ନୋଏଡ଼ାରେ ୫ ଆକ୍ରାନ୍ତ, ୨୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
Advertisement

ନୋଏଡ଼ାରେ ୫ ଆକ୍ରାନ୍ତ, ୨୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକୁ ଦିନ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ନୋଏଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ବେଳେ ଶନିବାର ୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଏହା ସହିତ ସଂଖ୍ୟା ୨୨ରେ ପହଞ୍ଚିଛି।   ସୂଚନାଯୋଗ୍ୟ ନୋଏଡ଼ାରେ ସେକ୍ଟର ୩୭ ଓ ସେକ୍ଟର ୪୪ରେ ଏହି ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଗ

ନୋଏଡ଼ାରେ ୫ ଆକ୍ରାନ୍ତ, ୨୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ନୋଏଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ବେଳେ ଶନିବାର ୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଏହା ସହିତ ସଂଖ୍ୟା ୨୨ରେ ପହଞ୍ଚିଛି।  

ସୂଚନାଯୋଗ୍ୟ ନୋଏଡ଼ାରେ ସେକ୍ଟର ୩୭ ଓ ସେକ୍ଟର ୪୪ରେ ଏହି ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଗୌତମବୁଦ୍ଧ ନଗର ଜିଲ୍ଲା ଅଧିକାରୀ ବିଏନ ସିଂହ କହିଛନ୍ତି କି, ଶନିବାର ନୋଏଡ଼ା ସେକ୍ଟର ୩୭ ଓ ୪୪ ଅଞ୍ଚଳର ଦୁଇଟି ରେସିଡେନସିଆଲ ସୋସାଇଟିରେ ଏହି କୋରୋନା ପଡ଼ିଟିଭି ବାହାରିଥିବା ଜଣାପଡ଼ିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ପ୍ରଭାବିତ ଏରିଆକୁ ସିଲ କରି ଦିଆଯାଇଛି। ରିଆଇସି ସୋସାଇଟିରେ କୋରୋନା ଆକ୍ରାନ୍ତ ବାହାରିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  

ଉତ୍ତରପ୍ରଦେଶରେ ସବୁଠାରୁ ଅଧିକାଂଶ ଆକ୍ରାନ୍ତ ନୋଏଡ଼ାରୁ ହିଁ ବାହାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନୋଏଡ଼ାରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ସହିତ ଆକ୍ରାନ୍ତ ଓ ସେମାନେ ରହୁଥିବା ଅଞ୍ଚଳ ଗୁଡ଼ିକରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।