ବର୍ଷର ଶେଷ ରାତ୍ରିରେ ଖାଆନ୍ତୁ ଏ ସବୁ ଖାଦ୍ୟ
Advertisement
Article Detail0/zeeodisha/odisha617781

ବର୍ଷର ଶେଷ ରାତ୍ରିରେ ଖାଆନ୍ତୁ ଏ ସବୁ ଖାଦ୍ୟ

୩୧ ଡିସେମ୍ବର ରାତ୍ରିରେ ଏମିତି କିଛି ଖାଦ୍ୟ ଖାଆନ୍ତୁ, ଯାହା ଆପଣଙ୍କୁ ଦେବ ଶୁଭ ଫଳ ।

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ବର୍ଷ ୨୦୧୯ ନେବ ବିଦାୟ । ଏବେ ନବବର୍ଷ ୨୦୨୦କୁ ସ୍ୱାଗତ କରିବାର ସମୟ ଆସିଯାଇଛି  । ନ୍ୟୁ ଇଅରକୁ ସ୍ପେଶିଆଲ୍ କରିବାକୁ ସମସ୍ତେ ଚାହାଁନ୍ତି । କେବଳ ଭାରତ ନୁହେଁ  ସାରା ବିଶ୍ୱବାସୀ ଗୁଡଲକ୍ ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ୩୧ ଡିସେମ୍ବର ରାତ୍ରିରେ ଏମିତି କିଛି ଖାଦ୍ୟ ଖାଆନ୍ତୁ, ଯାହା ଆପଣଙ୍କୁ ଦେବ ଶୁଭ ଫଳ ।

ଡାଲି : ବର୍ଷର ଶେଷ ରାତ୍ରିରେ ସବୁଜ ପନିପରିବା ସହ ଡାଲି ଖାଆନ୍ତୁ । ଡାଲିକୁ ଆର୍ଥିକ ସ୍ଥିତି ସହ ଯୋଡ଼ା ଯାଇଥାଏ । କାରଣ ଡ଼ାଲି ସିକ୍ସା ବା ପଇସା ଭଳି ଗୋଲ୍ । ପାଣିରେ ବତୁରାଇବା ଦ୍ୱାରା ଏହା ଫୁଲି ଯାଇଥାଏ । ଆମେରିକାର କିଛି ଅଂଶରେ ନୂଆ ବର୍ଷରେ Hoppin John ରେସିପି ପ୍ରସ୍ତୁତ ହୋଇଥାଏ । ଏହା Good Luckର ପ୍ରତୀକ । 

କେକ୍ କିମ୍ବା ବ୍ରେଡ୍ : ଗ୍ରୀସରେ କେକ୍ କିମ୍ବା ବ୍ରେଡ୍ ଖାଇବାର ପରମ୍ପରା ରହିଛି । କେକକୁ ଗରମ କରିବା ସମୟରେ ଗ୍ରୀସବାସୀ ଏଥିରେ ଏକ Coin ଲୁଚାନ୍ତି । କୁହାଯାଏ ଯେ, କେକରୁ କଏନ ଯାହା ପାଖକୁ ଯାଇଥାଏ । ସେ ଖୁବ୍ ଲକି ।

ମାଛ : ୟୁରୋପିୟ ରାଷ୍ଟ୍ର ଗୁଡ଼ିକରେ ରାତ୍ରି ୧୨ଟା ପରେ ମାଛ ଖାଇବାକୁ ଶୁଭ ବୋଲି କୁହାଯାଏ । ମାଛ ସୁଖ,ସମୃଦ୍ଧିର ପ୍ରତୀକ ଅଟେ । 

ଅଙ୍ଗୁର : ଆମେରିକା ଓ ୟୁରୋପରେ କିଛି ଲୋକ ମାତ୍ର ୧୨ଟି ଅଙ୍ଗୁର ଖାଆନ୍ତି । ଏହା ଆଗାମୀ ୧୨ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଭଲ ଫଳ ପ୍ରଦାନ କରିଥାଏ ।

ନୁଡୁଲ୍ସ: ଲମ୍ବା ଆୟୁର ପ୍ରତୀକ ହେଉଛି ନୁଡୁଲ୍ସ । ଚୀନ ଓ ଜାପାନର ଲୋକ ସନ୍ଧ୍ୟା ହେବା ମାତ୍ରେ ନୁଡୁଲ୍ସ ଖାଇବାକୁ ପସନ୍ଦ କରନ୍ତି । ଏହି ପରମ୍ପରା ଅନୁସାରେ ନୁଡୁଲ୍ସକୁ ଭଂଗା ଯାଏ ନାହିଁ ।

ପୋର୍କ :  କ୍ୟୁବାରେ ପୋର୍କ(PORK)କୁ ଶୁଭ ଓ ସମୃଦ୍ଧି ବଲି ମାନନ୍ତି ।

ଫଳ : ଫଳକୁ ମଧ୍ୟ ଆର୍ଥିକ ଉନ୍ନତିର ପ୍ରତୀକ ରୂପେ ଗ୍ରହଣ କରାଯାଏ । ସେଓ, ଡାଳିମ୍ବ ଓ କମଳା ଆପଣ ଖାଇବା ଆରମ୍ଭ କରନ୍ତୁ । ଏହା ଆପଣଙ୍କୁ ସଫଳତା ଦେବା ସହ  ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରଖିବ।

ଦହି : ପ୍ରତିଟି ଶୁଭ କାମରେ ଦହି ଖାଇ କାର୍ଯ୍ୟ ଆରମ୍ଭ କରାଯାଏ । ଭାରତରେ ଦହି ଶୁଭର ପ୍ରତୀକ । ନୂଆ ବର୍ଷର ପ୍ରଥମ ଦିନରେ ଦହି ଖାଆନ୍ତୁ ।

ଆହୁରି ପଢ଼ନ୍ତୁ; ବାହାଘରରେ ସରକାର ଦେବେ ଭରିଏ ସୁନା