ଅଧ କିଲେ ପ୍ଲାଷ୍ଟିକ ବଦଳରେ ଆହାର ମିଲ୍
Advertisement
Article Detail0/zeeodisha/odisha613751

ଅଧ କିଲେ ପ୍ଲାଷ୍ଟିକ ବଦଳରେ ଆହାର ମିଲ୍

ଅଧା କିଲୋ ଓଜନର ପ୍ଲାଷ୍ଟିକ ବଦଳରେ ୫ ଟଙ୍କାର ଆହାର 

 ଅଧ କିଲେ ପ୍ଲାଷ୍ଟିକ ବଦଳରେ ଆହାର ମିଲ୍

ସୁଜିତ ବିଶୋଇ,ଗଜପତି: ଭୁବନେଶ୍ୱର ପରେ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ପ୍ଲାଷ୍ଟିକ ବଦଳରେ ଆହାର, ଅଧା କିଲୋ ଓଜନର ପ୍ଲାଷ୍ଟିକ ବଦଳରେ ୫ ଟଙ୍କାର ଆହାର, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଜପତି ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । 

ସାରାଦେଶରେ ପ୍ଲାଷ୍ଟିକର ଵହୁଳ ବ୍ୟବହାର ଯୋଗୁଁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିବିରୁ, ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ  କଟକଣା ଜାରି କରିବା ସହ ପ୍ରଦୁଷଣ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ସମୟରେ ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ପ୍ଲାଷ୍ଟିକ ବଦଳରେ ଆହାର ପ୍ରଦାନ ଆରମ୍ଭ କରାଯାଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବି ମନ୍ତ୍ରୀ ସାରକା ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।