ପୂର୍ବ-ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନିଖୋଜ ପୋଷ୍ଟର । ଦିଲ୍ଲୀରେ ଗମ୍ଭୀରଙ୍କ ଏହି ନିଖୋଜ ପୋଷ୍ଟର ଲାଗିଛି ।
Trending Photos
ନୂଆଦିଲ୍ଲୀ: ପୂର୍ବ-ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନିଖୋଜ ପୋଷ୍ଟର । ଦିଲ୍ଲୀରେ ଗମ୍ଭୀରଙ୍କ ଏହି ନିଖୋଜ ପୋଷ୍ଟର ଲାଗିଛି । ଏଥିରେ ଲେଖାଯାଇଛି, ''ଆପଣ ଗମ୍ଭୀରଙ୍କୁ ଦେଖିଛନ୍ତି କି ? ଶେଷଥର ପାଇଁ ଗମ୍ଭୀରଙ୍କୁ ଇନ୍ଦୋରରେ ଜଲେବି ଖାଉଥିବା ବେଳେ ଦେଖିବାକୁ ମିଳିଥିଲା । ପୁରା ଦିଲ୍ଲୀ ଏବେ ଗମ୍ଭୀରଙ୍କୁ ଖୋଜୁଛି।''
ପୁରା ଘଟଣା ଏପରି । ଗତ ନଭେମ୍ୱର ସହର ବିକାଶ ମନ୍ତ୍ରାଳୟ ସହ ଜଡିତ ସଂସଦର ସ୍ଥାୟୀ ସମିତି ବୈଠକ ହେବାର ଥିଲା । ଯେଉଁ ବୈଠକରେ ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଲୋଚନା ହୋଇଥାନ୍ତା । ହେଲେ ସାଂସଦ ଏବଂ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ ବୈଠକ ରଦ୍ଦ କରିବାକୁ ପଡିଥିଲା । ଅନୁପସ୍ଥିତ ସାଂସଦଙ୍କ ମଧ୍ୟରେ କମିଟିର ସଦସ୍ୟ ଥିବା ପୂର୍ବ-ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ମଧ୍ୟ ଥିଲେ । ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର କମେଣ୍ଟ୍ରି ପାଇଁ ଇନ୍ଦୋର ଯାଇଥିଲେ ଗମ୍ଭୀର ।
Delhi: Missing posters of BJP MP and former cricketer Gautam Gambhir seen in ITO area. He had missed the Parliamentary Standing Committee of Urban Development meeting, over air pollution in Delhi, on 15th November. pic.twitter.com/cIWBtszMYZ
— ANI (@ANI) November 17, 2019
ଗମ୍ଭୀରଙ୍କ ବୈଠକରେ ସାମିଲ ନହେବା ନେଇ ସୋସିଆଲ ମିଡିଆରେରେ ଟ୍ରୋଲ କରିଥିଲେ ଲୋକେ । ପ୍ରତିଉତ୍ତରରେ ଗୌତମ କହିଥିଲେ, ''ମୋ କାମ ହିଁ କହିବ ମୁଁ କଣ କରୁଛି । ଯଦି ମୋତେ ଗାଳି ଦେଲେ ଦିଲ୍ଲୀ ପ୍ରଦୂଷଣ କମିଯିବ, ତେବେ ଆପଣ ମନଇଚ୍ଛା ଗାଳି ଦିଅନ୍ତୁ।'' ତେବେ ଏହା ପରେ ଗମ୍ଭୀରଙ୍କୁ ନିଖୋଜ ପୋଷ୍ଟର ଦେଖିବାକୁ ମିଳିଛି ।
ସହର ବିକାଶ ମନ୍ତ୍ରାଳୟ ସହ ଜଡିତ ସଂସଦର ସ୍ଥାୟୀ ସମିତିରେ ସାଂସଦ ଜଗଦମ୍ବିକ ପାଲ ଅଧ୍ୟକ୍ଷା ଅଛନ୍ତି । ଗତ ନଭେମ୍ବର ୧୫ରେ ଯେଉଁ ବୈଠକ ହେବାର ଥିଲା, ସେଥିରେ ଜଗଦମ୍ବିକ ପାଲଙ୍କ ସମେତ ସମୁଦାୟ ୪ ଜଣ ସାଂସଦ ହିଁ ଉପସ୍ଥିତ ରହିଥିଲେ । କମିଟିରେ ସଦସ୍ୟ ଥିବା ଅନ୍ୟ ସାଂସଦ ଏବଂ ବହୁ ବରିଷ୍ଠ ଅଧିକାରୀଙ୍କ ଦେଖାଦର୍ଶନ ମିଳିନଥିଲା । ଏପରିକି ଦିଲ୍ଲୀର ତିନି ଏମସିଡି କମିଶନର ମଧ୍ୟ ବୈଠକରେ ଅନୁପସ୍ଥିତ ରହିଥିଲେ ।