ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧା
Advertisement
Article Detail0/zeeodisha/odisha606324

ସହାୟତା ଅପେକ୍ଷାରେ ଅସହାୟ ବୃଦ୍ଧା

 ଯିଏ ୪୦ ବର୍ଷ ତଳେ ଘର ଛାଡି ଚାଲି ଆସିଥିଲେ ଏହି ଗାଁକୁ । ଗାଁର ଅଶୋକ ଦାସଙ୍କ ଘରେ ରହି ଚଳି ଆସୁଥିଲେ । କିନ୍ତୁ ଏବେ ସେ ପରିଣତ ବୟସରେ ପହଞ୍ଚି ଥିବା ବେଳେ ତାଙ୍କର ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି । ପ୍ରତିଦିନ ଅନ୍ୟର ସାହାରାରେ ବଞ୍ଚି ଥିବା ସୁରଥୀ ଆଗକୁ କିପରି ଦିନ କାଟିବେ ତାକୁ ନେଇ ଚିନ୍ତାରେ ପଡୋଶୀ । 

ଫାଇଲ ଫଟୋ

ଯାଜପୁର: ନା ଅଛି ପରିବାର, ନା ଅଛନ୍ତି ସମ୍ପର୍କୀୟ ହେଲେ କଣ ହେବ ସୁରଥୀଙ୍କ ଭବିଷ୍ୟତ? ଆମେ କହୁଛୁ ଯାଜପୁରର ଦଶରଥପୁର କଣ୍ଟାବଣିଆ ଗାଁର ସୁରଥୀ ବେୱାଙ୍କ କଥା । ଯିଏ ୪୦ ବର୍ଷ ତଳେ ଘର ଛାଡି ଚାଲି ଆସିଥିଲେ ଏହି ଗାଁକୁ । ଗାଁର ଅଶୋକ ଦାସଙ୍କ ଘରେ ରହି ଚଳି ଆସୁଥିଲେ । କିନ୍ତୁ ଏବେ ସେ ପରିଣତ ବୟସରେ ପହଞ୍ଚି ଥିବା ବେଳେ ତାଙ୍କର ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି । ପ୍ରତିଦିନ ଅନ୍ୟର ସାହାରାରେ ବଞ୍ଚି ଥିବା ସୁରଥୀ ଆଗକୁ କିପରି ଦିନ କାଟିବେ ତାକୁ ନେଇ ଚିନ୍ତାରେ ପଡୋଶୀ । ଏଥିପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି ଗ୍ରାମବାସୀ ।

ଆଉ ଚଳୁନି ହାତ ଗୋଡ । ସବୁଦିନ ପର ଉପରେ ନିର୍ଭର କରିବାକୁ ପଡୁଛି । ନିତ୍ୟ କର୍ମ ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଯିଏ ୪୦ ବର୍ଷ ତଳେ ନିଜ ଗାଁ ଛାଡି ଚାଲିଆସିଥିଲେ ଏହି ଗାଁକୁ । ଆସିବା ବେଳେ ସାଙ୍ଗରେ ଥିଲେ ତାଙ୍କ ଝିଅ । ପଡୋଶୀଙ୍କ ସହଯୋଗରେ ଝିଅଙ୍କର ବିବାହ ହୋଇଯାଇଛି । କିନ୍ତୁ ଏବେ ସେ କୌଣସି କାମ କରିବାକୁ ସକ୍ଷମ ନୁହଁନ୍ତି । ତାକୁ ନେଇ ଚିନ୍ତାରେ ପଡୋଶୀ । 

fallback

ସୁରଥୀ ଏହି କଣ୍ଟାବଣିଆ ଗାଁକୁ ଆସିବା ପରେ ବାଦାମ ଓ ସୋଲା ବିକ୍ରି କରି ପେଟ ପୋଷୁଥିଲେ । କିନ୍ତୁ ଏବେ ହାତ ଗୋଡ ଚାଲୁ ନଥିବାରୁ ତାଙ୍କ ଚଳିବା ଏବେ କଷ୍ଟ ହୋଇଯାଇଛି । ପାଖ ପଡୋଶୀଙ୍କ ହାତ ଟେକାରେ ଚଳୁଛନ୍ତି ସେ । ସରକାରଙ୍କ ପକ୍ଷରୁ କେବଳ ମାସିକ ୭୦୦ ଟଙ୍କା ଭତ୍ତା ଓ ଚାଉଳ ୫ କେଜି ମିଳୁଛି । କିନ୍ତୁ ରୋଷେଇ କରି ତାଙ୍କୁ ଖୁଆଇବା ସହିତ ନିତ୍ୟ କର୍ମ କରିବାକୁ କେହି ନାହିାଁନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ କୌଣସି ବୁଦ୍ଧାଶ୍ରମରେ ଛାଡିବା ପାଇଁ ଦାବି କରିଛନ୍ତି ପଡୋଶୀ । ଏ ନେଇ ଆମେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ପ୍ରଶାସନ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛି । ସୁରଥୀଙ୍କ ଏହି ପରିଣତ ବୟସରେ ପ୍ରଶାସନ ସହଯୋଗ କରି ତାଙ୍କୁ ସାହାଯ୍ୟ କରିବାକୁ ସାଧାରଣରେ ଦାବୀ ହେଉଛି ।