ପୁଣି କାଶ୍ମୀରରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୨୦ ଆହତ
Advertisement
Article Detail0/zeeodisha/odisha590341

ପୁଣି କାଶ୍ମୀରରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୨୦ ଆହତ

ଜମ୍ମୁ କାଶ୍ମୀରରେ ଘଟିଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଛି । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା ବୋଲି ସୂଚନା ମିଳୁଛି । ଏହି ଆକ୍ରମଣରେ ୨୦ ଜଣ ସାଧାରଣ ଜନତା ଆହତ ହୋଇଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଘଟିଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଛି । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା ବୋଲି ସୂଚନା ମିଳୁଛି । ଏହି ଆକ୍ରମଣରେ ୨୦ ଜଣ ସାଧାରଣ ଜନତା ଆହତ ହୋଇଛନ୍ତି । 

ଆହତଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି । ଏହା ବ୍ୟତୀତ ୩ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ଏହି ଆକ୍ରମଣ ସୋପୋର ସ୍ଥିତ ହୋଟେଲ ପ୍ଲାଜା ନିକଟରେ ହୋଇଛି । ଆକ୍ରମଣ ଅପରାହ୍ନ ୪.୧୫ ମିନିଟରେ ଘଟିଥିଲା । ଘଟଣାସ୍ଥଳରେ ସେନା ପହଞ୍ଚି ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ନେଇଛି । ଅନ୍ୟପକ୍ଷେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ୟୁରୋପିଆନ ସଂସଦୀୟ ଦଳ କାଶ୍ମୀର ପରିଦର୍ଶନ କରିବାକୁ ଯିବ । କିନ୍ତୁ ତା ପୂର୍ବରୁ ଏହି ବଡ ଧରଣର ଆତଙ୍କୀ ଆକ୍ରମଣ ଘଟିଛି  ।

ଏହା ବ୍ୟତୀତ ଆଜି କିଶ୍ତୱାଡା ପୋଲିସ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ୩ ଆତଙ୍କବାଦୀଙ୍କ  ଫଟୋ ଜାରି କରିଛି । ଏହି ଆତଙ୍କୀଙ୍କ ଉପରେ ୩୦ ଲକ୍ଷ ଟଙ୍କାର ପୁରୁସ୍କାର ଘୋଷଣା କରାଯାଇଛି ।  ଏଥିରେ ମହମ୍ମଦ ଅମୀନ ଉପରେ ୧୫ ଲକ୍ଷ ଟଙ୍କା, ରିୟାଜ ଅହମଦ ଓ ମୁଦସ୍ସିର ହୁସୈନଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି । 

ପୋଲିସ ଏହି ୩ ଆତଙ୍କବାଦୀଙ୍କ ତଲାସ କରୁଛି ।  ପୋଲିସ ଅନୁସାରେ, ଏହି ଆତଙ୍କୀ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାଁ ଗୁପ୍ତ ରଖାଯିବ । ଏହି ଆତଙ୍କବାଦୀମାନେ ଘାଟିରେ ହୋଇଥିବା ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ । ଏମାନେ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ରହିଛି । 

ଏଠାରେ କହି ରଖୁଛୁ ଯେ, ଗତ ଶନିବାର ଶ୍ରୀନଗର କାକା ସରାୟ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀମାନେ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ୬ ଜଣ ଯବାନ ଆହତ ହୋଇଥିଲେ ।  ଏହି ଆକ୍ରମଣ କେରନ ସିଟି ପୋଲିସ ଷ୍ଟେସନ ଉପରେ ସନ୍ଧ୍ୟା ୬ଟା ୫୦ରେ ହୋଇଥିଲା ।