ୍ପ ତାଲିମ କେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ! ସେପ୍ଟି ଟ୍ୟାଙ୍କ ପାଇଁ ସିମେଣ୍ଟ ବଦଳରେ ମାଟି ବ୍ୟବହାର । ଗଜପତି ମୋହନା ବ୍ଲକର କାଳିଆପଟା ଗାଁରେ ନିର୍ମାଣାଧିନ ଥିବା ଶିଳ୍ପ ତାଲିମ କେନ୍ଦ୍ରରୁ ଆସିଛି ଏପରି ଅଭିଯୋଗ । 

ସରକାରଙ୍କ ତରଫରୁ ନୂତନ ଭାବେ ଶିଳ୍ପ ତାଲିମ କେନ୍ଦ୍ର ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।  ତେବେ ଏହି ଉଚ୍ଚ କୋଟିର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି । ନିର୍ମାଣାଧିନ ଷ୍ଟାଫ କ୍ୱାଟରର କାନ୍ଥ ଫାଟି ଆଁ କରିଥିବା ବେଳେ ସେପ୍ଟି ଟ୍ୟାଙ୍କ ପାଇଁ ସିମେଣ୍ଟ ବଦଳରେ ମାଟି ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣି ବେହେରା ନିର୍ମାଣାଧିନ କୋଠା ପରିଦର୍ଶନ ପରେ ଏହି ଅଭିଯୋଗ କରିଛନ୍ତି । ପରିଦର୍ଶନ ବେଳେ କାର୍ଯ୍ୟସ୍ଥଳରେ କୌଣସି ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତି ନ ଥିବା ସେ କହିଛନ୍ତି । 

fallback

ସେହିପରି  ମୋହନା ବିଧାୟକ ମଧ୍ୟ ଘଟଣାସ୍ଥଳରେ  ଅଚାନକ ପହଞ୍ଚି ସ୍ଥିତି ପରଖିଥିଲେ ।  କୌଣସି ଯନ୍ତ୍ରୀ କିମ୍ବା ଠିକାଦାର କାର୍ଯ୍ୟସ୍ଥଳରେ ନଥିବା ଦେଖିଥିଲେ ବିଧାୟକ ।  ନିର୍ମାଣ କାର୍ଯ୍ୟରେ  ନିମ୍ନମାନର ସିମେଣ୍ଟକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । କାର୍ଯ୍ୟରତ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏହି କାମ ଚାଲୁଥିବା ଅଭିଯୋଗ କରିଛନ୍ତି ବିଧାୟକ ।

ଅନ୍ୟପଟେ କାର୍ଯ୍ୟରତ ସୁପରଭାଇଜର ଭଲ ସିମେଣ୍ଟରେ କାମ ହେଉଥିବା କହି ସଫେଇ ଦେଇଛନ୍ତି । ମାଳମାଳ ସରକାରୀ କାମରେ କୌଣସି ଫଳକ ଲଗାଯାଇ ନ ଥିବାରୁ ଏହା କେତେ ଟଙ୍କାର ଏବଂ କେଉଁ ବିଭାଗର କାମ ହେଉଛି ତାହା ଜଣାପଡୁନାହିଁ । ଅତି ନିମ୍ନମାନର କାମ ହେଉଥିବାରୁ ଏହାର  ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନ ଉଠେଇଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ । 

ଆହୁରି ପଢନ୍ତୁ; କେବେ ଯାଇଛନ୍ତି କୁମ୍ଭୀଦରହ ? ଶୀତୁଆ ସକାଳେ ଜମୁଛି ପର୍ଯ୍ୟଟକଙ୍କ ଭିଡ