ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଗାଜିଆବାଦ
Advertisement
Article Detail0/zeeodisha/odisha646011

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଗାଜିଆବାଦ

ପୁଣିଥରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ । ସମଗ୍ର ବିଶ୍ୱରେ ଦିଲ୍ଲୀ ଓ ଗାଜିଆବାଦ ସର୍ବାଧିକ ପ୍ରଦୂଷିତ ସହର ବୋଲି ରିପୋର୍ଟରେ ପ୍ରକାଶ ପାଇଛି । 

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଗାଜିଆବାଦ

ନୂଆଦିଲ୍ଲୀ: ପୁଣିଥରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ । ସମଗ୍ର ବିଶ୍ୱରେ ଦିଲ୍ଲୀ ଓ ଗାଜିଆବାଦ ସର୍ବାଧିକ ପ୍ରଦୂଷିତ ସହର ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି ।

ବିଶ୍ୱର ପ୍ରମୁଖ ସହରଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ରିପୋର୍ଟ ମୁତାବକ ଗାଜିଆବାଦ ସବୁଠାରୁ ପ୍ରଦୂଷିତ ସହର । ଶିଳ୍ପାନୁଷ୍ଠାନ ମାନ ଥିବାରୁ ଏହି ସହର ମାତ୍ରାଧିକ ଭାବେ ପ୍ରଦୂଷଣ ହେଉଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଉଛି । ସେହିପରି ଏହି ରିପୋର୍ଟରେ ଶୀର୍ଷ ୩୦ଟି ସ୍ଥାନରେ ଭାରତର ୨୧ଟି ସହର ରହିଥିବା ଜଣାପଡ଼ିଛି ।  

ଉକ୍ତ ସହର ମଧ୍ୟରେ ଗାଜିଆବାଦ, ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ, ଗ୍ରେଟର ନୋଏଡ଼ା, ବନ୍ଧବାଡ଼ୀ, ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରପୁର, ବାଗପତ, ଜୀନ୍ଦ, ଫରିଦାବାଦ, କୋରୋଟ, ଭିଓ୍ୱାଡ଼ୀ, ପାଟନା, ପଲଓ୍ୱଲ, ମୁଜଫରପୁର, ହିସାର, କୁଟେଲ, ଯୋଧପୁର ଏବଂ ମୁରାଦାବାଦ ରହିଛି ।  

ସେହିଭଳି ରାଜଧାନୀ ଦିଲ୍ଲୀ କଥା ଯଦି କୁହାଯାଏ ତେବେ ପ୍ରଦୂଷଣ ଏଠି ମଧ୍ୟ ତାର ରାଜୁତି ଦେଖାଇଛି । ଦିଲ୍ଲୀ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଭାରତ ବ୍ୟତୀତ ପାକିସ୍ତାନ, ମଙ୍ଗୋଲିଆ, ଆଫଗାନିସ୍ତାନ ଏବଂ ବାଂଲାଦେଶ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ରହିଛନ୍ତି ।  

ତେବେ ପୂର୍ବାପେକ୍ଷା ବର୍ତ୍ତମାନ ବାୟୁମଣ୍ଡଳରେ ସୁଧାର ଆସିଛି । ଦିଲ୍ଲୀ, ଫରିଦାବାଦ, ଗାଜିଆବାଦ, ଗୁରୁଗ୍ରାମ ଓ ନୋଏଡ଼ାରେ ପରିସ୍ଥିତିକୁ  ନିୟନ୍ତ୍ରଣ କରିବା ପାଇଁ ଅନେକ ଯୋଜନା ସରକାର ହାତକୁ ନେଇଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ ।