ନିର୍ଭୟା ମାମଲା: ଫାଶୀ ପାଇଁ ବୟସ ବାଧକ
Advertisement
Article Detail0/zeeodisha/odisha623979

ନିର୍ଭୟା ମାମଲା: ଫାଶୀ ପାଇଁ ବୟସ ବାଧକ

ସମୟ ସରି ଆସୁଛି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତମାନେ। ଜାଣି ସାରିଛନ୍ତି ଫାଶୀ ସୁନିଶ୍ଚିତ। ମାତ୍ର ଘୋର ଅନୁତପ୍ତ ମଧ୍ୟ।  କେଉଁଠି ନା କେଉଁଠି ବଞ୍ଚିବାର ଆଶା ରଖିଛନ୍ତି ସେମାନେ। କାରଣ ରାତି ପାହିଲେ ସେମାନଙ୍କର କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି ହେବ। ଆଉ ଏହାର ଚୁଡ଼ାନ୍ତ ରାୟକୁ ଚାହିଁ ବସିଛନ୍ତି ସେମାନେ। 

ଫାଶୀ ପାଇଁ ବୟସ ବାଧକ

ନୂଆଦିଲ୍ଲୀ: ସମୟ ସରି ଆସୁଛି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତମାନେ। ଜାଣି ସାରିଛନ୍ତି ଫାଶୀ ସୁନିଶ୍ଚିତ। ମାତ୍ର ଘୋର ଅନୁତପ୍ତ ମଧ୍ୟ।  କେଉଁଠି ନା କେଉଁଠି ବଞ୍ଚିବାର ଆଶା ରଖିଛନ୍ତି ସେମାନେ। କାରଣ ରାତି ପାହିଲେ ସେମାନଙ୍କର କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି ହେବ। ଆଉ ଏହାର ଚୁଡ଼ାନ୍ତ ରାୟକୁ ଚାହିଁ ବସିଛନ୍ତି ସେମାନେ। 

ସେପଟେ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଫାଶୀ ଦେବା ପାଇଁ ସମସ୍ତ ପ୍ରକ୍ରିୟାକୁ ପ୍ରାୟ ଶେଷ ହେବା ଉପରେ। ଉତ୍ତରପ୍ରଦେଶର ମିରଟରୁ ଜହ୍ଲାଦ ମଧ୍ୟ ଆସି ସାରିଲାଣି। ଅନ୍ୟ ଜଣେ ଜହ୍ଲାଦ ଆସିବାକୁ ବାକି ରହିଛି। ଫାଶୀ ଗୃହରେ ସୁଡ଼ଙ୍ଗ ମଧ୍ୟ ନିର୍ମାଣ ସରିଛି। ଗଳାର ମାପ ନିଆ ସରିଛି। ସେହି ଅନୁପାତରେ ଦଉଡ଼ି ମଧ୍ୟ ପ୍ରସ୍ତୁତ କରାଯିବ। ଏ ସବୁର ଅନ୍ତ ସେତେବେଳେ ଏକ ପ୍ରକାର ଘଟିବ ଯେତେବେଳେ ଏମାନେ ଫାଶୀ ଖୁଣ୍ଟରେ ଝୁଲିବେ। 

ଅଧିକ ପଢନ୍ତୁ: ମଙ୍ଗଳବାର ମାଫ୍ !

