ରାଜପକ୍ଷେଙ୍କୁ ମିଳିଲା ଶ୍ରୀଲଙ୍କାର ସିଂହାସନ, ଭାରତ ଉପରେ ପଡ଼ିବ ଏହି ପ୍ରଭାବ
Advertisement

ରାଜପକ୍ଷେଙ୍କୁ ମିଳିଲା ଶ୍ରୀଲଙ୍କାର ସିଂହାସନ, ଭାରତ ଉପରେ ପଡ଼ିବ ଏହି ପ୍ରଭାବ

ଗୋତବୟା ରାଜପକ୍ଷେ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ଛୋଟ । କ୍ଷମତାଧାରୀ ଦଳର ପ୍ରାର୍ଥୀ ପ୍ରେମଦାସା ନିଜ ହାରକୁ ସ୍ୱୀକାର କରିଛନ୍ତି । ଏହାସହ ସେ ଗୋତବୟାଙ୍କୁ ଜିତିବାର ଶୁଭେଚ୍ଛା ଜଣାଇଛନ୍ତି । ଗୌତବୟା ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ହେବେ ।

ରାଜପକ୍ଷେଙ୍କୁ ମିଳିଲା ଶ୍ରୀଲଙ୍କାର ସିଂହାସନ, ଭାରତ ଉପରେ ପଡ଼ିବ ଏହି ପ୍ରଭାବ

କଲମ୍ୱୋ: ଶ୍ରୀଲଙ୍କାରେ ସରିଯାଇଛି ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଶ୍ରୀଲଙ୍କାର ପୂର୍ବତନ ରକ୍ଷା ସଚିବ ଗୋତବୟା ରାଜପକ୍ଷେଙ୍କୁ ବିଜୟ ମିଳିଛି । ରାଜପକ୍ଷେ କ୍ଷମତାଧାରୀ ଦଳର ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କୁ ପରାଜିତ କରିଛନ୍ତି । ଏହି ନିର୍ବାଚନରେ ରାଜପକ୍ଷେଙ୍କ ବିଜୟ ପରେ ପ୍ରଶ୍ନ ଉଠୁଛି ଏହାର ଫାଇଦା ଚୀନ ନା ଭାରତକୁ ମିଳିବ ।   

ଗୋତବୟା ରାଜପକ୍ଷେ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ଛୋଟ । କ୍ଷମତାଧାରୀ ଦଳର ପ୍ରାର୍ଥୀ ପ୍ରେମଦାସା ନିଜ ହାରକୁ ସ୍ୱୀକାର କରିଛନ୍ତି । ଏହାସହ ସେ ଗୋତବୟାଙ୍କୁ ଜିତିବାର ଶୁଭେଚ୍ଛା ଜଣାଇଛନ୍ତି । ଗୋତବୟା ରାଜପକ୍ଷେ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ହେବେ । ମୁଖ୍ୟତଃ ଶ୍ରୀଲଙ୍କାର ରାଜନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞ ମତରେ, ଗୋତବୟାଙ୍କ ବିଜୟ ଚୀନ ପାଇଁ ଲାଭଦାୟକ ହେବ । କାରଣ ତାଙ୍କ ଭାଇ ମହିନ୍ଦା ରାଜପକ୍ଷେ କ୍ଷମତାରେ ରହିଥିବା ବେଳେ ଶ୍ରୀଲଙ୍କାରେ ଚୀନ ବହୁତ ନିବେଶ କରିଥିଲା । ମହିନ୍ଦା ୨୦୦୫ ଯାଏ ଶ୍ରୀଲଙ୍କାର କ୍ଷମତାରେ ରହିଥିଲେ ।

ଏତିକି ନୁହଁ ମହିନ୍ଦା ଚୀନରୁ ଆରବ ଡଲାରର ଋଣ ମଧ୍ୟ ନେଇଥିଲେ । ଏହାସହ କଲମ୍ୱୋ ବନ୍ଦରକୁ ଚୀନର ଯୁଦ୍ଧପୋତ ପାଇଁ ଖୋଲି ଦିଆଯାଇଥିଲା । ଏହା ସତ ଯେ କଲମ୍ୱୋ ବନ୍ଦରକୁ ବିକଶିତ କରିବା ପାଇଁ ଚୀନ ବଡ଼ ଭୂମିକା ନିର୍ବାହ କରିଛି । ଏହାସହ ଚୀନ ହନୱନଟୋଟାର ବିଶାଳ ବନ୍ଦରକୁ ବିକଶିତ କରିବା ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଛି । ଆଶା କରାଯାଉଛି ରାଜପକ୍ଷେ ଚୀନ ପ୍ରତି ସକାରାତ୍ମକ ଭାବ ରଖି ପାରେ ।

ଅନ୍ୟପକ୍ଷେ ଭାରତ ମଧ୍ୟ ଶ୍ରୀଲଙ୍କାର ନୂଆ ସରକାର ସହ ଭଲ ସମ୍ପର୍କ ରଖିବାକୁ ଚାହିଁବ । କାରଣ କଲମ୍ୱୋ ବନ୍ଦରରେ ଇଷ୍ଟନ କଣ୍ଟେନର ଟର୍ମିନାଲ ନିର୍ମାଣ କରିବା ପାଇଁ ଭାରତ ଏକ ଚୁକ୍ତି କରିଛି । ଭାରତ ବହୁ ସାମଗ୍ରୀ ଏହି କଲମ୍ୱୋ ବନ୍ଦର ଦେଇ ଆସିଥାଏ । ଏହି ପରିସ୍ଥିତିରେ ଶ୍ରୀଲଙ୍କାରେ କୌଣସି ସରକାର ରହୁ ନା କାହିଁକି ଭାରତ ତାହା ସହିତ ସମ୍ପର୍କ ଖରାପ କରିବାକୁ ଚାହିଁବ ନାହିଁ ।