ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆମ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ: କଂଗ୍ରେସ
Advertisement
Article Detail0/zeeodisha/odisha614210

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆମ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ: କଂଗ୍ରେସ

ଝାଡ଼ଖଣ୍ଡରେ ଦେଖିବାକୁ ମିଳିବନି 'ମହା' ନାଟକ

ଫାଇଲ ଫଟୋ

ନୂଆଦିଲ୍ଲୀ: ସତ ହେବ ଏକଜିଟ ପୋଲର ଆକଳନ ! ଝାଡ଼ଖଣ୍ଡରେ ମେଣ୍ଟ ଶାସନ । ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ବହୁମତ ମିଳିପାରେ । ବର୍ତ୍ତମାନର ଭୋଟ ଗଣତି ଟ୍ରେଣ୍ଡ ଏପରି କିଛି ହିଁ କହୁଛି । ଆଉ ଏହା ପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଣ୍ଟ ମଧ୍ୟରେ କୌଣସି ମତଭେଦ ନଥିବା କହିଛି କଂଗ୍ରେସ । 

ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ଆରପିଏନ ସିଂହ କହିଛନ୍ତି, ''ରାଜ୍ୟରେ ଆମ ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିବ । ଏନେଇ ଆମର ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି । ବର୍ତ୍ତମାନର ଭୋଟ ଗଣତି ଟ୍ରେଣ୍ଡ ମଧ୍ୟ ଆମ ସପକ୍ଷରେ ଅଛି । ତେବେ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ, ହେମନ୍ତ ସୋରେନ ହିଁ ଆମ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।''

ସେହିପରି ମେଣ୍ଟର ଅନ୍ୟ ସହଯୋଗୀ ଆରଡେଜି ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ ନଥିବା କହିସାରିଛି । କିଛି ପର୍ଯ୍ୟାୟର ଫଳାଫଳ ଟ୍ରେଣ୍ଡ ଦେଖିବା ପରେ ତେଜସ୍ୱୀ କହିଛନ୍ତି, ଏଥର ଝାଡ଼ଖଣ୍ଡ ଜନତା ମେଣ୍ଟ ସପକ୍ଷରେ ଅଛନ୍ତି । ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ବହୁମତ ମିଳିବ । ଯଦି ଏପରି ହୁଏ, ତେବେ ଜେଏମଏମ ନେତା ହେମନ୍ତ ସେରେନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ତେଜସ୍ୱୀ । 

ତେଜସ୍ୱୀ ଯାଦବଙ୍କ କହିବା କଥା ହେଲା, ''ଏଥର ଝାଡ଼ଖଣ୍ଡ ନିର୍ବାଚନରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ତେଣୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ଏହା ଉପରେ କୌଣସି ସନ୍ଦେହ ନାହିଁ ।''

ତେବେ ବର୍ତ୍ତମାନର ଟ୍ରେଣ୍ଡ ଯାହା କହୁଛି, ଜେଏମଏମ-କଂଗ୍ରେସ-ଆରଜେଡି ପୂର୍ଣ୍ଣ ବହୁମତ ପାଇପାରନ୍ତି । ସେପଟେ ବିଜେପି ୩୦ ଆସନ ମଧ୍ୟରେ ସୀମିତ ରହିବ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ମ୍ୟାଜିକ ନମ୍ବର ୪୧ । ଆଉ କିଛି ସମୟ ଭିତରେ ନିର୍ବାଚନ ଫଳଫଳ ନେଇ ସ୍ପଷ୍ଟ ଚିତ୍ର ଆସିଯିବ । ତେବେ ଝାଡ଼ଖଣ୍ଡରେ ଯେ ଏଥର ସରକାର ବଦଳିବାକୁ ଯାଉଛି, ତାହା ଗୋଟିଏ ପ୍ରକାର ସ୍ପଷ୍ଟ ହେବକୁ ଯାଉଛି । ନୂଆବର୍ଷରେ ରାଜ୍ୟକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ ।  

ଆହୁରି ପଢନ୍ତୁ; ସିଏଏକୁ ନେଇ ଶିବରାଜଙ୍କ ବଡ ବୟାନ, ମୋଦିଙ୍କୁ କହିଲେ ଦ୍ୱିତୀୟ ଭଗବାନ