ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତିନି ସ୍ଥାନରେ ଚଢାଉ କରୁଛି ଫୁଲବାଣୀ ଭିଜିଲାନ୍ସ ବିଭାଗ
Trending Photos
)
ବାଲିଗୁଡା: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ବନ ବିଭାଗ କୋଟିପତି ଫରେଷ୍ଟର କୈଳାସ ସାହୁ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧୀନରେ କାର୍ଯ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡା ବଜାର ସାହିସ୍ଥିତ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଆଜି ଭୋର ସମୟରୁ ଚଢ଼ାଉ ଜାରି ରଖିଛନ୍ତି ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତିନି ସ୍ଥାନରେ ଚଢାଉ କରୁଛି ଫୁଲବାଣୀ ଭିଜିଲାନ୍ସ ବିଭାଗ । ବ୍ରହ୍ମପୁର,ପୁରୀ ଓ କନ୍ଧମାଳ ର ବିଭିନ୍ନ ସ୍ଥାନୀୟ ଏକକାଳୀନ ଚଢ଼ଉ କରାଯାଉଛି । ଚଢ଼ଉ ଶେଷ ହୋଇ ନ ଥିବା ବେଳେ କେତେ ପରିମାଣର ସମ୍ପତି ଜବତ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
More Stories