କରୱାଚୌଥର ଉପହାର, ଚନ୍ଦ୍ର ପୃଷ୍ଠର ଫଟୋ ସେୟାର କଲା ଇସ୍ରୋ
Advertisement

କରୱାଚୌଥର ଉପହାର, ଚନ୍ଦ୍ର ପୃଷ୍ଠର ଫଟୋ ସେୟାର କଲା ଇସ୍ରୋ

କରୱାଚୌଥ ଦିନରେ ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ) ଜାରି କଲା ଚନ୍ଦ୍ର ପୃଷ୍ଠର ଫଟୋ । ଚନ୍ଦ୍ରଯାନ-୨ର ଆଇଆଇଆରଏସ(ଇମେଜିଙ୍ଗ ଇନଫ୍ରାରେଡ ସ୍ପେକ୍ଟ୍ରୋମିଟିର) ଏହି ଫଟୋ ଉଠାଇଛି । ଚନ୍ଦ୍ରମାରେ ପରିବର୍ତ୍ତିତ ହେଉଥିବା ସୂର୍ଯ୍ୟ କିରଣକୁ ମାପିବା ପାଇଁ ଆଇଆଇଆରଏସକୁ ଡିଜାଇନ କରାଯାଇଛି ।  

ଚନ୍ଦ୍ର ପୃଷ୍ଠର ଫଟୋ

ନୂଆଦିଲ୍ଲୀ: କରୱାଚୌଥ ଦିନରେ ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ) ଜାରି କଲା ଚନ୍ଦ୍ର ପୃଷ୍ଠର ଫଟୋ । ଚନ୍ଦ୍ରଯାନ-୨ର ଆଇଆଇଆରଏସ(ଇମେଜିଙ୍ଗ ଇନଫ୍ରାରେଡ ସ୍ପେକ୍ଟ୍ରୋମିଟିର) ଏହି ଫଟୋ ଉଠାଇଛି । ଚନ୍ଦ୍ରମାରେ ପରିବର୍ତ୍ତିତ ହେଉଥିବା ସୂର୍ଯ୍ୟ କିରଣକୁ ମାପିବା ପାଇଁ ଆଇଆଇଆରଏସକୁ ଡିଜାଇନ କରାଯାଇଛି ।  

ଇସ୍ରୋ କହିଛି ଯେ, ଆଇଆଇଆରଏସ ଚନ୍ଦ୍ରରେ ସୂର୍ଯ୍ୟର ପରିବର୍ତ୍ତନ ହେଉଥିବା କିରଣ ଓ ଚନ୍ଦ୍ର ପୃଷ୍ଠରେ ଗଚ୍ଛିତ ଖଣିଜ ସମ୍ପଦର ସନ୍ଧାନ ପାଇଁ ଡିଜାଇନ କରାଯାଇଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମ ନିକଟକୁ ଆସିପାରିବ । 

ଏହାପୂର୍ବରୁ ଅକ୍ଟୋବର ୪ରେ ଚନ୍ଦ୍ରଯାନ-୨ର ଓର୍ବିଟର ହାଇ ରେଜୁଲେଶନ କ୍ୟାମେରା ଦ୍ୱାରା ନିଆଯାଇଥିବା ଫଟୋ ଜାରି କରିଥିଲା ଇସ୍ରୋ । ଏହି ଫଟୋରେ ଚନ୍ଦ୍ର ପୃଷ୍ଠରେ ବଡ ଓ ଛୋଟ ଗାତ ରହି ଥିବାର ନଜରକୁ ଆସିଥିଲା । ଓର୍ବିଟର ହାଇ ରେଜୁଲେଶନ କ୍ୟାମେରା ଦ୍ୱାରା ନିଆଯାଇଥିବା ଫଟୋ ଇସ୍ରୋ ଜାରି କରିଥିଲା । ଏହି ହାଇ ରେଜୁଲେଶନ କ୍ୟାମେରା(ଓଏଚଆରସି) ଚନ୍ଦ୍ର ପୃଷ୍ଠ ଉପରେ ସ୍ଥିତ ଚନ୍ଦ୍ରଯାନ-୨ର ହାଇ ରେଜୁଲେଶନ ଫଟୋ ଯୋଗାଇଥାଏ । ଏହା ପ୍ୟାକ୍ରୋମ୍ୟାଟିକ ବେଣ୍ଡ(୪୫୦-୮୦୦ ଏନମି) ଦ୍ୱାରା ସଞ୍ଚାଳିତ ହୋଇଥାଏ ।

ଇସ୍ରୋ ସ୍ପଷ୍ଟ କରିଥିଲା ଯେ, ପ୍ରାରମ୍ଭିକ ତଥ୍ୟ ଅନୁସାରେ ଆମ ମିଶନ କେବଳ ୨ ପ୍ରତିଶତର କ୍ଷତି ସହିବାକୁ ପଡିଛି, ୯୮ ପ୍ରତିଶତ ମିଶନ ସଫଳ ରହିଛି । ଇସ୍ରୋ ପ୍ରମୁଖ କେ ସିବନ କହିଥିଲେ ଯେ, ଏନଆରସିର ସପୂର୍ଣ୍ଣ ଯାଞ୍ଚ ହେବା ପରେ ଆମେ ଓର୍ବିଟରରୁ ମିଳୁଥିବା ସମସ୍ତ ଡାଟା ଓ ଫଟୋ ସାର୍ବଜନୀନ କରିଦେବୁ । ରିଭ୍ୟୁ କମିଟି ଏନଆରସି ବର୍ତ୍ତମାନ ମଧ୍ୟ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଖରାପ ଲ୍ୟାଣ୍ଡିଙ୍ଗର ତଥ୍ୟ ଓ ଫଟୋର ଯାଞ୍ଚ କରୁଛି ।