୫-ଟି ଓ ପାଣ୍ଡିଆନ୍ ଭୟ ଦେଖାଇ କରାଯାଉଛି ବ୍ଲାକମେଲ
Advertisement

୫-ଟି ଓ ପାଣ୍ଡିଆନ୍ ଭୟ ଦେଖାଇ କରାଯାଉଛି ବ୍ଲାକମେଲ

ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ସମୟରେ ଏହାକୁ ଢ଼ାଲ କରି କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ କରିବାରେ ଲାଗି ପଡ଼ିଛନ୍ତି। କେବଳ ଏତିକି ନୁହେଁ ବରଂ ୫ଟି ଓ ପାଣ୍ଡିଆନ୍ ଭୟ ଦେଖାଇ ଡାକ୍ତରଙ୍କୁ ବ୍ଲାକମେଲ କରିବା ସହ ଜବରଦସ୍ତ ଚାନ୍ଦା ମଧ୍ୟ ଦାବି କରିଛନ୍ତି। ଏଥିରେ ଡାକ୍ତର ଅରାଜି ହେବାରେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। 

  • ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ସମୟରେ ଏହାକୁ ଢ଼ାଲ କରି କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ କରିବାରେ ଲାଗି ପଡ଼ିଛନ୍ତି
  • କେବଳ ଏତିକି ନୁହେଁ ବରଂ ୫ଟି ଓ ପାଣ୍ଡିଆନ୍ ଭୟ ଦେଖାଇ ଡାକ୍ତରଙ୍କୁ ବ୍ଲାକମେଲ କରିବା ସହ ଜବରଦସ୍ତ ଚାନ୍ଦା ମଧ୍ୟ ଦାବି କରିଛନ୍ତି
  •  ଏଥିରେ ଡାକ୍ତର ଅରାଜି ହେବାରେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି
  • ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ

Trending Photos

୫-ଟି  ଓ ପାଣ୍ଡିଆନ୍ ଭୟ ଦେଖାଇ କରାଯାଉଛି ବ୍ଲାକମେଲ

ପ୍ରଦିପ୍ତ କୁମାର ମିଶ୍ର, ବଲାଙ୍ଗିର: ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ସମୟରେ ଏହାକୁ ଢ଼ାଲ କରି କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ କରିବାରେ ଲାଗି ପଡ଼ିଛନ୍ତି। କେବଳ ଏତିକି ନୁହେଁ ବରଂ ୫ଟି ଓ ପାଣ୍ଡିଆନ୍ ଭୟ ଦେଖାଇ ଡାକ୍ତରଙ୍କୁ ବ୍ଲାକମେଲ କରିବା ସହ ଜବରଦସ୍ତ ଚାନ୍ଦା ମଧ୍ୟ ଦାବି କରିଛନ୍ତି। ଏଥିରେ ଡାକ୍ତର ଅରାଜି ହେବାରେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। 

କାର୍ଯ୍ୟରତ ଡାକ୍ତର ପ୍ରୀତମ ସୁନାଙ୍କୁ ପାଟଣାଗଡ଼ର୨ ଜଣ ଆତ୍ମଘୋଷିତ ସାମ୍ବାଦିକ ଓ ତଥାକଥିତ ପୂର୍ବତନ ବିଧାୟକଙ୍କ ସମ୍ପର୍କୀୟ ବିଜୟାନନ୍ଦ ଦାଶ ଓରଫ ବିଜୁ ଏବଂ ଅଜିତ କୁମାର ପୁରୋହିତ ଓରଫ କୁନମୁନ ଅସଦାଚରଣ କରିବା ଓ ଜାତିଆଣ ଆକ୍ଷେପ କରିବା ନେଇ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ମାମଲା ରୁଜୁ ହେବାର ୮ ଦିନ ବିତି ଯାଇଥିଲେ ବି ପୁଲିସ୍ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅଭିଯୁକ୍ତଙ୍କ ଚାପରେ ପୁଲିସ୍ ନିଜର ଦାୟିତ୍ୱ ଭୁଲି ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ।

