ଏଣିକି ଓଡିଆରେ ମିଳିବ ଟ୍ରେନ ଟିକେଟ
Advertisement

ଏଣିକି ଓଡିଆରେ ମିଳିବ ଟ୍ରେନ ଟିକେଟ

  ଏଣିକି ଓଡିଆରେ ମିଳିବ ଟ୍ରେନ ଟିକେଟ । ଏଣିକି ଅଣସଂରକ୍ଷିତ ଟିକେଟ ଇଂରାଜୀ, ହିନ୍ଦୀ ସହ ଓଡିଆ ଭାଷାରେ ବି ଉପଲବ୍ଧ ହେବ ।  ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର ପାଇଁ  ଭୁବନେଶ୍ୱର-ନୂଆଦିଲ୍ଲୀ ଚାଲୁଥିବା ରାଜଧାନୀ ଏକ୍ସପ୍ରେସରେ ନାଲକୋ ତରଫରୁ କରାଯାଇଛି ବ୍ରାଣ୍ଡିଂ । ସେପଟେ ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଯୋଡି ହୋଇଛି ଆଉ ଏକ ନୂଆ ଷ୍ଟେସନ । 

 ଏଣିକି ଓଡିଆରେ ମିଳିବ ଟ୍ରେନ ଟିକେଟ

ଭୁବନେଶ୍ୱର:  ଏଣିକି ଓଡିଆରେ ମିଳିବ ଟ୍ରେନ ଟିକେଟ । ଏଣିକି ଅଣସଂରକ୍ଷିତ ଟିକେଟ ଇଂରାଜୀ, ହିନ୍ଦୀ ସହ ଓଡିଆ ଭାଷାରେ ବି ଉପଲବ୍ଧ ହେବ ।  ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର ପାଇଁ  ଭୁବନେଶ୍ୱର-ନୂଆଦିଲ୍ଲୀ ଚାଲୁଥିବା ରାଜଧାନୀ ଏକ୍ସପ୍ରେସରେ ନାଲକୋ ତରଫରୁ କରାଯାଇଛି ବ୍ରାଣ୍ଡିଂ । ସେପଟେ ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଯୋଡି ହୋଇଛି ଆଉ ଏକ ନୂଆ ଷ୍ଟେସନ । 

ପୂର୍ବରୁ ନୟାଗଡ ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିବା ବେଳେ ଏବେ ନୟାଗଡ ଠାରୁ 12 କିଲୋମିଟର ଦୂର ମହିପୁରକୁ ରେଳସେବା ଆରମ୍ଭ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଭୁବନେଶ୍ୱର ରେଲ୍ ଷ୍ଟେସନରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଗୋଟିଏ ଦିନରେ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏତେ ସଂଖ୍ୟକ ଉପହାର ।  

ଧିରେଧିରେ ରାଜ୍ୟରେ ରେଳ ସେବା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବିଳ୍ପବ ଆଣୁଥିବା ବେଳେ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ଚଳାଚଳର ସ୍ୱପ୍ନ ମଧ୍ୟ ପୂରଣ ହେବାରେ ଲାଗିଛି । ଯାହା ଆଗାମୀ ଦିନରେ ରାଜ୍ୟବାସୀଙ୍କ ଜୀବନ ଧାରଣରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଯାଉଛି ।