ମୁଁ ଅମିତ ଶାହ କହୁଛି...! ୩ କୋଟି ଦେଲେ ତୁମ କ୍ଷମତା ବଢ଼ିବ
Advertisement
Article Detail0/zeeodisha/odisha616907

ମୁଁ ଅମିତ ଶାହ କହୁଛି...! ୩ କୋଟି ଦେଲେ ତୁମ କ୍ଷମତା ବଢ଼ିବ

ଠକାମିରେ ଲାଗିଲା ପିଏଚଡି ପାଠ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ନେଇ ଠକାମି ଉଦ୍ୟମ । ଠକାମି ଉଦ୍ୟମ ପୁଣି ଜଣେ ହରିୟାଣାର ମନ୍ତ୍ରୀଙ୍କ ପାଖରୁ । ମୁଁ ଅମିତ ଶାହ କହୁଛି...ତିନି କୋଟି ଟଙ୍କା ଦେଲେ ତୁମ ପଦବୀ ଓ କ୍ଷମତା ବଢିବ ବୋଲି ହରିଆଣାର ମନ୍ତ୍ରୀ ଚୌଧୁରୀ ରଞ୍ଜିତ ସିଂହଙ୍କ ପାଖକୁ ଆସିଥିଲା ଫୋନ କଲ । ଏବେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । ଫୋନ କଲ ନକଲି ଶାହଙ୍କ ବୋଲି ଜଣାପଡିଛି । ଦିଲ୍ଲୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । 

ଅଭିଯୁକ୍ତ ଦ୍ୱୟ ହେଲେ ଉପକାର ସିଂହ ଏବଂ ଜଗତାର ସିଂହ । ଏମାନେ ପଞ୍ଜାବର ଏକ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି । ତେବେ ଟଙ୍କା ଦରକାର ହେବାରୁ ଏପରି ଠକାମି ଉଦ୍ୟମ କରିଥିବା ଏମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । 

କିପରି କରିଥିଲେ ଠକାମି ଉଦ୍ୟମ ? 

ଅଭିଯୁକ୍ତ ଦ୍ୱୟ ଠକାମି ପାଇଁ ଏକ ମୋବାଇଲ ଆପର ସାହାଯ୍ୟ ନେଇଥିଲେ । ଆଉ ଏହାରି ମାଧ୍ୟମରେ ମନ୍ତ୍ରୀ ଚୌଧୁରୀ ରଣଜିତ ସିଂହଙ୍କୁ ଫୋନ୍ କରିଥିଲେ । ଏପରିକି ଏହା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ଘର ନମ୍ୱର ବୋଲି ସେମାନେ ହରିୟାଣା ମନ୍ତ୍ରୀଙ୍କୁ କହିଥିଲେ । 

କିପରି ଧରିଥିଲା ପୋଲିସ ?

ଫୋନ କଲକୁ ନେଇ ମନ୍ତ୍ରୀ ଚୌଧୁରୀ ରଣଜିତ ସିଂହଙ୍କ ସନ୍ଦେହ ହୋଇଥିଲା । ଦିଲ୍ଲୀ ପୋଲିସକୁ ଏନେଇ ଅବଗତ କରିଥିଲେ ମନ୍ତ୍ରୀ । ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏପରିକି ସ୍ୱରାଷ୍ଟ୍ର ମନ୍ତ୍ରୀଳୟର ସଚିବଙ୍କ ସହ କଥା ମଧ୍ୟ ହୋଇଥିଲା ଦିଲ୍ଲୀ ପୋଲିସ । ଶେଷରେ ଦୁଇ ଅଭିଯୁକ୍ତ ଠକେଇ ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତଙ୍କୁ ପୁଲିସ ଦିଲ୍ଲୀ ଏବଂ ପଞ୍ଜାବର ମୋହାଲିରୁ ଗିରଫ କରିଥିଲା । 

କାହିଁକି ଏପରି କରିଥିଲେ ଅଭିଯୁକ୍ତ ?

କୁହାଯାଏ, ଅଭାବେ ସ୍ୱଭାବ ନଷ୍ଟ । ପୋଲିସ ଦ୍ୱାରା ଗିରଫ ହେବା ପରେ ଦୁଇ ଅଭିଯୁକ୍ତ ଏପରି କିଛି ହିଁ କହିଛନ୍ତି । ଉଭୟ ପିଏଚଡି ଛାତ୍ର । ମାତ୍ର ତାଙ୍କର ଟଙ୍କା ଆବଶ୍ୟକ ଥିଲା । ଯେଉଁଥିପାଇଁ ଏପରି ଠକେଇ ଉଦ୍ୟମ କରିଥିଲେ । ଆଉ ଏବେ ଏମାନଙ୍କୁ ପୋଲିସ ଗିରଫ କରିଛି ।