ବ୍ରଣ ଚିକିତ୍ସା
Advertisement
Article Detail0/zeeodisha/odisha615053

ବ୍ରଣ ଚିକିତ୍ସା

ଗୋଟିଏ ଦୀର୍ଘସୂତ୍ରୀ ଚର୍ମ ରୋଗ ଯେଉଁଥିରେ ସ୍ଥାନେ ସ୍ଥାନେ ମୁହଁରେ କଳାମୁଣ୍ଡିଆ ବ୍ରଣ, ଧଳାମୁଣ୍ଡିଆ ବ୍ରଣ, କାଠ ବ୍ରଣ, ତେଲିଆ ଚର୍ମ, ବ୍ରଣ ଓ ବ୍ରଣକ୍ଷତ ଇତ୍ୟାଦି ଦେଖାଯାଏ । ବ୍ରଣ ଚେହେରା ବଦଳେଇବା ନିମନ୍ତେ ଅନେକ ପ୍ରକାର ଚିକିତ୍ସା କରାଯାଉଛି ଯେପରିକି ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ ଓ ବିଭିନ୍ନ ଉପଚାର ।

ପ୍ରତୀକାତ୍ମକ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଗୋଟିଏ ଦୀର୍ଘସୂତ୍ରୀ ଚର୍ମ ରୋଗ ଯେଉଁଥିରେ ସ୍ଥାନେ ସ୍ଥାନେ ମୁହଁରେ କଳାମୁଣ୍ଡିଆ ବ୍ରଣ, ଧଳାମୁଣ୍ଡିଆ ବ୍ରଣ, କାଠ ବ୍ରଣ, ତେଲିଆ ଚର୍ମ, ବ୍ରଣ ଓ ବ୍ରଣକ୍ଷତ ଇତ୍ୟାଦି ଦେଖାଯାଏ । ବ୍ରଣ ଚେହେରା ବଦଳେଇବା ନିମନ୍ତେ ଅନେକ ପ୍ରକାର ଚିକିତ୍ସା କରାଯାଉଛି ଯେପରିକି ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ ଓ ବିଭିନ୍ନ ଉପଚାର ।

 

  1. ବ୍ରଣ ରେ ଲିମ୍ବ ପତ୍ର ବାଟି ଲେପ ଦିଅନ୍ତୁ । 
  2. ତେଲ, ଘିଅ, ମସଲା ଅତି କମ ପରିମାଣରେ ବ୍ୟବହାର ଶରିର ପାଇଁ ଭଲ । 
  3. କଞ୍ଚା ସାଲାଡ୍ , ଜଳବାୟୁ ଅନୁସାରେ ପନିପରିବା , ସ୍ୟାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଲାଭ ଦାୟକ । 
  4. କଞ୍ଚା ଦୁଧରେ ମୁହଁ କୁ ସଫା କରନ୍ତୁ । 
  5. ଦୁଧର ସରରେ କିଛି ପରିମାଣରେ ଅଟା , ବେସନ, ଚନ୍ଦନ, ପାଉଡର ଏବଂ ଗୋଲାପ ଜଳ ମିଶାଇ ବ୍ରଣରେ ଲଗାଇବା ଦ୍ୱାରା ବ୍ରଣ ଗୁଜିକ କିଛି ମାତାରେ କମ ହୋଇଥାଏ । 
  6. ସଜନା ପତ୍ର ରସରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁହଁର ବ୍ରଣ ଓ କଳା ଦାଗ ଭଲ ହୋଇଥାଏ । 
  7. ମୁହଁରେ ଚନ୍ଦନର ଲେପ ବ୍ରଣ ପାଇଁ ବହୁତ୍ ଲାଭ ଦାୟକ । 
  8. ପ୍ରତିଦିନ ଦାନ୍ତ ଘସିବା ପରେ ଏକ ଗ୍ଲାସ୍ ପାଣିରେ ଲେମ୍ବୁ ଚପୁଡି ପିଅନ୍ତୁ । 
  9. ମୁହଁକୁ ଯେତେ ସମ୍ଭବ ସର୍ବଦା ପରିଷ୍କାର ରଖନ୍ତୁ । 
  10. ଖରା ରେ ଯଦି ଆପଣ ଙ୍କୁ ବାହରକୁ ଯିବାକୁ ପଡେ ଛତା ନେଇ ଯାଆନ୍ତୁ ଏବଂ ଘର କୁ ଆସିଲେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ ।