ନାଇଜରରେ କଠୋରପନ୍ଥୀଙ୍କ ଆକ୍ରମଣ, ୧୪ ସୁରକ୍ଷା କର୍ମୀଙ୍କୁ ହତ୍ୟା
Advertisement
Article Detail0/zeeodisha/odisha616192

ନାଇଜରରେ କଠୋରପନ୍ଥୀଙ୍କ ଆକ୍ରମଣ, ୧୪ ସୁରକ୍ଷା କର୍ମୀଙ୍କୁ ହତ୍ୟା

ପଶ୍ଚିମ ଆଫ୍ରିକାର ନାଇଜରରେ ଇସଲାମୀ କଠୋରପନ୍ଥୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି

ନାଇଜରରେ କଠୋରପନ୍ଥୀଙ୍କ ଆକ୍ରମଣ, ୧୪ ସୁରକ୍ଷା କର୍ମୀଙ୍କୁ ହତ୍ୟା

ନିଆମି: ପଶ୍ଚିମ ଆଫ୍ରିକାର ନାଇଜରରେ ଇସଲାମୀ କଠୋରପନ୍ଥୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 14 ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ସୁରକ୍ଷାକର୍ମୀମାନେ ନିର୍ବାଚନରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ତେବେ ହତ୍ୟାର ଶିକାର ହୋଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ 7 ଜଣ ପୋଲିସ କର୍ମଚାରୀ ରହିଥିବା ବେଳେ 7 ଜଣ ନ୍ୟାସନାଲ ଗାର୍ଡସର ସଦସ୍ୟ ରହିଥିଲେ । ଏହା ପୂର୍ବରୁ ମଧ୍ୟ 71 ଜଣ ସୈନ୍ୟଙ୍କୁ ହତ୍ୟା କରିଥିଲେ ଇସଲାମୀ କଠୋରପନ୍ଥୀ । 

ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ସନମର ରାଜଧାନୀ ନିୟାମୀ ଠାରୁ ପ୍ରାୟ 200 କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା । ତେବେ ସ୍ଥାନୀୟ ସରକାର ଜାରି କରିଥିବା ଏକ ସୂଚନା ଅନୁଯାୟୀ ଘଟଣା ଘଟିଥିବା ସ୍ଥାନରେ ରାଷ୍ଟ୍ରୀୟ ନିର୍ବାଚନ ଆୟୋଗର ଅଧିକାରୀମାନେ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ଏହି ମୃତ ସୁରକ୍ଷା କର୍ମୀମାନେ । ଏଠାରେ କହି ରଖୁଛୁ ଯେ ଆସନ୍ତା ବର୍ଷ ନାଇଜେରିଆରେ ନିର୍ବାଚନ ହେବ । 

ସରକାରଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସୁରକ୍ଷା କର୍ମୀମାନେ ମଧ୍ୟ କଠୋରପନ୍ଥୀଙ୍କ ଉପରକୁ ଗୁଳି ଚଲାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଏକାଧିକ କଠୋରପନ୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାତ୍ର ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ସୂଚନା ଯ଼ୋଗ୍ୟ ନାଇଜର ବିଶ୍ୱର ପ୍ରମୁଖ ଗରୀବ ଦେଶ ମଧ୍ୟରୁ ଅନ୍ୟତମ । ଏଠାରେ ଦୈନିକ ଜୀବନଯାପନ ପାଇଁ ପ୍ରତିଟି ନାଗରିକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ । ସେପଟେ ଏହି ଦେଶରେ ଇସଲାମୀ କଠୋରପନ୍ଥୀଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିଥାଏ । ବୋକୋ ହାରାମ ଆତଙ୍କବାଦୀ ବହୁଳ ଦେଶ ଗୁଡ଼ିକ ସୀମାକୁ ନାଇଜେରିଆର ସୀମା ଲାଗିଥିବାରୁ କଠୋରପନ୍ଥୀଙ୍କ ପ୍ରାଦୁର୍ଭାବ ଧିରେ ଧିରେ ବୃଦ୍ଧି ପାଉଥିବା ଜଣାପଡ଼ିଛି ।