ଲବ ସୁନାଙ୍କ ନେତୃତ୍ୱରେ ବେଲପଡ଼ା ସଚେତନ ନାଗରିକ ମଞ୍ଚ  ପକ୍ଷରୁ ଶତାଧିକ ଲୋକ ମଙ୍ଗଳବାର ରାତିରେ ବଲାଙ୍ଗିର ଆସିଥିଲେ।  ଅତିରିକ୍ତ ଏସପି ସୁବାସ ଜମାଦାରଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଜାତିଆଣ ଆକ୍ଷେପ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଥିଲେ । ତେବେ ଅତିରିକ୍ତ ଏସପି ଶ୍ରୀ ଜମାଦାର ଘଟଣା ସମ୍ପର୍କରେ ତଦନ୍ତ କରାଯିବା ପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ବିଜୁ ଓ କୁନମୁନ ବିଭିନ୍ନ ସମୟରେ ଥାନା ଭିତରେ ବସି ରହନ୍ତି ଏବଂ ପୁଲିସର କିଛି ଅଧିକାରଙ୍କ ସହ ମିଶିି ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରନ୍ତି।ପୋଲିସ  ଜ୍ଞାତସାରରେ ହିଁ ପ।ଟଣାଗଡ଼ ଅଂଚଳରେ ଏହି ୨ ଅଭିଯୁକ୍ତ ତାଙ୍କ ଅପରାଧର ଶାଖା ମେଲାଇ ଚାଲିଥିବା ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ତେଣୁ ପାଟଣାଗଡ ଥାନାରେ ଲାଗିଥିବା ସିସିଟିଭିର ଗତ ୧ମାସର ଫୁଟେଜକୁ ଯାଂଚ କରିବାକୁ ସେମାନେ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ ଗତ ୧୭ ତାରିଖ ସନ୍ଧ୍ୟାରେ ଉକ୍ତ ବିଜୁ ଓ କୁନମୁନ ବେଲପାଡା ନୁନହାଡ ଗାଁର ଜଣେ ମହିଳାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହୁଥିବା ଡା.ପ୍ରୀତମ ସୁନାଙ୍କ ଘରକୁ ଯାଇଥିଲେ । ସେତେବେଳେ ଡା.ସୁନା ନିଜର ବ୍ୟକ୍ତିଗତ କାମରେ ବାହାରକୁ ଯାଇଥିଲୋ ଡା.ମଳୟ କୁମାର ତାଣ୍ଡି(ହୋମିଓପେଥିକ), ଫିଜିଓଥେରାପି ଉମାକାନ୍ତ ବାଗ ଏବଂ ପ୍ରକାଶ କୁମାର ତାଣ୍ଡି(ପୁରୁଷ ସ୍ୱାସ୍ଥ୍ୟକର୍ମୀ) ନିଜ କ୍ୱାର୍ଟରେ ଉପସ୍ଥିତ ଥିଲେ । ଏମବିବିଏସ ଡାକ୍ତର ଶ୍ରୀ ସୁନା ନଥିବାରୁ ଏବେ ଚିକିତ୍ସା ସମ୍ଭବ ନୁହେଁ ବୋଲି ଉକ୍ତ ହୋମିଓପାଥି ଡାକ୍ତର କହିଥିଲେ। ରାତି ସମୟ ହୋଇଥିବାରୁ ପ୍ରାଥମିକ ଚିକିତ୍ସା କରିଦେଲେ ମୁଁ ତୁରନ୍ତ ପାଟଣାଗଡ ଯିବି ବୋଲି ଉକ୍ତ ମହିଳା କହିଥିଲେ। ମହିଳାଙ୍କ ଅନୁରୋଧକୁ ରକ୍ଷା କରି ଡାକ୍ତର ତାଣ୍ଡି ପ୍ରାଥମିକ ଚିକିତ୍ସା କରୁଥିବା ବେଳେ ମହିଳାଙ୍କ ସହ ଯାଇଥିବା ବିଜୁ ଏବଂ କୁନମୁନ ଭିଡିଓ ଉତ୍ତୋଳନ କରିଥିଲେ। ଏଥିସହ ଡାକ୍ତରଙ୍କ ସରକାରୀ କ୍ୱାର୍ଟରରେ ସାଲାଇନ୍ ଓ ଔଷଧ କୁଆଡ଼ୁ ଆସିଲା ବୋଲି ପ୍ରଶ୍ନ କରିଥିଲେ। ତେବେ ଏତିକିରେ କଥା ସରିନଥିଲା ବରଂ ବିଜୁ ଓ କୁନମୁନ ଉକ୍ତ ଡାକ୍ତରଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ଭିଡିଓ ଭାଇରାଲ କରି ୫ଟିରେ ଚାକିରି ଖାଇଦେବାର ଧମକ ବି ଦେଇଥିଲେ।  ଏସମ୍ପର୍କରେ  ଡାକ୍ତର ସୁନା ୨୦ ତାରିଖରେ ସେହି ଯୁବକ ଦ୍ୱୟଙ୍କ ବିରୋଧରେ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅପରପକ୍ଷେ, ଏହି ୨ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୪୫୭/ ୨୯୪/ ୫୦୬/ ୩୪ ଆଇପିସି ୩(୧)(ଏନଏସ), ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ କୌଣସି ଧାରା ଲାଗିନାହିଁ । ଅଭିଯୁକ୍ତ ଦୁଇଜଣଙ୍କ ନାମରେ ପୂର୍ବରୁ ମଧ୍ୟ ପାଟଣାଗଡ ଥାନାରେ ଓ ଲରମ୍ଭା ଥାନାରେ ବିଭିନ୍ନ ମାମଲାରେ କେସ ରୁଜୁ ହୋଇଛି । ଏହାସତ୍ୱେ ମଧ୍ୟ ପୁଲିସ୍ ତଦନ୍ତ ଆଳରେ କେବଳ ଦିନ ଗଡ଼ାଇ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛି । ଏଭଳି ସ୍ଥିତିରେ ୫ଟି ଓ ମୋ ସରକାର କେତେଦୂର କାର୍ଯ୍ୟକାରୀ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ସେପଟେ, ଗ୍ରମାର ଶତାଧିକ ମହିଳା ଆସି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଏସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିି । ତେବେ ଦିନେ ଦୁଇଦିନ ଭିତରେ ଏସପିଙ୍କ ସହ କଥା ହୋଇ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ବିଧାୟକ ଶ୍ରୀ ମେହେର ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।