୨୦୧୨ ମସିହାରେ ଘଟିଥିବା ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମିଲ ଥିବା ୬ ଜଣ ଅପରାଧିଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁରେ ଦଣ୍ଡିତ ହେବେ। ହେଲେ ଅନ୍ୟ ଜଣେ ଅପରାଧି ଆଜି ମଧ୍ୟ ମୁକ୍ତାକାଶ ତଳେ ବୁଲିବ। ଆଉ ଚର୍ଚ୍ଚାର କେନ୍ଦ୍ର ମଧ୍ୟ ପାଲଟିବ। ସୂଚନାଯୋଗ୍ୟ ଉକ୍ତ ଘଟଣାରେ ସାମିଲ ଥିଲେ ୬ ଜଣ। ମାତ୍ର ଘଟଣା ସମୟରେ ଜଣେ ନାବାଳକ ଥିବାରୁ ମୃତ୍ୟୁ କବଳରୁ ଅଳ୍ପକେ ବର୍ତ୍ତି ଯାଇଛି। ଭାରତୀୟ ନାୟିକ ବ୍ୟବସ୍ଥାର ଫାଇଦା ଉଠାଇ ସେ ବର୍ତ୍ତମାନ ମୁକ୍ତାକାଶ ତଳେ। କେବଳ ଏଇଥି ପାଇଁ ସେ ଆଜି ଖୋଲା ଆକାଶ ତଳେ, ଯେ ସେ ଘଟଣାବେଳେ ନାବାଳକ ଥିଲା। 

ଅଧିକ ପଢନ୍ତୁ: 'ଇଂରେଜ ବଂଶଜଙ୍କ ହାତରେ ବିଲୟ ହେବ କଂଗ୍ରେସ'

ଫଳରେ ଏହି ବୟସର ଲକ୍ଷ୍ମଣ ରେଖା କାରଣରୁ ସେ ମାତ୍ର ୩ ବର୍ଷ ସ୍ୱଧାର ଗୃହରେ ରହିଥିଲା। ମାତ୍ର ୩ ବର୍ଷର ଦଣ୍ଡରେ ଦଣ୍ଡିତ ହୋଇ ମୁକୁଳିଥିଲା। ଯଦିଓ ଘଟଣାର ୬ ମାସ ପରେ ସେ ସାବାଳକ ହୋଇ ସାରିଥିଲା। ସେତେବେଳେ ତାର ବୟସକୁ ନେଇ ମଧ୍ୟ ଚର୍ଚ୍ଚାଲୋଚନା ଜୋର ଧରିଥିଲା। ତାକୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ହୋଇଥିଲା। ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଫାଇଲ କରାଯାଇଥିଲା। ମାତ୍ର ବୟସ ନିକଟରେ ହାରି ଯାଇଥିଲା ଆଇନ ବ୍ୟବସ୍ଥା। ଫଳରେ ମାତ୍ର ୩ ବର୍ଷ ସ୍ୱଧାର ଗୃହକୁ ପଠାଇ ଦେଇଥିଲେ ମାନ୍ୟବର କୋର୍ଟ। 

ସ୍ୱଧାର ଗୃହରୁ ମୁକୁଳିବା ପରେ ନାମରେ ପରିବର୍ତ୍ତନ କରି ଅନ୍ୟ ଏକ ନାମରେ ସେ ବଞ୍ଚୁଛି। ଏକ ଏନଜିଓରେ ରୋଷେୟା ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳେ। ଏପରିକି କେନ୍ଦ୍ରୀୟ ରାଜଧାନୀ ଠାରୁ ଢେର ଦୂରରେ ଏକ ଅଜଣା ସ୍ଥାରେ ରହି ଜୀବନ ଅତିବାହିତ କରୁଥିବା ଶୁଣିବାକୁ ମିଳେ। 

ଆହୁରି ପଢନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ନାୟକ ବନାମ ନାୟକ

ସେପଟେ ଜେଲରେ ଥିବା ଅଭିଯୁକ୍ତମାନଙ୍କ ପାଇଁ ଜେଲ କର୍ତ୍ତୃପକ୍ଷ ସବୁପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ବନ୍ଧୁବାନ୍ଧବ, ସମ୍ପର୍କୀୟମାନଙ୍କୁ ଭେଟିବା ପାଇଁ ମଧ୍ୟ ସୁଯୋଗ ଦେଇଛନ୍ତି। ନିକଟରେ ମୁକେଶର ମା ମଧ୍ୟ ଜେଲକୁ ଯାଇ ଭେଟିଛନ୍ତି। ଅନ୍ୟମାନଙ୍କ ପରିବାରରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆସୁନଥିବା ଦେଖିବାକୁ ମିଳିଛି।