ଜାଣନ୍ତି କି ? ଫାଶୀ ଦଉଡି କେଉଁଠି ଓ କିପରି ପ୍ରସ୍ତୁତ କରାଯାଏ
Advertisement
Article Detail0/zeeodisha/odisha623054

ଜାଣନ୍ତି କି ? ଫାଶୀ ଦଉଡି କେଉଁଠି ଓ କିପରି ପ୍ରସ୍ତୁତ କରାଯାଏ

ଦୁଷ୍କର୍ମକାରୀ ନରରାକ୍ଷାସଙ୍କ  କୁକର୍ମର ଉଚିତ ଶାସ୍ତି ପାଇଁ ଫାଶୀ ଦଉଡି କେମିତି ପ୍ରସ୍ତୁତ ହୁଏ 

ଜାଣନ୍ତି କି ? ଫାଶୀ ଦଉଡି କେଉଁଠି ଓ କିପରି ପ୍ରସ୍ତୁତ କରାଯାଏ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ  ବିଳମ୍ବରେ ହେଉ ପଛେ ଦୋଷୀମାନେ ଦଣ୍ଡ ପାଇଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ । ଆପଣ ଜାଣିଛନ୍ତି କି ଦୁଷ୍କର୍ମକାରୀ ନରରାକ୍ଷାସଙ୍କ  କୁକର୍ମର ଉଚିତ ଶାସ୍ତି ପାଇଁ ଫାଶୀ ଦଉଡି କେମିତି ପ୍ରସ୍ତୁତ ହୁଏ ଓ ଏହାକୁ କିଏ ପ୍ରସ୍ତୁତ କରେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । 

କେଉଁଠି ପ୍ରସ୍ତୁତ ହୁଏ ଫାଶୀ ଦଉଡି

- ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାରା ଦେଶରେ  ଫାଶୀ ପାଇଁ ଦଉଡି ବିହାରର ବକ୍କର ସେଣ୍ଟ୍ରାଲ ଜେଲରେ ପ୍ରସ୍ତୁତ କରାଯାଏ ।

ଫାଶୀ ପ୍ରସ୍ତୁତି ପାଇଁ ମନିଲା ଦଉଡିର ବ୍ୟବହାର କରାଯାଏ ।

- ଏହି ବ୍ୟବସ୍ଥା ଇଂରେଜ ଶାସନ ଅମଳରୁ ଚାଲି ଆସୁଛି ।

- ମନିଲା ଦଉଡି ପ୍ରସ୍ତୁତ କରିବା ପାଇଁ ୧୭୨ଟି ସୂତାକୁ ଏକାଠି ମେସିନରେ ଦଉଡି ପ୍ରସ୍ତୁତ କରାଯାଇଥାଏ ।

- ଦଉଡିକୁ ଶକ୍ତ କରିବା ଲାଗି ଜି-୩୪ ଭଳି ବିଭିନ୍ନ ପ୍ରକାରର ଦୈଡିର ପ୍ରୟୋଗ କରାଯାଏ ।

- ଏହି ଦଉଡିକୁ ନରମ କରିବା ଲାଗି ରାତିରେ ପାଣିରେ ବୁଡ଼ାଯାଇଥାଏ  । ଏହା ଫଳରେ ଦୌଡ଼ି ମଜଭୁତ ହୋଇଯାଏ ।

- ଏହାପରେ ତିନୋଟି ଦଉଡିକୁ  ମେସିନରେ ଘୁରାଇ ତାକୁ ମୋଟା କରାଯାଏ ।

- ଗୋଟିଏ ଫାଶୀ ଦଉଡିର ଲମ୍ବ 20 ମିଟର ହୋଇଥାଏ ।

-  ବକ୍କର ପୂର୍ବରୁ ଫାଶୀ ଦଉଡି ଫିଲିଫାଇନ୍ସର ରାଜଧାନୀ ମନିଲାରେ ପ୍ରସ୍ତୁତ କରାଯାଉଥିଲା । ଏଥିଲାଗି ଦଉଡିର  ନାମ ମନିଲା ଦଉଡି ରଖାଯାଇଛି ।

fallback- ଏହିପରି ଦଉଡିକୁ ମହମରେ ଘଷି ମୋଟା କରଯାଏ ।

ଇଂରେଜଙ୍କ ସମୟରୁ ବକ୍ସର ଜେଲର କଏଦୀ ଫାଶୀ ଦଉଡି ପ୍ରସ୍ତୁତ ହେଉଛି ।

ବକ୍ସର ଜେଲରେ ସଜା କାଟୁଥିବା କଏଦୀଙ୍କୁ ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଏ ।

ସୂର୍ଯ୍ୟ ଉଦୟ ପୂର୍ବରୁ କଣ ପାଇଁ ଦିଆଯାଏ ଫାଶୀ 

 ଦିନରେ ଫାଶୀ ଦେଲେ ଜେଲ୍‌ର ଅନ୍ୟ କୌଣସି କାମ ପ୍ରଭାବିତ ହୋଇପାରେ। ଏହାସହ ଦିନରେ ଫାଶୀ ଦେବା କାରଣରୁ ଅନ୍ୟ କଏଦୀମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ତେଣୁ  କଏଦୀଙ୍କୁ ସକାଳ ପୂର୍ବରୁ ଫାଶୀ ଦିଆଯାଇଥାଏ ।