'ସଂସଦ ଯେପରି ଆଇନ ଚାହିଁବ, ଆମେ ଆଣିବାକୁ ପ୍ରସ୍ତୁତ'
Advertisement
Article Detail0/zeeodisha/odisha604151

'ସଂସଦ ଯେପରି ଆଇନ ଚାହିଁବ, ଆମେ ଆଣିବାକୁ ପ୍ରସ୍ତୁତ'

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସଂସଦରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ ଗୃହରେ ସାଂସଦମାନେ ଏ ପ୍ରସଙ୍ଗ ଉଠାଇଛନ୍ତି । କେହି କେହି କଠୋର ଆଇନ ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ସଂସଦ ଯେପରି ଆଇନ ଚାହିଁବ, ଆମ ସରକାର ଆଣିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସଂସଦରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ ଗୃହରେ ସାଂସଦମାନେ ଏ ପ୍ରସଙ୍ଗ ଉଠାଇଛନ୍ତି । କେହି କେହି କଠୋର ଆଇନ ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ସଂସଦ ଯେପରି ଆଇନ ଚାହିଁବ, ଆମ ସରକାର ଆଣିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ସଂସଦ ଏପ୍ରକାର ଘଟଣାକୁ ନିନ୍ଦା କରୁଛି । ଯେତେବେଳେ ବି ଆବଶ୍ୟକ ପଡିବ, ସଂସଦରେ ଏହି ବିଷୟ ଉପରେ ଆଲୋଚନା ହେବ । ଏପରିକି ଆଇନରେ କୌଣସି ପରିବର୍ତ୍ତନର ଆବଶ୍ୟକ ହେଲେ, ତାହା ମଧ୍ୟ କରାଯିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି । 

ସାଂସଦ ଅନୁପ୍ରିୟା ପଟେଲ କହିଛନ୍ତି, ହାଇଦ୍ରାବାଦ ଘଟଣାରେ ପୀଡିତାଙ୍କ ପରିବାରଙ୍କୁ ପୋଲିସରେ ଅଭିଯୋଗ କରିବା ପାଇଁ ବି ବହୁ ହଇରାଣ ହେବାକୁ ପଡିଛି । ତଦନ୍ତ ପାଇଁ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦିନ ସମୟ ଲାଗିଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏପରି ଘଟଣା ରୋକିବାରେ ବିଫଳ ହୋଇଥିବା ସେ କହିଛନ୍ତି । 

ଏପଟେ ରାଜ୍ୟସଭା ସାଂସଦ ତଥା ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚନ କହିଛନ୍ତି, ହାଇଦ୍ରାବାଦ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଜନତାଙ୍କ ପାଖରେ ଛାଡିଦେବା ଦରକାର । ସେମାନଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବ, ଜନତା ହିଁ ତାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । 

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା' 

ଏସବୁ ଭିତରେ ସାତ ବର୍ଷ ତଳେ ଗଣଦୁଷ୍କର୍ମର ଶୀକାର ହୋଇଥିବା ନିର୍ଭୟାଙ୍କ ମା' ପ୍ରତିକ୍ରିୟା ରଖିଛନ୍ତି । ନ୍ୟାୟ ପାଇଁ ତାଙ୍କୁ କେତେ କ'ଣ କରିବାକୁ ନପଡିଛି, ତାହା ସେ ବଖାଣିଛନ୍ତି । 

୨୦୧୨ ମସିହାରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ସେବେଠୁ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢିଚାଲିଛନ୍ତି ନିର୍ଭୟାଙ୍କ ପରିବାର । ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ବି ହୋଇଛି । ମାତ୍ର ନିର୍ଭୟାଙ୍କ ମା' ବଖାଣିଛନ୍ତି ଆମ ମନ୍ଥର ନ୍ୟାୟ ବ୍ୟବସ୍ଥାର ଅସଲ କାହାଣୀ । 

ଯେତେବେଳେ ହାଇଦ୍ରାବାଦ ମହିଳା ଡାକ୍ତର ଦିଶା(ଛଦ୍ମନାମ)ଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଏବେ ସାରା ଆଲୋଡନ ସୃଷ୍ଟି କରିଛି, ଠିକ୍ ସେତେବେଳେ ଆସିଛି ନିର୍ଭୟାଙ୍କ ମା'ଙ୍କ ପ୍ରତିକ୍ରିୟା । ଏହି ଘଟଣାକୁ ନେଇ ସେ କହିଛନ୍ତି, ''ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଫାଶୀ ମିଳିବା ଦରକାର । ଦିଶାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳୁ । ଆମ ଭଳି ସେମାନେ ୭ ବର୍ଷ ଧରି କୋର୍ଟ କଟେରି ଚକ୍କର ନ କାଟନ୍ତୁ । ଏପରିକି ବାରମ୍ଭାର କାହିଁକି ଏ ପ୍ରକାର ଘଟଣା ଘଟୁଛି, ପ୍ରଶାସନ ସେ ଉପରେ ଚିନ୍ତା କରିବା ଦରକାର। ''

ଆହୁରି ପଢନ୍ତୁ; ୮୦ଘଣ୍ଟା ମୁଖ୍ୟମନ୍ତ୍ରୀ ହେବା ପଛରେ କ'ଣ ଥିଲା ଅସଲ ଉଦ୍ଦେଶ୍ୟ ? ବିଜେପି ସାଂସଦ କଲେ ଖୁଲାସା