ଭୁଶୁଡ଼ିଲା ଚୀନର କ୍ୱାରେଣ୍ଟାଇନ ସେଣ୍ଟର
Advertisement
Article Detail0/zeeodisha/odisha651326

ଭୁଶୁଡ଼ିଲା ଚୀନର କ୍ୱାରେଣ୍ଟାଇନ ସେଣ୍ଟର

ଦୁର୍ଘଟଣା ବେଳେ ହୋଟେଲ ଭିତରେ ୭୦ ଜଣ ଥିଲେ...

ଫଟୋ ସୌଜନ୍ୟ: ଜୀ ମିଡିଆ

ବେଜିଂ: ଭୁଶୁଡ଼ିଲା ଚୀନର ହୋଟେଲ । ଦୁର୍ଘଟଣା ବେଳେ ହୋଟେଲ ଭିତରେ ୭୦ ଜଣ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ୩୦ ଜଣ ଫସି ରହିଥିବା କୁହାଯାଉଛି । କରୋନା ସନ୍ଦିଗ୍ଧଙ୍କୁ ଏହି ହୋଟେଲର ରଖି ଚିକିତ୍ସିତ କରାଯାଉଥିଲା । 

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୭ଟା ୩୦ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଚୀନର ଫୁଜିୟାନ ପ୍ରଦେଶ ଅନ୍ତର୍ଗତ କୁଆନଝୋଉ ସହରରେ ଥିବା ଜିନନିଆ ନାମକ ହୋଟେଲ ଭୁଶୁଡ଼ି ପଡ଼ିଥିଲା । ତେବେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ସନ୍ଦିଗ୍ଧଙ୍କୁ ଏହି ହୋଟେଲରେ ରଖାଯାଇଥିଲା । 

ତେବେ କେଉଁ କାରଣରୁ ଏତେବଡ଼ ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ । ହୋଟେଲ କୋଠା ମଧ୍ୟ  ନିକଟ ଅତୀତରେ ନିର୍ମାଣ ହୋଇଥିବା କୁହାଯାଉଛି । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ, କେମିତି ଭୁଶୁଡ଼ିଲା ଚୀନର ଏହି ହୋଟେଲ । 

ଆହୁରି ପଢ଼ନ୍ତୁ; ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ଏଥର ଚମକାଇଦେଲେ ନବୀନ