ଗମ୍ଭୀରଙ୍କୁ ହତ୍ୟା ଧମକ
Advertisement
Article Detail0/zeeodisha/odisha613338

ଗମ୍ଭୀରଙ୍କୁ ହତ୍ୟା ଧମକ

କେବଳ ତାଙ୍କୁ ନୁହେଁ, ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଆସୁଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି  । 

ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ  । ଏନେଇ ଗମ୍ଭୀର ସ୍ଥାନୀୟ ଶାହାଦରା ଡିସିପିଙ୍କୁ ଅବଗତ କରାଇଛନ୍ତି । ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଏକ ମୋବାଇଲ ନମ୍ବରରୁ ହତ୍ୟା ଧମକ ଆସୁଛି । କେବଳ ତାଙ୍କୁ ନୁହେଁ, ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଆସୁଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି  । 

ଏନେଇ ସେ ଡିସିପିଙ୍କୁ ଅନୁରୋଧ କରିଛନ୍ତି କି, ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉ ଏବଂ ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି  ।