ଆଉ କେଇ କ୍ଷଣର ଅପେକ୍ଷା...

ବଞ୍ଚିବାର ଶେଷ ସୁଯୋଗ 

ଆଉ କେଇ କ୍ଷଣର ଅପେକ୍ଷା...
ଫାଇଲ ଫଟୋ

ନୂଆଦିଲ୍ଲୀ: ବଞ୍ଚିବାର ଶେଷ ସୁଯୋଗ । ଫାଶୀ ଖୁଣ୍ଟ ତୟାର । ଜଲ୍ଲାଦ ପବନ ବି ତୟାର । ହେଲେ ବାକି ଅଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ ରାୟ । ଅନ୍ତିମ ରାୟକୁ ହିଁ ଏବେ ଅପେକ୍ଷା । ଆଉ ଅଳ୍ପ ସମୟ ପରେ ଆସିବ ଏହି ଅନ୍ତିମ ରାୟ । ଯେଉଁ ରାୟ କହିବ, ବିନୟ ଓ ମୁକେଶର ଆୟୁଷ । 

ହଁ, ଆଜି କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି । ଖୋଲା ଅଦାଲତରେ ନୁହେଁ, ଜଜଙ୍କ ଚେମ୍ବରରେ ଏହି ଶୁଣାଣି ହେବ । ଜଷ୍ଟିସ ଏନବି ରମନ୍ନାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଅପରାହ୍ନ ୨ଟାରେ ଏହି ଶୁଣାଣି ହେବ । ୪ ଦୋଷୀଙ୍କ ମଧ୍ୟରୁ ୨ ଦୋଷୀ ବିନୟ ଓ ମୁକେଶ ହିଁ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି । ଅନ୍ୟ ୨ଙ୍କୁ ତ ଫାଶୀ ଦିଆଯିବା ଥୟ । ହେଲେ ଏହା ସତ କ୍ୟୁରେଟିଭ ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ଐତିହାସିକ ରାୟ ଦେବେ । 

ଆହୁରି ପଢ଼ନ୍ତୁ; ମଙ୍ଗଳବାର ମାଫ୍ !

ରିଭ୍ୟୁ ପିଟିସନ ଓ ରାଜକ୍ଷମା ଆବେଦନ, ଉଭୟଥିରେ ଦୋଷୀଙ୍କୁ ଝଟକା ହିଁ ଲାଗିଛି । ହେଲେ କ୍ୟୁରେଟିଭ ପିଟିସନ ଦାଖଲ କରି ବଞ୍ଚିବାର ଆଶା ରଖିଛନ୍ତି ୨ ଦୋଷୀ । ଆଉ କ୍ୟୁରେଟିଭ ପିଟିସନ ମଧ୍ୟ ଦୋଷୀଙ୍କ ବିପକ୍ଷରେ ଯଦି ଯାଉଛି, ତେବେ ୨୨ ସକାଳ ହେବ ଶେଷ ସକାଳ  । ରେକର୍ଡ ରଚିବ ଜଲ୍ଲାଦ ପବନ । ନିଜ ବାପା ଏବଂ ଅଜା ଯାହା କରିପାରି ନ ଥିଲେ, ତାହା କରି ଦେଖାଇବ  ପବନ । ଏକାସାଙ୍ଗରେ ଝୁଲାଇବ ୪ ଦୋଷୀଙ୍କୁ । ଦୁଷ୍କର୍ମକାରୀଙ୍କୁ ମିଳିବ ସର୍ବୋଚ୍ଚ ଦଣ୍ଡ । 

ହୁଏତ ୪ ମା' ନିଜ ଦୁଷ୍କର୍ମକାରୀ ପୁଅକୁ ହାରାଇବେ । ହେଲେ ଝିଅର କଲବଲ ମୃତ୍ୟୁ ନିଜ ଆଖିରେ ଦେଖିଥିବା ମା'କୁ ମିଳିବ ନ୍ୟାୟ । ୭ ବର୍ଷର ଅପେକ୍ଷାର ନ୍ୟାୟ । ୭ ବର୍ଷ ଧରି ସେ ହିଁ କୋର୍ଟ କଚେରି ଚକ୍କର କାଟିଛନ୍ତି । ହେଲେ ଥକି ପଡ଼ିନାହାଁନ୍ତି । ଏବେ କେବଳ ଅପେକ୍ଷା, ସେହି ମୁହୂର୍ତ୍ତକୁ । ଅଦାଲତଙ୍କ ଶେଷ ରାୟକୁ । ଯେଉଁ ରାୟକୁ ଅନାଇ ବସିଛି ସମଗ୍ର ଦେଶ । କ୍ୟୁରେଟିଭ ପିଟିସନ ଯାହା ସପକ୍ଷରେ ଯାଉନା କାହିଁକି, ସର୍ବୋଚ୍ଚ ଅଦାଲତଙ୍କ ରାୟ ହିଁ ସବୁଠୁ ଉପରେ । 

ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା: ଫାଶୀ ପାଇଁ ବୟସ ବାଧକ