ସମ୍ବଲପୁର ଜେଲରେ ମିଳୁଛି ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଶୁଦ୍ଧ ରାସନ ଖାଦ୍ୟ ସାମଗ୍ରୀ। ଜେଲ ଅନ୍ତେବାସୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ଏଭଳି କିଛି ଖାଇବା ରାସନ ସାମଗ୍ରୀ।
Trending Photos
ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ଜେଲରେ ମିଳୁଛି ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଶୁଦ୍ଧ ରାସନ ଖାଦ୍ୟ ସାମଗ୍ରୀ। ଜେଲ ଅନ୍ତେବାସୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ଏଭଳି କିଛି ଖାଇବା ରାସନ ସାମଗ୍ରୀ। ଯାହା କି ଶୁଦ୍ଧ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ। ସମ୍ବଲପୁର ଜେଲରେ ମିଲୁଛି ତାଜା ଅସଲି ବେସନ, ହଳଦୀ ଅଟା ଓ ଛତୁଆ । ଜେଲରେ ମିଳିବ ତାଜା ଅସଲି ବେସନ, ହଳଦୀ ଅଟା ଓ ଛତୁଆ।
ଗତକାଲି ଏହିପରି ଏକ ବିକ୍ରୟ କେନ୍ଦ୍ରକୁ ସମ୍ବଲପୁର ମଣ୍ଡଳ କାରାଗାରର ଅଧୀକ୍ଷକ ବୀରେନ ସାହୁ ଉଦଘାଟନ କରିଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଭେଜାଲ ସାମଗ୍ରୀ ଧରା ପଡୁଥିବା ବେଳେ ଲୋକେ ତେଜରାତି ସାମଗ୍ରୀ କିଣିବାକୁ ଭୟ କରୁଛନ୍ତି ।ତେବେ ବର୍ତ୍ତମାନ ସମ୍ବଲପୁର ଜେଲରେ ଅସଲି ବେସନ, ଅଟା, ଛତୁଆ, ହଳଦୀ ଉପଲବ୍ଧ ହେଉଛି । ଏଥିପାଇଁ ଏକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଜେଲର ଅନ୍ତେବାସୀଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି ।ଯାହା କି ବଜାର ଦର ଠାରୁ କିଛି କମ ରହୁଥିବା ବେଳେ ଶୁଦ୍ଧ ରାସନ ମିଳୁଥିବା କାରଣରୁ ଲୋକେ ଏଠାରୁ କିଣୁଥିବା କହିଛନ୍ତି।ତା ସହ ଏଠାରୁ ଲାଭ ହେଉଥିବା ଟଙ୍କା ପ୍ରିଜନରର୍ସ ଫଣ୍ଡ କୁ କଏଦୀ ଙ୍କର ଉନ୍ନତିକରଣ ପାଇଁ ଯାଉଥିବାରୁ ଖୁଶି ଜାହିର କରିଛନ୍ତି।
ଏହାର ଗୁଣବତ୍ତା ଉପରେ କୌଣସି ଆଶଙ୍କା ନାହିଁ ବୋଲି ସମ୍ବଲପୁର ମଣ୍ଡଳ କାରାଗାରର ଅଧୀକ୍ଷକ କହିଛନ୍ତି । ଆଗକୁ ଆହୁରି ଏମିତି ଅନେକ ପ୍ରକାର ସାମଗ୍ରୀ ଏଠାରେ ଉପଲବ୍ଧ ହେବ ବୋଲି ମଣ୍ଡଳ କାରାଗାରର ଅଧୀକ୍ଷକ ସୂଚନା ଦେଇଛନ୍ତି ।
ଖୁବ ଶୀଘ୍ର ଖାଣ୍ଟି ସୋରିଷ ତେଲ ମଧ୍ୟ ପେଡା ଯାଇ ସାଧାରଣ ଲୋକଙ୍କ ପାଇଁ ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ ବରିଷ୍ଠ ଅଧିକ୍ଷକ।
ବର୍ତ୍ତମାନ ସମୟରେ ଚାରିଆଡେ ଭେଜାଲ ତଥା ନକଲି ରାସନ ସାମଗ୍ରୀ ବିକ୍ରି ହେଉଥିବା ବେଳେ ସମ୍ବଲପୁର କାରାଗାର ପକ୍ଷରୁ କରାଯାଇଥିବା ଏଭଳି ପଦକ୍ଷେପ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।