ହିଂସା ପାଇଁ ଟୁକଡ଼େ ଗ୍ୟାଙ୍ଗ ଦାୟୀ: ଅମିତ ଶାହା
Advertisement

ହିଂସା ପାଇଁ ଟୁକଡ଼େ ଗ୍ୟାଙ୍ଗ ଦାୟୀ: ଅମିତ ଶାହା

ବର୍ତ୍ତମାନ ଏମାନଙ୍କୁ ଦଣ୍ଡିତ କରିବାର ସମୟ ଆସି ପହଞ୍ଚିଛି ।

ହିଂସା ପାଇଁ ଟୁକଡ଼େ ଗ୍ୟାଙ୍ଗ ଦାୟୀ: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ  ଦେଖାଦେଇଥିବା ହିଂସା ପାଇଁ ଟୁକଡ଼େ ଗ୍ୟାଙ୍ଗ ଦାୟୀ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀ ଶାହା କହିଛନ୍ତି କି, କଂଗ୍ରେସ ନେତୃତ୍ୱରେ ଟୁକଡ଼େ ଗ୍ୟାଙ୍ଗର ସଦସ୍ୟ ଦିଲ୍ଲୀରେ ଏହି ହିଂସା ଘଟାଇଛନ୍ତି । ବର୍ତ୍ତମାନ ଏମାନଙ୍କୁ ଦଣ୍ଡିତ କରିବାର ସମୟ ଆସି ପହଞ୍ଚିଛି । ଦିଲ୍ଲୀବାସୀ ସେମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସେ କହିଥିଲେ, ଏଭଳି ଭ୍ରାନ୍ତ ଧାରଣା ପ୍ରଚାର କରିବା ସହିତ ନାଗରିକମାନଙ୍କୁ ହିଂସା ପାଇଁ ଉସୁକାଇଛନ୍ତି । ଏଭଳି କରି ଦିଲ୍ଲୀର ଶାନ୍ତିକୁ ଭାଙ୍ଗିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ନାଗରିକତା ସଂଶୋଧନ ବିଲ ଉପରେ ସଂସଦରେ ଚର୍ଚ୍ଚା ହୋଇଛି । କେହି କିଛି କହିବା ପାଇଁ ସାହାସ କରିନଥିଲେ । ଖାଲି ଏପଟ-ସେପଟ କଥାବାର୍ତ୍ତା କରୁଥିଲେ । ସଂସଦରୁ ବାହାରିବା କ୍ଷଣି ହିଁ ସେମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା । ଏହା ସହିତ ଦିଲ୍ଲୀରେ ହିଂସା ଘଟାଇଥିଲେ ବୋଲି ସେ କହିଥିଲେ । 

ଏଠାରେ କହି ରଖୁଛୁ ଯେ, ଦିଲ୍ଲୀର ଜାମିଆମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ସିଲମପୁର ଏବଂ ଦିଲ୍ଲୀ ଗେଟ ନିକଟରେ ହିଂସା ଉଗ୍ର ରୂପ ନେଇଥିଲେ । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି, କେଜରିଓ୍ୱାଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗରିବ ନିକଟରେ ଠିକ ଭାବରେ ପହଞ୍ଚାଇ ପାରିନାହାନ୍ତି । ଏଥିପାଇଁ ପହଞ୍ଚାଇ ନାହାନ୍ତି, କାରଣ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାମ ଏହା ସହିତ ସମ୍ପୃକ୍ତ ରହିଛି । 

ଅମିତ ଶାହା କହିଥିଲେ କି, ମୁଁ ଆଜି ଆପଣଙ୍କୁ ବଡ଼ାରୋଡ଼ା କଣ କହିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ, ହରଦିପ ଜୀ ପ୍ରମୁଖ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ମାତ୍ର ସେମାନଙ୍କୁ ଆପ ସରକାର ତାହା କରିବାକୁ ଦେଉନାହାନ୍ତି । ବର୍ତ୍ତମାନ ସମୟରେ ଦିଲ୍ଲୀରେ ଆପ ସରକାର ବଡ଼ା ରୋଡ଼ାର ଅଭିନୟ କରୁଛି ବୋଲି ସେ କହିଥିଲେ ।

ଶ୍ରୀ ଶାହା ଆହୁରି ମଧ୍ୟ କହିଥିଲେ କି, ପାଖାପାଖି 60 ମାସ ହେବ କେଜରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରେ ବସିଲେଣି । ମାତ୍ର ସମସ୍ତ ଦାବି ପୁରଣ କରିବାରେ କାହିଁକି ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।